Ollywood

ଆମକୁ କେହି ବି କେବେ ଅଲଗା କରି ପାରିବେ ନାହିଁ : ବର୍ଷା ପ୍ରିୟଦର୍ଶନୀ

ବିଗତ କିଛି ଦିନ ହେବ ଓଲିଉଡ଼ର ଶୁଆଶାରୀ ଅର୍ଥାତ ଅନୁଭବ ଏବଂ ବର୍ଷାଙ୍କ ସଂପର୍କରେ ସୃଷ୍ଟି ହେଉଥିବା ଫାଟକକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏହି ସମ୍ବନ୍ଧୟ କିଛି ଟା ବାର୍ତ୍ତା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ କଳାକାର ଦମ୍ପତି । ତେବେ ମିଡ଼ିଆରେ ହେଉଥିବା ଅନେକ ପ୍ରକାରର ଚର୍ଚ୍ଚା ଏବଂ ପ୍ରଶ୍ନର ଉତ୍ତର ନିଜର ଇଷ୍ଟାଗ୍ରାମ ଏବଂ ଫେସବୁକ ରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ

ବର୍ଷା , ଅନୁଭବଙ୍କ ସହ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ଲେଖିଛନ୍ତି “ବିବାହ କେବଳ ଦୁଇ ଜଣଙ୍କ ମଧ୍ୟର ସଂପର୍କ ନୁହଁ ବରଂ ଏହା ଦୁଇ ପରିବାର ମଧ୍ୟର ସଂପର୍କ । ମୁଁ ମୋ ସ୍ୱାମୀଙ୍କ ସହିତ ଥିବା ସଂପର୍କକୁ ନେଇ ଗର୍ବିତ । ମୁଁ ମୋର ସ୍ୱାମୀଙ୍କୁ ବହୁତ ଭଲ ପାଏ ଏବଂ ତାଙ୍କ ସହିତ ହିଁ ମୋ ଜୀବନ ବିତାଇବା ପାଇଁ ଚାହୁଁଛି। ତାଙ୍କ ପାଇଁ ଏବଂ ତାଙ୍କୁ ଭଲ ପାଇବା ପାଇଁ ମୋର ଜନ୍ମ । ମୁଁ ଚାହେଁ ଆପଣ ମାନେ ଆମର ସୁଖ ଜୀବନ ପାଇଁ କାମନା କରନ୍ତୁ । କାହାର ମଧ୍ୟ ଖରାପ ନଜର ନଲାଗୁ ଆମ ସଂପର୍କରେ । ଆପଣ ମାନେ ଆମ ପାଇଁ ଭଗବାନ , ଯେପର୍ଯ୍ୟନ୍ତ ଆପଣମାନଙ୍କର ଭଲ ପାଇବା ଏବଂ ଆର୍ଶୀବାଦ ଆମ ସହିତ ଅଛି ଆମକୁ କେହି ବି କେବେ ଅଲଗା କରିପରିବେ ନାହିଁ । ଜୟ ଜଗନ୍ନାଥ। ”

ପଢନ୍ତୁ  ଅଲଗା ହେବେ କି ଓଲିଉଡ଼ର ଶୁଆଶାରୀ ?

ଏହି ପୋଷ୍ଟରୁ ଜଣାପଡ଼ିଛି ଦୁହିଁଙ୍କ ମଧ୍ୟରେ ବୋଧ ହୁଏ ସବୁକିଛି ଠିକ ଚାଲିଛି। ଆମେ ମଧ୍ୟ ଆଶା କରୁଛୁ ଓଲିଉଡ଼ର ଶୁଆଶାରୀଙ୍କ ମଧ୍ୟରେ ସଂପର୍କ ସୁମଧୁର ରହିଥାଉ ।

ଏହା ପୂର୍ବରୁ କଳାକାର ଦମ୍ପତି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ “ଜଣଙ୍କ ସହିତ ରହିଲା ପରେ ମଧ୍ୟ ଯଦି ସେ ତୁମର ଭଲ ପାଇବା , ତ୍ୟାଗ, ତାଙ୍କ ପାଇଁ ତୁମର ସମ୍ମାନ ଦେଖିପାରୁନାହାନ୍ତି ତେବେ ତାହା ଏହି ଦୁନିଆରେ ସବୁଠାରୁ ବଡ଼ ହାର ହୋଇଥାଏ “।ଅପର ପକ୍ଷରେ ବର୍ଷା ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଛନ୍ତି , “ଜଣେ ନିଜର ସଂପର୍କକୁ ବଞ୍ଚାଇବା ପାଇଁ ଚେଷ୍ଠା କରୁଥିବା ସମୟରେ ତାଙ୍କ ସାଥି ଏହାକୁ ଯଥା ସମ୍ବବ ଖରାପ କରିବା ପାଇଁ ଚେଷ୍ଠା କରିଥାନ୍ତି । ସଂପର୍କରେ ସବୁବେଳେ ଇର୍ଷା, କ୍ରୋଧ , ରାଗ ଆଦିରୁ ଦୂରରେ ରହିବା ଉଚିତ ଏବଂ ସଂପର୍କ ଉପରେ ବିଶ୍ୱାସ ରଖିବା ଦରକାର । ଗୋଟିଏ ‘ଶବ୍ଦ’ ସଂପର୍କ ଭାଙ୍ଗିବି ପାରେ ଏବଂ ତାହା ଯୋଡ଼ି ମଧ୍ୟ ପାରେ । ଏଣୁ ସବୁବେଳେ ନିଜକୁ ଦୃଢ଼ମନା କର। କେବେ ମଧ୍ୟ ନିଜର ସମୟ ପ୍ରତିଶୋଧ କିମ୍ବା ଧୋକା ଦେବାରେ ନଷ୍ଟ କରନାହିଁ “।