Special Report

ଶ୍ୱେତା ଏବଂ ଭାବନା : ଟ୍ୱିନ ସିଟିର ଟ୍ଵିନ ଫ୍ୟାସନ ବ୍ଲଗର

ଅଜିର ଯୁଗରେ ଛୋଟ ଶିଶୁଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ସୁନ୍ଦର ଏବଂ ଆର୍କଷଣୀୟ ଦେଖା ଯିବା ପାଇଁ ଚେଷ୍ଟା କରୁଛନ୍ତି । ଏପରିକିି ଏଥିପାଇଁ ନାନାଦି ପ୍ରକାରର ପୋଷାକ ଏବଂ ମେକଅପ ମଧ୍ୟ ବ୍ୟବହାର କରୁଛନ୍ତି । ତେବେ ଆପଣ ଯେତେ ଟଙ୍କା ଖର୍ଚ୍ଚ କରନ୍ତୁ ଯଦି ଆପଣଙ୍କ ପାଖରେ ସଠିକ ପୋଷାକ ପରିଧାନର ଜ୍ଞାନ ନଥାଏ ଆପଣ ଯାହା ପିନ୍ଧିଲେ ମଧ୍ୟ ଖରାପ ଦେଖାଯିବେ ।

ବର୍ତ୍ତମାନ ଓଡ଼ିଶା ବାସୀ ଖାସ କରି Twin City ଭୁବନେଶ୍ୱର ଏବଂ କଟକ ବାସୀଙ୍କ ପାଇଁ ଖୁସିର ଖବର । କିପରି ଆପଣ କମ ଟଙ୍କା ମଧ୍ୟରେ Fashionable ଲାଗିପାରିବେ ତାହା ନିଜର fashion blog ରେ ଶିଖାଉଛନ୍ତି Twin City ର ଝିଅ ଶ୍ୱେତା ଚୌଧୁରୀ ଏବଂ ଭାବନା ରଥ ।  ସେ ଦୁଇ ଜଣ ପାଠ ପଢ଼ା ସହିତ ଏକ fashion blog ଜରିଆରେ ଓଡ଼ିଶାବାସୀଙ୍କୁ ଫ୍ୟାସନେବଲ କରିବାର ଦାୟିତ୍ୱ ମଧ୍ୟ ସମ୍ବାଳିଛନ୍ତି ।

ପଢନ୍ତୁ  ଆପଣ ଜାଣନ୍ତି ,ଡାକ୍ତରମାନେ ଅଧିକ Life Insurance କାହିଁକି କରନ୍ତି ?

ଆପଣ ସାଧାରଣତଃ ଦେଖିଥିବେ କିଛି ଲୋକଙ୍କ ପାଖରେ ପୋଷାକ ପରିଧାନର ଉଚିତ ଜ୍ଞାନ ନଥିବାରୁ ସେମାନେ ଅନେକ ପ୍ରକାରର ବ୍ରାଣ୍ଡେଡ଼ ଜିନିଷ ବ୍ୟବହାର କରିମଧ୍ୟ କାହାର ଦୃଷ୍ଟି ଆର୍କଷଣ କରିପାରନ୍ତି ନାହିଁ । କିଛି ବ୍ୟକ୍ତିଙ୍କ ପାଖରେ ସଠିକ ଭାବେ ଫ୍ୟାସନ ଏବଂ ପୋଷାକ ପରିଧାନ ଜ୍ଞାନ ଥିବା ଯୋଗୁଁ ସେମାନେ କିିଛି ପିନ୍ଧିଲେ ମଧ୍ୟ ସମସ୍ତଙ୍କ ଆର୍କଷଣର କେନ୍ଦ୍ର ପାଲିଟିଥାନ୍ତି । ତେବେ Fashion ଏବଂ Trend ର ସଠିକ ମିଶ୍ରଣ ଦେଖିବାକୁ ମିଳିଥାଏ ଏହି ଦୁଇ fashion blogger ଙ୍କ ପାଖରେ ।

