News

ଭାରତୀୟ ପୁରୁଷଙ୍କ ପ୍ରତି ଅଧିକ ଆର୍କଷିତ ପାକିସ୍ଥାନୀ ମହିଳା, ଜାଣନ୍ତୁ କାହିଁକି

ଭାରତୀୟ ପୁରୁଷ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ବୁଦ୍ଧି ମଧ୍ୟ ପ୍ରଖର ରହିଥିଏ । ଏଥିପାଇଁ ଦୁନିଆରେ ପ୍ରାୟତଃ ସମସ୍ତ ମହିଳାଙ୍କ ପ୍ରଥମ ପସନ୍ଦ ଭାରତୀୟ ପୁରୁଷ ହୋଇଥାନ୍ତି । ତେବେ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଭାରତର ପୋଡ଼ଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ ମହିଳାଙ୍କୁ ଭାରତୀୟ ପୁରୁଷ ବହୁତ ମାତ୍ରାରେ ପସନ୍ଦ ଆସିଥାନ୍ତି । ଖାଲି ଯେ ପସନ୍ଦ ତାହା ନୁହଁ ଭାରତୀୟ ପୁରୁଷଙ୍କୁ ବିବାହ କରି ତାଙ୍କ ସହିତ ଜୀବନ ବିତାଇବା ପାଇଁ ମଧ୍ୟ ଇଛା ପ୍ରକାଶ କରିଥାନ୍ତି ପାକିସ୍ଥାନୀ ମହିଳା ।

ପାକିସ୍ତାନର ନିୟମରେ ବୋଧ ହୁଏ ମହିଳାଙ୍କ ସ୍ୱାଧିନତା ଲେଖିବାକୁ ଭୁଲିଯାଇଛନ୍ତି । ନିୟମ ଅନୁଯାୟୀ ମହିଳା ମାନଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ମୁଖରେ ତାଙ୍କ ସହ ଜଡ଼ିତ କୌଣସି ଅସୁବିଧା ଜଣାଇବା ନିଷେଧ। ମହିଳା ଯେତେ କଷ୍ଠରେ ଥିଲେ ମଧ୍ୟ ତାଙ୍କୁ ସ୍ୱାମୀଙ୍କୁ ଖୁସିରେ ରଖିବାର ଥାଏ। ଏଣୁ ପାକିସ୍ଥାନୀ ମହିଳା ଭାରତୀୟ ସିନେମାରେ ପ୍ରେମ କରୁଥିବା ଏବଂ ପତ୍ନୀଙ୍କ ଦୁଖ କଷ୍ଠ ବୁଝୁଥିବା ସ୍ୱାମୀକୁ ଦେଖି ବହୁତ ଇର୍ଶା ଅନୁଭବ କରନ୍ତି । ତାଙ୍କର ସ୍ୱପ୍ନର ରାଜା ପାଲଟି ଯାଆନ୍ତି ଭାରତୀୟ ପୁରୁଷ ।

ପଢନ୍ତୁ  ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ସଂସାରର ଅପ୍ରିୟ ସତ୍ୟତା

ଯୌତୁକ ପ୍ରଥା ଭାରତରେ ଥିଲେ ମଧ୍ୟ ପାକିସ୍ତାନରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ । ବେଳେବେଳେ ବିବାହର ଅନେକ ବର୍ଷ ପରେ ମଧ୍ୟ ଯଦି ସ୍ୱାମୀଙ୍କୁ ମିଳିଥିବା ଯୌତୁକ କମ ଲାଗିଥାଏ ତେବେ ସେ ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିଦିଅନ୍ତି । ସେଠାରେ ଯୌତୁକ ପ୍ରଥା ପାଇଁ କିଛି ଶକ୍ତ ନିୟମ ରହିନାହିଁ ।

ଏହା ଛଡ଼ା ସେଠାରେ ମହିଳାଙ୍କୁ ସନ୍ତାନ ଜନ୍କ କରିବାର ଯନ୍ତ୍ର ଭାବେ ଦେଖାଯାଇଥାଏ। ପରିବାର କଲ୍ୟାଣର କିଛି ଦୃଢ଼ ନିୟମ ନଥିବାରୁ ୨୫ ବର୍ଷର ମହିଳା ସେଠାରେ ୫ଟି ସନ୍ତାନ ଜନ୍ମ କରିଥାଏ। ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ସତ୍ୟ । ଏଥିପାଇଁ ପାକିସ୍ତାନର ମହିଳା ଭାରତୀୟ ପୁରୁଷଙ୍କ ପ୍ରତି ଆର୍କଷିତ ହେଉଛନ୍ତି କାରଣ ଭାରତୀୟ ପୁରୁଷ ତାଙ୍କ ପତ୍ନୀଙ୍କ ଶରୀରିକ ସୁସ୍ଥତାର ଧ୍ୟାନ ରଖିବା ସହ ତାଙ୍କର ସମସ୍ତ ନିର୍ଣ୍ଣୟରେ ସାଙ୍ଗରେ ଠିଆ ହୋଇଥାନ୍ତି ।