use-bhim-app-for-transaction-earn-750-odia-zamana
News

ପ୍ରତି ମାସରେ ବିନା କାମରେ ରୋଜଗାର କରନ୍ତୁ ୭୫୦ ଟଙ୍କା !!

ବିମୁଦ୍ରିକରଣ ପରଠାରୁ ଦେଶରେ CASE LESS କାରବାର ଉପରେ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ମୋଦି ସରକାର ଏଥିପାଇଁ ଅଧିକ ମାତ୍ରାରେ DIGITAL WALLET ପ୍ରତି ମଧ୍ୟ ଧ୍ୟନ ଦେଉଛନ୍ତି। ଲୋକଙ୍କୁ ଆର୍କଷିତ କରାଇବା ପାଇଁ ଏଥିରେ ବିଭିନ୍ନ ପ୍ରକାରର କ୍ୟାସବ୍ୟାକ ଏବଂ ଅଫର ଆଦି ଦେଉଛନ୍ତି । ତେବେ ନିକଟରେ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭିମ୍‌ ଆପରେ ଗ୍ରାହକଙ୍କ ପାଇଁ ବିନା କାମରେ ଟଙ୍କା ରୋଜଗାର କରିବାର ସୁବିଧା ଯୋଗାଇଛି। ଆସନ୍ତୁ ଜାଣିବା ଘରେ ବସି ବିନା କୌଣସି କାମରେ କେବଳ ଏକ ଆପ ଜରୀଆରେ କିପରି କରିବେ ରୋଜଗାର ।

ଏଥିପାଇଁ ପ୍ରଥମତଃ ଆପଣଙ୍କୁ ଭିମ୍‌ ଆପ ଡ଼ାଉନଲୋଡ଼ କରି ବ୍ୟବହାର କରିବା ପାଇଁ ପଡ଼ିବ । ଏହାଦ୍ୱାରା ୭୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ଆପ୍‌ ଜରିଆରେ ଟଙ୍କା କାରବାର କରିବାକୁ ପଡ଼ିବ । କେବଳ ଏତିକି ନୁହେଁ, ଯଦି ଆପଣ ଏହି ଆପଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଡାଉନଲୋଡ କରିନାହାଁନ୍ତି ତେବେ ଆପଣଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଅଫର ରହିଛି । ଭିମ ଆପ ଡାଉନଲୋଡ କରିବା ପରେ ଯଦି ଆପଣଙ୍କର ପ୍ରଥମ ଟଙ୍କା କାରବାର ଅତି କମରେ ୧ଟଙ୍କା ବି ହୋଇଥାଏ, ତେବେ ଏହା ବଦଳରେ ଆପଣଙ୍କୁ ୫୧ ଟଙ୍କା ମିଳିବ ।ଏଥିପାଇଁ ଆପଣ ୟୁପିଆଇ ଆଇଡିରୁ, ଦ୍ୱିତୀୟ ଥର ମୋବାଇଲ ନମ୍ବରରୁ ଏବଂ ତୃତୀୟ ଥର ଆକାଉଂଟ ନମ୍ବରରୁ ଟଙ୍କା ପଠାଇଲେ , ତେବେ ଆପଣଙ୍କୁ ଏଥିପାଇଁ ୨୫ ଟଙ୍କା ମିଳିବ ।ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆର ସୂଚନା ମୁତାବକ, ଯେତେବେଳେ ବି ଆପଣ ଏକ ୟୁନିକ ଟ୍ରାଂଜାକସନ କରିବେ ।

ପଢନ୍ତୁ  ହଲିଉଡ଼ ଫିଲ୍ମରେ ଓଡ଼ିଆ ପୁଅ

ଏହା ସହ ଯଦି ଆପଣ ୧୦ ଟଙ୍କା ଆପଣଙ୍କ ସାଙ୍ଗଙ୍କୁ ଟ୍ରାନ୍ସଫର କରୁଛନ୍ତି ତେବେ ଆପଣଙ୍କୁ ଏଥିରେ କ୍ୟାସବ୍ୟାକ୍‌ ମିଳିବ । ପ୍ରତିମାସ ଯଦି ଆପଣ ୨୫ରୁ ଅଧିକ କିନ୍ତୁ ୫୦ଥର ଲେନଦେନ କରନ୍ତି ତେବେ ଆପଣଙ୍କୁ ୧୦୦ ଟଙ୍କା ମିଳିବ । ଯଦି ଆପଣ ୫୦ଥରରୁ ଅଧିକ କିନ୍ତୁ ୨୦୦ ଥରରୁ କମ ଟଙ୍କା ଲେଣଦେଣ କରିଛୁଛନ୍ତି ତେବେ ଆପଣଙ୍କୁ ସରକାରଙ୍କ ତରଫରୁ ୧୦୦ ଟଙ୍କା ମିଳିବ । ଯଥା ୧୦୦ରୁ ଅଧିକ ଥର ଟଙ୍କା ଲେଣଦେଣ କଲେ ଏଥିପାଇଁ ଆପଣଙ୍କୁ ୨୫୦ ଟଙ୍କା କ୍ୟାସବ୍ୟାକ୍‌ ମିଳିବ । ଖାଲି ଏତିକି ନୁହେଁ ମାସକ ମଧ୍ୟରେ ସର୍ବାଧିକ ୭୫୯ ଟଙ୍କାର କ୍ୟାସବ୍ୟାକ ମଧ୍ୟ ଆପଣଙ୍କୁ ମିଳିପାରିବ ।