Special Report

୩ ଦିନ ଅଫିସକୁ no-bra (ବିନା ଅନ୍ତବସ୍ତ୍ର) ରେ ଆସିଲେ ମହିଳା : ତା ପରେ କଣ ହେଲା ଜାଣନ୍ତୁ

ମହିଳାଙ୍କୁ ସମାଜରେ ନିଜକୁ ସ୍ୱାଧିନ ପ୍ରମାଣିତ କରିବା ପାଇଁ ନେବାକୁ ପଡ଼ିଥାଏ କିଛି ଖାସ ପଦକ୍ଷେପ । ଏପରି କିି ପୁରୁଷ ମାନଙ୍କ ଅପେକ୍ଷା ମହିଳାଙ୍କ ପାଇଁ ପୋଷାକ ପରିଧାନ ଠାରୁ ଆରମ୍ଭ କରି ସମାଜରେ ଚାଲିଚଳନ ସମସ୍ତ ପାଇଁ ଭିନ୍ନ ଏକ ନିୟମ ରହିଛି। ସାଧାରଣତଃ ମହିଳା ମାନଙ୍କୁ ପୋଷାକ ପରିଧାନ ପାଇଁ ବହୁତ ପ୍ରକାରର ପ୍ରତିବନ୍ଧର ସଂମୁଖୀନ ହେବା ପାଇଁ ପଡ଼ିଥାଏ ।  ଭିଡ଼ ସ୍ଥାନରେ ଭୂଲ ବଶତଃ କୌଣସି ମହିଳାଙ୍କ ଅନ୍ତବସ୍ତ୍ର ଦେଖାଯାଇଥିଲେ ତାଙ୍କୁ ସମସ୍ତେ କଣେଇ କଣେଇ ଦେଖିବ ସହ ଅନେକ ପ୍ରକାରର ପରିହାସ କରିଥାନ୍ତି । ତେବେ ଏହି ସମଜାର ଏକ କର୍ପୋରେଟ ଅଫିସରେ କାର୍ଯ୍ୟରତ ମହିଳା ୩ ଦିନ no-bra (ବିନା ଅନ୍ତଃବସ୍ତ୍ର ) ରେ କାର୍ଯ୍ୟଳୟକୁ ଯିବା ସହ ଲୋକଙ୍କ ପ୍ରତିକ୍ରିୟା ଅନୁଧ୍ୟାନ କରିବାର ନିଷ୍ପତି ନେଇଥିଲେ । ତେବେ ଆସନ୍ତୁ ଜାଣିବା କଣ ରହିଲା ଏହା ପରବର୍ତ୍ତୀ ସ୍ଥିତି ।

ଆମେ ମହିଳା ମାନେ ଚାହିଁଲେ ହିଁ ଆରାମ୍‌ରେ ବିନା କୌଣସି ଲଜ୍ଜ୍ୟାରେ ସମାଜରେ ବିନା ଅନ୍ତବସ୍ତ୍ର ବୁଲି ପାରିବା । ଏହା ଆମେ ଶରୀରର ଅଂଶ ଯାହା ପ୍ରାକୃତିକ ରୁପେ ଆମକୁ ମିଳିଛି ତେବେ ତାହା ପାଇଁ ଏବଂ ତାହାର କୌଣସି ଅଂଶ ପୋଷାକ ଉପରୁ ଦେଖାଗଲେ କଣ ଅସୁବିଧା ରହିଛି। ଏହା ଭାବି କର୍ପୋରେଟ ଅଫିସରେ କାର୍ଯ୍ୟରତ ଦିପିକା ତିନି ଦିନର ଚ୍ୟାଲେଞ୍ଜ ନେଲେ । ଏଥିରେ ତାଙ୍କୁ ବିନା ଅନ୍ତବସ୍ତ୍ରରେ ତିନି ଦିନ ବିତାଇବାର ରହିଥିଲା । ପ୍ରଥମ ଦିନରେରେ ତାଙ୍କୁ କିଛିଟା ଅଖାଡ଼ୁଆ ଲାଗିଥିଲା । କାରଣ ଏତେ ଦିନର ଅନ୍ତବସ୍ତ୍ର ପିନ୍ଧିବା ଅଭ୍ୟାସ ହଠାତ୍‌ ପରିବର୍ତ୍ତନ ହେଲେ ଅଖାଡ଼ୁଆ ଲଗିବା ସାଧାରଣ କଥା ।
କିନ୍ତୁ ଦିପିକା ଆତ୍ମବିଶ୍ୱାସର ସହ ସମସ୍ତଙ୍କ ସହ କଥା ହେବା ସହ ପ୍ରଥମ ଦିନରୁ ଆରମ୍ଭ କରି ଗତ ତିନି ଦିନ ପର୍ଯ୍ୟନ୍ତ ବିନା ଅନ୍ତବସ୍ତ୍ରରେ ସମସ୍ତ କାର୍ଯ୍ୟକରିଥିଲେ । ଏହା ସହ ସେ ତାଙ୍କ ମହିଳା ସାଙ୍ଗ ମାନଙ୍କୁ ବିନା ଅନ୍ତବସ୍ତ୍ରରେ କାର୍ଯ୍ୟକରୁଥିବାର ଫଟୋ ମଧ୍ୟ ପଠାଇଥିଲେ । ଯାହା ଦ୍ୱାରା ସେ ପ୍ରମାଣିତ କରିଥିଲେ କି ଏହା ଆମ ମନର ଏବଂ ସମାଜର କିଛି ବ୍ୟକ୍ତିଙ୍କ ଖରାପ ମାନସିକ ଚିନ୍ତାଧାରା । ଜଣେ ମହିଳା ବିନା କୌଣସି ଲଜ୍ୟା ଏବଂ ସଂଙ୍କୋଚରେ no-bra (ବିନା ଅନ୍ତବସ୍ତ୍ର) ପିନ୍ଧି ଚଳପ୍ରଚଳ କରିପାରିବେ । ଏଥିପାଇଁ ନିଜର ମାନସିକତା ସୁଦୃଢ଼ ହେବା ଦରକାର ଆଉ କିଛି ନୁହଁ ।