News

ମଝି ରାସ୍ତାରେ ମହିଳାଙ୍କୁ ଉଲଗ୍ନ କଲା ମାଙ୍କଡ, ଦେଖନ୍ତୁ ଭିଡ଼ିଓ

ଆପଣମାନେ ଏକ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିବେ କିନ୍ତୁ ସେଠାରେ ଆପଣଙ୍କୁ ବିନା କାରଣରେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିବ । ଆଜ୍ଞା ହଁ ନିକଟରେ ଥାଇଲ୍ୟାଣ୍ଡରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ।

ଏଠାକୁ ବୁଲିବାକୁ ଆସିଥିବା ଜଣେ ବିଦେଶୀ ମହଳା ଏକ ଦୁଷ୍ଟ ମାଙ୍କଡ ଆକ୍ରମଣର ଶିକାର ହୋଇଛନ୍ତି । ଯାହାଫଳରେ ଜନଗହଳି ପୂର୍ଣ୍ଣ ରାସ୍ତା ମଝିରେ ମାଙ୍କଡଟି ମହିଳାଙ୍କର ବସ୍ତ୍ରହରଣ କରିଥିବାରୁ ମହିଳା ଜଣକ ଲାଜରେ ଲାଲ୍ ପଡି ଯାଇଥିଲେ । ପ୍ରକୃତରେ ଦଉଡିରେ ବନ୍ଧା ହୋଇଥିବା ମାଙ୍କଡଟି ହଠାତ୍ ମହିଳାଙ୍କ ଉପରକୁ ଡେଇଁ ପଡିବା ଫଳରେ ମହିଳା ଜଣଙ୍କର ପିନ୍ଧିଥିବା ଟପ୍ସଟି ତଳକୁ ଖସି ଆସିଥିଲା ।

ମାତ୍ର ମହିଳା ଜଣକ ହଠାତ୍ ଡରିଯାଇ ତାଙ୍କ ଟପ୍ସଟିକୁ ଧରି ପକାଇଥିଲେ । କିନ୍ତୁ ସେ ଲାଜରେ ମୁହଁ ତଳକୁ କରି ଦେଇଥିଲେ । ଏହି ଭିଡିଓଟି ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କର ଭାଗ୍ୟ ଭଲ ଯେ ମାଙ୍କଡଟି ବନ୍ଧା ହୋଇଥିଲା । ନଚେତ୍ ମାଙ୍କଡଟିର ଦୁଷ୍ଟାମି ନିୟନ୍ତ୍ରଣ ବାହାରେ ଥିଲା । ସେଠାରେ ମାଙ୍କଡଟିର ମାଲିକଙ୍କ କହିବା ଅନୁଯାୟୀ ମାଙ୍କଡଟି ସ୍ତନ ଦୁଗ୍ଧ ଅନୁସନ୍ଧାନରେ ଥିଲା ।