ନିଜର ଏହି ଫ୍ୟାସନ ଜ୍ଞାନ ଦ୍ୱାରା ରାଜ୍ୟବାସୀଙ୍କୁ ଆଉଟିକେ Fashionable କରିବା ପାଇଁ ଶ୍ୱେତା ଏବଂ ଭାବନା ନିଜର Blog ସାହାଯ୍ୟରେ ସାଧାରଣ ଜନତାଙ୍କୁ କେଉଁ ସମୟରେ କିପରି ପୋଷାକ ପିନ୍ଧିବା ଦରକାର ତାହାର କିଛି ଜ୍ଞାନ ଦେଇଥାନ୍ତି । କଥାରେ ଅଛି ଆଜିର ଶିଶୁ କାଲିର ଭବିଷ୍ୟତ ଠିକ ସେହିପରି ଆଜିର ଯୁବପିଢ଼ି ଯଦି ଫ୍ୟାସନେବଲ ହୋଇପାରିବେ ତେବେ କାଲି ତାଙ୍କର ପର ପିଢ଼ି ମଧ୍ୟ ଫ୍ୟାସନେବଲ ହୋଇ ପାରିବ ।ଏଥିପାଇଁ ଭାବନା ଏବଂ ଶ୍ୱେତା ମୁଖ୍ୟତଃ ଯୁବପିଢ଼ି ମାନଙ୍କ ଉପରେ ଧ୍ୟାନ ଦେଇଛନ୍ତି ।

ପଢନ୍ତୁ  ଲଙ୍କାର ବିନାଶ ପରେ କଣ ହୋଇଥିଲା ମନ୍ଦୋଦରୀଙ୍କ ସ୍ଥିତି ?

ପ୍ରଥମେ କିଛି ଦିନର Blog କଲାପରେ ସେ ଦୁହେଁ ଦେଖିବାକୁ ପାଇଲେ ତାଙ୍କୁ ଅନେକ ଲୋକ ଫଲୋ କରିବା ସହ ତାଙ୍କର ବ୍ଲଗକୁ ବହୁତ ମାତ୍ରାରେ ଭଲ ପାଉଛନ୍ତି । ଯାହା ତାଙ୍କୁ ପ୍ରୋତ୍ସାହିତ କରିଥିଲା । ଖାଲି ବ୍ଲଗ ନୁହଁ ବରଂ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ଫ୍ୟାସନର ଅନେକ ତଥ୍ୟ ପ୍ରଦାନ କରିଥାନ୍ତି । ତାଙ୍କ Blog ର ମୁଖ୍ୟ ବର୍ତ୍ତା ହେଉଛି Eat.Sleep.Slay.Repeat.

ଖାଲି ଯେ ପୋଷାକ ନୁହଁ ବରଂ କେଉଁ ସମୟରେ କିପରି ପୋଷାକ ପିନ୍ଧିବା ଉଚିତ , କିପରି ମେକଅପ ଏବଂ କେଶ ଥିବା ଆବଶ୍ୟକ ସବୁ ବିଷୟରେ ଜଣାଇଥାନ୍ତି ଶ୍ୱେତା ଏବଂ ଭାବନା । ଆପଣ ମଧ୍ୟ ଚାହିଁଲେ ଶ୍ୱେତା ଏବଂ ଭାବନାଙ୍କ Fashionable life ର ଭାଗ ହୋଇ ପାରିବେ ଏଥିପାଇଁ ଆପଣଙ୍କୁ କେବଳ ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ କରିବା ପାଇଁ ପଡ଼ିବ । ତେବେ ଡ଼େରି କାହିଁକି ଗୋଟିଏ କ୍ଲିକରେ Eat.Sleep.Slay.Repeat. ପରିବାରର ସଦସ୍ୟ ହୋଇ ଯାଆନ୍ତୁ।