traffic-laws-violations-in-india-odia-zamana
Special Report

ଭାରତରେ ଟ୍ରାଫିକ ନିମୟ ଉଲଘଂନ ! କିପରି ଭାବେ ନିୟମ ଉଲଘଂନ କରନ୍ତି ଲୋକେ, ଜାଣନ୍ତୁ

ଦିନକୁ ଦିନ ଭାରତରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଆଉ ଏହାର ପ୍ରମୁଖ କାରଣ ହେଲା ଟ୍ରାଫିକ ନିମୟ ଉଲ୍ଲଂଘନ । ଭାରତର ସମସ୍ତ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ନାହିଁ । ଯେଉଁଠି ବି ଅଛି, ବହୁତ କମ ଲୋକ ଟ୍ରାଫିକ ନିୟମକୁ ପାଳନ କରୁଛନ୍ତି । ଏହାସହ ଖୁବ କମ ଲୋକ ଗାଡି ଚଳାଇବା ନିର୍ଦ୍ଧାରିତ ବୟସକୁ ଆଖି ଆଗରେ ରଖି ଗାଡି ଚଳାଇଥାନ୍ତି । ଯଦି ଟ୍ରାଫିକ ନିୟମ ଉଲ୍ଳଂଘନକୁ ନେଇ କୌଣସି ଅଭିଯୋଗ ନଆସେ, ତେବେ ଯାଇ ଆମେ ନିମୟ ଅନୁସାରେ ଗାଡି ଚଳାଇବାକୁ ପସନ୍ଦ କରିଥାଉ ।

ଯାନବାହନ ଯାତାୟତ ଉଲ୍ଲଂଘନ ସମ୍ବନ୍ଧରେ ଭାରତରେ କରାଯାଇଥିବା ଏକ ସର୍ଭେକ୍ଷଣ ରିପୋର୍ଟରୁ ଜଣାପଡିଛି ଯେ ଚୀନ, ଥାଇଲାଣ୍ଡ, ଫିଲିପାଇନ୍ସ ଏବଂ ଅଷ୍ଟ୍ରେଲିଆ ଅପେକ୍ଷା ଭାରତରେ ଯାତ୍ରୀମାନେ ଅଧିକ ସମୟ ଗାଡି ପଛରେ ବିତାଇଥାନ୍ତି । ଯାହା ଫଳରେ ଟ୍ରାଫିକ ଜାମ ହେବା ସହ ନିୟମ ଉଲ୍ଲଂଘନ କରି ଯାନବାହନ ଚଳାଚଳ କରାଯାଉଛି । କିନ୍ତୁ ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ଏହି ଆଇନକୁ ଉଲ୍ଳଂଘନ କରେ, ସେତେବେଳେ ଆମେ ପ୍ରତିବାଦ କରିବାକୁ ପସନ୍ଦ କରିଥାଉ । ତେବେ ଗାଡି ଚଳାଇବା ବେଳେ ଆମେ କେଉଁ କେଉଁ ନିମୟକୁ ଉଲ୍ଲଂଘନ କରିଥାଉ, ସେହି ସମ୍ବନ୍ଧରେ କେତୋଟି କଥା ଜାଣନ୍ତୁ ।

ପଢନ୍ତୁ  ଏପରି ଏକ ସ୍ଥାନ ଯେଉଁଠାରେ ବିବାହର ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟା ଯାଆନ୍ତି ନାହିଁ ଶୌଚାଳୟ

• ଗୋଟିଏ ରାସ୍ତାରେ ଗାଡି ଚଳାଇବା – ଦୁଇପାକ୍ଷିକ ରାସ୍ତା ଥିଲେ ମଧ୍ୟ ଲୋକେ ଶୀଘ୍ର ପହଂଚିବା ପାଇଁ ସର୍ଟକୋର୍ଟ ରାସ୍ତା ଦେଖି ଗୋଟେ ରାସ୍ତାରେ ଯିବାକୁ ପସନ୍ଦ କରିଥାନ୍ତି । ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥାଏ । ଯାହା ଫଳରେ ଘଂଟା ଘଂଟା ଧରି ଟ୍ରାଫିକ ଜାମ ହୋଇଥାଏ ।

• ହେଲମେଟ ବ୍ୟବହାର ନକରିବା – ଆମେ ଆମର ସୁନ୍ଦରତାକୁ ଲୋକଙ୍କୁ ଦେଖାଇବା ପାଇଁ ହେଲମେଟ ମଧ୍ୟ ବ୍ୟବହାର କରିନଥାଉ । ଯେତେବେଳେ ଯାଏ ପୋଲିସ ଆମକୁ ବ୍ୟକ୍ତିଗତ ଭାବେ ଚେକ ନ କରିଛି ।

• ଜେବ୍ରା କ୍ରସିଂକୁ କ୍ରସ କରିବା – ତାହା ତ ଥିଲା ଗାଡି ଚାଳକଙ୍କ କଥା । ଏହାଛଡା ପଦଚାରୀ ବି ଟ୍ରାଫିକ ନିମୟକୁ ଅବମାନନା କରିବାକୁ ପଛାଇ ନଥାନ୍ତି । ଯେଉଁଠାରେ ଟିକେ ଫଙ୍କା ଜାଗା ଦେଖନ୍ତି, ସେହି ରାସ୍ତାରେ ଦେଇ ଚାଲି ଯାଆନ୍ତି । ଏହାସହ ଜେବ୍ରା କ୍ରସିଂ ବି କ୍ରସ କରି ଯାଆନ୍ତି ।

ପଢନ୍ତୁ  ଲଙ୍କାର ବିନାଶ ପରେ କଣ ହୋଇଥିଲା ମନ୍ଦୋଦରୀଙ୍କ ସ୍ଥିତି ?

• ଫୁଥପାଥରେ ମଧ୍ୟ ଗାଡି ଚଳାଇବା – ଦେଶରେ ଏତେ ରାସ୍ତା ଥିବା ସତ୍ତ୍ୱ ଲୋକେ ଟ୍ରାଫିକ ଜାମ ବେଳେ ଫୁଥପାଥରେ ଗାଡିଚଳାଇ ଯାଆନ୍ତି । ଯାହା ଫଳରେ ଫୁଥପାଥ ଉପରେ ଚାଲୁଥିବା ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ।

• ଟ୍ରାଫିକ ସିଂଗନାଲ ନମାନିବା – ଭାରତରେ ଟ୍ରାଫିକ ସିଂଗନାଲ ନମାନିବା ସାଧାରଣ କଥା । ଲାଲି ବତି ଜଳୁଥିଲେ ମଧ୍ୟ ରୋଡ କ୍ରସ କରିବା ଗୋଟେ ଅଭ୍ୟାସରେ ପରିଣତ ହୋଇଗଲାଣି । ଏହାଦ୍ୱାରା ଗାଡି ଚାଳକ ନିଜକୁ ବିପଦରେ ପକାଇବା ସହ ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି ।