Bollywood

ଲୋକଙ୍କ ଦୃଷ୍ଟି ଆର୍କଷଣ ପାଇଁ Boldness ସୀମା ପାର କରିଛନ୍ତି ଏହି କଳାକାର

ବଲିଉଡ଼ କଳାକର ବେଳେବେଳେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିବା ବୋଲ୍ଡନେସ୍‌ର ସମସ୍ତ ସୀମା ପାର କରିଦିଅନ୍ତି। କିଛି କଳାକାର ଲୋକଙ୍କ ଦୃଷ୍ଟି ଆର୍କଷଣ ପାଇଁ ଏପରି ଜାଣିଶୁଣି କରିଥିବା ବେଳେ କିଛି ଅଜଣାତରେ ଏପରି କିଛି କରିଥାନ୍ତି ଯାହା ପାଇଁ ତାଙ୍କୁ ଲୋକ ହସାର କାରଣ ହେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ସେଭଳି କିଛି ଘଟଣା ବିଷୟରେ ।

ରଣବିର କପୁର : ରଣବିର ତାଙ୍କର ପ୍ରଥମ ଚଳଚ୍ଚିତ୍ର ସାଓ୍ଵରିୟାରେ ହିଁ ଟାଓ୍ଵାଲରେ ନାଚ କରି ଆସିଥିଲେ ଚର୍ଚ୍ଚାରେ । ଚଳଚ୍ଚିତ୍ରରେ ଟାଓ୍ଵଲ ଖୋଲିଥିଲେ ମଧ୍ୟ ଦର୍ଶକଙ୍କ ମନରେ ଘର କରି ରହିଥିଲେ ରଣବିର ।

ପ୍ରିୟଙ୍କା ଚୋପ୍ରା: ବଲିଉଡ଼ରୁ ହଲିଉଡ଼ ପର୍ଯ୍ୟନ୍ତ ଯାତ୍ରା କରିଥିବା ଅଭିନେତ୍ରୀ ପ୍ରିୟଙ୍କା ପ୍ରାୟ ସବୁବେଳେ ତାଙ୍କ ପୋଷାକକୁ ନେଇ ମିଡ଼ିାରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏପରି କହିବା ଭୁଲ ହେବନାହିଁ ମଡ଼େଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରିୟଙ୍କା ବର୍ତ୍ତମାନ ହଲିଉଡ଼ ଯାଇ ଆଉ ଟିକେ ବୋଲ୍ଡ ହୋଇ ଯାଇଛନ୍ତି ।

ପଢନ୍ତୁ  ସଲ୍‌ମାନ୍‌ଙ୍କ ଚଳଚ୍ଚିତ୍ର ଯାହା ବକ୍ସଅଫିସରେ ହୋଇପାରିନାହିଁ ରିଲିଜ

ପୁନମ ପାଣ୍ଡେ : ପୁନମ ସବୁବେଳେ ନିଜର ଫଟୋସୁଟ ଏବଂ ମନ୍ତବ୍ୟକୁ ନେଇ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲିଟିଥାନ୍ତି । ନିଜ ଫଟୋସୁଟ ଏବଂ ଚଳଚ୍ଚିତ୍ର ଗୁଡ଼ିକରେ ବୋଲ୍ଡନେସ୍‌ର ସମସ୍ତ ସୀମା ପାର କରିଥାନ୍ତି ପୁନମ ।

ସୁଶାନ୍ତସିଂ ରାଜପୁତ : ଟେଲିଭିଜନରୁ ଯାଇ ବଲିଉଡ଼ରେ ଧମାଲ ମଚାଉଥିବା ସୁଶାନ୍ତ ସ୍ୱଭାବରେ ବହୁତ ଶାନ୍ତ। କିନ୍ତୁ ତାଙ୍କର ଏକ ଟାଓ୍ଵଲ ଫଟୋସୁଟକୁ ଦେଖି ଆପଣଙ୍କୁ ଏହି କଥା ଉପରେ ବିଲକୁଲ ବିଶ୍ୱସା ହେବ ନାହିଁ । ଏହି ଫୋଟସୁଟରେ ସୁଶାନ୍ତ ବୋଲ୍ଡ ଏବଂ ଆକର୍ଷଣୀୟ ଦେଖାଯାଉଛନ୍ତି ।

ରଣଦିପ ହୁଡ଼ା : ରଣଦିପ ସବୁବେଳେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମଧ୍ୟରେ ପରିଚିତ । ତେବେ ଚଳଚ୍ଚିତ୍ରରେ ସମସ୍ତ ଚରିତ୍ରକୁ ବାସ୍ତବତାର ସହ ନିରୁପଣ କରୁଥିବା ରଣଦିପଙ୍କୁ ବୋଲ୍ଡ ଏବଂ ନଗ୍ନଅବସ୍ଥାରେ ରଙ୍ଗରସିୟା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।