News

କାହିଁକି ଅଘୋରୀ ବାବା ଶ୍ମସାନରେ ରହିବାକୁ ପସନ୍ଦ କରନ୍ତି?

ମୃତ୍ୟୁ ପରେ ସମସ୍ତଙ୍କୁ ଶ୍ମସାନକୁ ଯିବା ପାଇଁ ପଡ଼ିଥାଏ ତେବେ ଆପଣ ଜାଣିଛନ୍ତି କି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଜୀବନ ଶ୍ମସାନରେ ଅତିବାହିତ କରିବାକୁ ପସନ୍ଦ କରନ୍ତି । ତନ୍ତ୍ର ସାଧାନ କରିବାକୁ ପସନ୍ଦ କରୁଥିବା ସାଧୁ ଅଘୋରୀ ବାବା ତାଙ୍କ ଜୀବନ ଶ୍ମସାନରେ ବିତାଇଥାନ୍ତି । ଅଘୋରୀ ମାନଙ୍କର ଇତିହାସ ପ୍ରାୟ ୧୦୦୦ ବର୍ଷ ପୂରୁଣା ।

ସାଧାନା ପାଇଁ ଏକ ଖାସ ପଥ ହେଉଛି ଅଘୋରପଥ । କିନ୍ତୁ ବର୍ତ୍ତମାନ ଏମାନଙ୍କର ସଂଖ୍ୟା ଧିରେ ଧିରେ କମ ହେବାରେ ଲାଗିଛି। ତେବେ ଅଘୋରୀ ବାବା ମାନଙ୍କର ପ୍ରଥମ ପରିଚୟ ହେଉଛି ସେମାନେ କେବେ କାହାକୁ କିଛି ମାଗନ୍ତି ନାହିଁ । ଦ୍ୱୀତିୟତଃ ଅୋଘାରୀ ମାନେ ଏତେ ଜଲଦି କାହାକୁ ଦେଖା ଦିଅନ୍ତି ନାହିଁ ।

ପଢନ୍ତୁ  ଏସବିଆଇର ବମ୍ପର ଅଫର! ଜରୁରୀକାଳିନ ପରିସ୍ଥିତିରେ ଦେବ ୫ଲକ୍ଷ ଟଙ୍କା

ଶ୍ମସାନରେ ରହୁଥିବା ଏହି ସାଧୁ ବାବା ମାନଙ୍କର ଏକ ବଡ଼ ଗୋଷ୍ଠୀ କୁମ୍ଭ ମେଳା ସମୟରେ ଦେଖିବାକୁ ମିଳିଥାଏ। ଅଘୋରୀ ବାବାଙ୍କୁ ଅନେକ ଭୟାନକ ବାବା ବୋଲି ମଧ୍ୟ କହିଥାନ୍ତି । କିନ୍ତୁ ପ୍ରକୃତରେ ଅଘୋରୀର ଅର୍ଥ ଭୟ ବିନା , ଯିଏ ସରଳ ଏବଂ କାହା ମଧ୍ୟ ଭେଦ କରନ୍ତି ନାହିଁ । ଅଘୋରୀଙ୍କ ବାସ୍ତବିକ ରୂପ କିନ୍ତୁ ପ୍ରକୃତରେ କିଏ ମଧ୍ୟ ଦେଖିଲେ ଡ଼ରିଯିବେ। ଅଘୋରୀ ବାବା ଶିବ ଶକ୍ତିର ପୂଜକ ଥାନ୍ତି ଏଣୁ ସେ ଶିବଙ୍କ ଭଳି ସାଧୁ ଜୀବନ ଅତିବାହିତ କରିଥାନ୍ତି ।

ପ୍ରାୟତଃ ଅଘୋରୀ ବାବା ମାନଙ୍କୁ ଶ୍ମସାନବାସୀ କୁହାଯାଇଥାଏ। କାରଣ ତାଙ୍କର ସାଧାନାରେ ଶ୍ମସାନର ବିଶେଷ ମହତ୍ତ୍ୱ ରହିଛି। ଏଣୁ ସେମାନେ ସର୍ବଦା ଶ୍ମସାନରେ ବାସ କରିବା ପାଇଁ ପସନ୍ଦ କରିଥାନ୍ତି । ଅଘୋରୀ ବାବା ମାନେ ଶ୍ମସାନରେ ସାଧାନା କରିବାର କାରଣ ଶ୍ମସାନରେ ଥିବା ଅଲୌକିକ ଶକ୍ତି ଏବଂ ଆତ୍ମା ତାଙ୍କ ସାଧାନକୁ ଶୀଘ୍ର ଫଳପ୍ରଦ କରିବାରେ ସାହାର୍ଯ୍ୟ କରିଥାନ୍ତି । ଅନ୍ୟ ଏକ କାରଣ ହେଉଛି ସାଧାରଣ ମନୁଷ୍ୟ ଶ୍ମସାନ ଠାରୁ ଦୁରରେ ରହିଥାଏ ଯାହା ଦ୍ୱାରା ତାଙ୍କ ସାଧାନରେ କିଛି ବାଧା ବିଘ୍ନ ସୃଷ୍ଟି ହୋଇନଥାଏ।