Special Report

ଏମିତି ଏକ ଜାଗା ଯେଉଁଠି ପୁରୁଷଙ୍କୁ ପ୍ରବେଶ ନିଷେଧ

ଆଜିର ସମୟରେ ମହିଳାମାନେ ପୁରୁଷଙ୍କ ସହିତ ହାତ ମିଶାଇ ଯାଉଥିଲେ ମଧ୍ୟ ଅନେକ ସମୟରେ ଆପତ୍ତିକର ସମୟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେତେ ସ୍ୱାଧିନ ହେଲେ ମଧ୍ୟ ମହିଳାମାନଙ୍କୁ ଏକୁଟିଆ କୁଆଡ଼େ ବୁଲିଯିବା ପୂର୍ବରୁ ଶହେ ଥର ଭାବିବା ପାଇଁ ପଡ଼ିଥାଏ । ସାଧାରଣତଃ ଏହି ସବୁ ଜିନିଷ ଉପରେ କେହି ଧ୍ୟାନ ଦେଇନଥାନ୍ତି ।

ତେବେ ଏହା ବିଷୟରେ ଭାବିଥିଲେ ଆମେରିକାର ବିଜନେସ ମହିଳା କ୍ରିଷ୍ଟିନା ରୋଥ ଏବଂ ଏଥିପାଇଁ ସେ କେବଳ ମହିଳା ମାନଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ଦ୍ୱିପପୁଞ୍ଜ। ଏହାର ନାମ ଫିନଲ୍ୟାଣ୍ଡ ରଖାଯାଇଛି । ଏଠାରେ ପୁରୁଷ ମାନଙ୍କର ପ୍ରବେଶ ନିଷେଧ । ମହିଳା ମାନେ ବିନା କୌଣସି ଡ଼ରରେ ଅନ୍ୟ କାହାର ସାହାୟତାରେ ଏଠାରେ ନିଜର ଛୁଟି କାଟିବା ପାଇଁ ଆସିପାରିବେ। ଏହି ଦ୍ୱୀପପୁଞ୍ଜରେ ମହିଳା ମାନେ ଆଉ କିଛି ଉପରେ ଧ୍ୟାନ ନଦେଇ କେବଳ ନିଜ ଉପରେ ଧ୍ୟାନ ଦେଇପାରିବେ ।