amitabh-bachchan
Bollywood

କେଉଁ ନାୟିକାଙ୍କ ସହ ସର୍ବାଧିକ ଫିଲ୍ମ କରିଛନ୍ତି ସୁପରଷ୍ଟାର ଅମିତାଭ୍ ?

ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅଧିକାଂଶ ନାମୀଦାମୀ ନାୟିକାଙ୍କ ସହ କାମ କରିଛନ୍ତି । ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କାହା ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି । ସେ ହେମାମାଳିନୀ, ରେଖା, ନୀତୁ ସିଂହଙ୍କଠାରୁ ଆରମ୍ଭ କରି ମିନାକ୍ଷୀ ଶେଷାଦ୍ରୀଙ୍କ ଯାଏଁ ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି ।

ସତୁରି ଦଶକର ଏକ ଲୋକପ୍ରିୟ ଯୋଡି ହେଲେ ଅମିତାଭ ବଚ୍ଚନ-ହେମାମାଳିନୀ । ଏହି ଯୋଡି ଏଯାବତ୍ ୧୬ ଟି ସିନେମାରେ ନଜର ଆସିଛନ୍ତି । ଏହି ଫିଲ୍ମ ଗୁଡିକ ହେଲା ଗରମ ମସଲା, ଗହରୀ ଚାଲ୍, କୁଆଁରା ବାପ୍, ଦୋସ୍ତ, କସୌଟି, ଶୋଲେ, ତ୍ରିଶୂଲ, ଦୋ ଔର୍ ଦୋ ପାଞ୍ଚ, ନସିବ୍, ସତ୍ତେ ପେ ସତ୍ତା, ଦେଶ୍ ପ୍ରେମୀ, ବାବୁଲ୍, ବାଗବାନ୍, ବୀର-ଜାରା, ଆରକ୍ଷଣ ଓ ବୁଢା ହୋଗା ତେରା ବାପ୍ ଆଦି ।

ପଢନ୍ତୁ  OMG ଇଏ କଣ ସେଇ ହିରୋଇନ୍‌

ଅପରପକ୍ଷରେ ଅମିତାଭ ବଚ୍ଚନ-ରେଖାଙ୍କ ଯୋଡିକୁ ୧୨ ଟି ହିନ୍ଦୀ ସିନେମାରେ ଦେଖିଛନ୍ତି ଦର୍ଶକ । ଏହି ଫିଲ୍ମ ଗୁଡିକ ହେଲା ନମକ ହାରାମ୍, ଆଳାପ୍ , ଦୋ ଅନଜାନେ, ଇମାନ୍ ଧରମ୍ , ଖୁନ୍ ପସିନା, ରାମ ବଲରାମ୍ , ଗଙ୍ଗା କି ସୌଗନ୍ଧ, ମୁକଦ୍ଦର୍ କା ସିକନ୍ଦର, ସିଲସିଲା, ମିଷ୍ଟର ନଟବରଲାଲ୍ , ସୁହାଗ୍ ଓ ଚଷମେଁ ବଦୁର୍ ଇତ୍ୟାଦି ।