News

୧୦ ବର୍ଷ ମଧ୍ୟରେ ୬ ଗୁଣା ବଢ଼ିଛି କଣ୍ଡୋମ ବ୍ୟବହାର

ଦେଶରେ ଏବେ ଅବିବାହିତ ମହିଳା ସତର୍କ ହେଉଥିବା ନଜର ଆସୁଛି। ବାହାଘର ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖୁଥିବା ମହିଳାମାନେ ଏବେ ସୁରକ୍ଷିତ ସେକ୍ସ ପ୍ରତି ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ହୋଇଥିବା ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ ରିପୋର୍ଟ ତଥ୍ୟରୁ ଜଣାପଡ଼ିଛି ଯେ ଅବିବାହିତା ମହିଳାଙ୍କ ମଧ୍ୟରେ ସୁରକ୍ଷିତ ସେକ୍ସ କରିବା ସଂଖ୍ୟା ବୃଦ୍ଧି ପାଇଛି।

୨୦୧୫-୧୬ ସର୍ଭେ ରିପୋର୍ଟ ଅନୁସାରେ ୧୫ରୁ ୪୯ ବର୍ଷୀୟା ଅବିବାହିତା ମହିଳାଙ୍କ ମଧ୍ୟରେ ଗତ ୧୦ ବର୍ଷ ମଧ୍ୟରେ କଣ୍ଡୋମର ବ୍ୟବହାର ୨ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦ରୁ ୨୪ ବର୍ଷୀୟା ଯୁବତୀ ଶାରୀରିକ ସମ୍ପନ୍ଧ ରଖିବାବେଳେ କଣ୍ଡୋମ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେହିପରି ୨୫ରୁ ୪୯ ବର୍ଷୀୟା ମହିଳାମାନେ ଗର୍ଭନିରୋଧକ ଭାବେ ନିଜର ନସବନ୍ଦୀ ଉପରେ ଗୁରୁତ୍ବ ଦେଉଛନ୍ତି।

ପଢନ୍ତୁ  ଅଜବ ପରମ୍ପରା, ପ୍ରେମିକ-ପ୍ରେମିକାକୁ ପାନ ଖୁଆଇ କରିଥାନ୍ତି ପ୍ରେମ ନିବେଦନ

ଅପରପକ୍ଷେ ୧୫ରୁ ୪୯ ବର୍ଷ ମଧ୍ୟରେ ଦେଶରେ ୯୯ ପ୍ରତିଶତ ମହିଳା ଓ ପୁରୁଷଙ୍କୁ ଗର୍ଭନିରୋଧ ପାଇଁ ଅତିକମ୍‌ରେ ଗୋଟିଏ ପଦ୍ଧତି ଜଣାଅଛି। ୧୫ରୁ ୪୯ ବର୍ଷୀୟା ବିବାହିତ ମହିଳାଙ୍କ ମଧ୍ୟରେ କଣ୍ଟ୍ରାସେପ୍ଟିଭ୍‌ ପ୍ରିଭ୍‌ଲେନ୍ସ ରେଟ୍‌ ଅର୍ଥାତ୍‌ ଗର୍ଭନିରୋଧକ ପ୍ରଚାର ଦର (ସିପିଆର୍‌) ମାତ୍ର ୫୪ ପ୍ରତିଶତ ଅଟେ। ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ମହିଳା ଗର୍ଭନିରୋଧ ପାଇଁ ଆଧୁନିକ ଉପାୟ ଅବଲମ୍ବନ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଦେଶରେ ଗର୍ଭନିରୋଧ ପଦ୍ଧତିର ସବୁଠାରୁ କମ୍ ବ୍ୟବହାର ମଣିପୁର, ବିହାର ଏବଂ ମେଘାଳୟରେ ହେଉଛି। ଏଠାରେ ମାତ୍ର ୨୪ ପ୍ରତିଶତ ମହିଳା ଗର୍ଭନିରୋଧ ପଦ୍ଧତି ଅବଲମ୍ବନ କରୁଛନ୍ତି। ସେହିପରି ୭୬ ପ୍ରତିଶତ ସହିତ ପଞ୍ଜାବ ପ୍ରଥମ ସ୍ଥାନରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଗର୍ଭନିରୋଧକ ବ୍ୟବହାର ମାମଲାରେ ୩୦ ପ୍ରତିଶତ ସହିତ ଲାକ୍ଷାଦ୍ବୀପ ସବୁଠାରୁ ପଛରେ ଥିବାବେଳେ ୭୪ ପ୍ରତିଶତ ସହ ଚଣ୍ଡିଗଡ଼ ସବୁଠାରୁ ଆଗରେ ରହିଛି।