being-healthy
Lifestyle

କେମିତି ରହିବେ ସ୍ୱାସ୍ଥ୍ୟବାନ, ଜାଣନ୍ତୁ ଏହାର ସହଜ ଉପାୟ

ବର୍ତ୍ତମାନର ବ୍ୟସ୍ତତାଭରା ଜୀବନଶୈଳୀରେ ଲୋକେ ଫଳ କିଣି ଖାଇବା ଅପେକ୍ଷା ବଜାରରେ ମିଳୁଥିବା ଫଳରସକୁ ଅଧିକ ଉପଯୋଗୀ ମନେକରୁଛନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଜାଣି ପାରୁ ନାହାନ୍ତି । କାରଣ ଏସବୁ ଫଳରସରେ ଚିନି ସହ କୃତ୍ରିମ ରଙ୍ଗ ତଥା ବିଭିନ୍ନ ଦ୍ରବ୍ୟ ମିଶିଥାଏ । ଦୈନିକ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ ବୋଲି ପ୍ରାକାଶ କରିଛନ୍ତି କାନାଡ଼ାର ବିଶେଷଜ୍ଞ ଦଳ ।

ଦୈନିକ ସକାଳ ସମୟରେ ଗୋଟିଏ ସେଓ ଖାଇଲେ ଯକୃତ ସଂକ୍ରମଣରୁ ରକ୍ଷା ପାଇବା ସହ ମିଳିବା ସହ ଶ୍ୱାସ ରୋଗର ଆଶଙ୍କା କମ ହୋଇଥାଏ । ଏହାକୁ ଯୁବାବସ୍ଥାରୁ ନିୟମିତ ଖାଇବା ଦ୍ୱାରା ମଧୁମୟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ବିଶେଷଜ୍ଞଙ୍କ ଗବେଷଣାରୁ ପ୍ରମାଣିତ ହୋଇଛି ।

ପଢନ୍ତୁ  ଧୋକାବାଜ ହୋଇଥାନ୍ତି ଏହି ରାଶିର ପ୍ରେମିକା

ପିଲାଙ୍କୁ ଘରେ ପ୍ରସ୍ତୁତ କରି ସେଓ ରସ କିମ୍ବା ସେଓ ଖାଇବାକୁ ଦିଅନ୍ତୁ, ଏହା ଦ୍ୱାରା ମସ୍ତିଷ୍କ ଭଲଭାବେ ପରିଚାଳିତ ହେବା ସହ ସ୍ମୃତି ଶକ୍ତି ପ୍ରଖର ହୋଇଥାଏ ।ବିଶେଷଜ୍ଞଙ୍କ ମତରେ ନିୟମିତ ସେଓ ଖାଇବା ଦ୍ୱାରା ଶରୀରରେ କୋଲଷ୍ଟରଲର ସ୍ତର ନିୟନ୍ତ୍ରିତ ରହିବା ସହ ହୃଦରୋଗ ହେବାର ଆଶଙ୍କା କମ୍ ଥାଏ ।

ଏଣୁ ନିୟମିତ ସକାଳବେଳା ଗୋଟିଏ ସେଓ ଖାଇବା ଅଭ୍ୟାସ ଆରମ୍ଭ କରନ୍ତୁ । ୧ମାସ ମଧ୍ୟରେ ଏହାର ଫରକ୍ ଜାଣିହେବ ବୋଲି ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେଇଛନ୍ତି ।