News

ମହଙ୍ଗା ହେବ ଏହି ଜରୁରୀ ଘରୋଇ ଜିନିଷ : ବାକି କେବଳ ୧ ଦିନ

ଦୈନିକ ଜୀବନରେ ଜିନିଷ ମାନଙ୍କର ଚାହିଦା ବଢ଼ିବା ସହ ଏହାର ଦର ଦାମ ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଚଳିତ ବର୍ଷ ଘୋଷଣା କରାଯାଇଥିବା ବଜେଟ ଆସନ୍ତା ଅପ୍ରେଲ ୧ ମାନେ ଗୋଟିଏ ଦିନ ପରେ ଲାଗୁ ହେବାକୁ ଯାଉଛି। ଏହି ବଜେଟରେ ଅନେକ ଜିନିଷ ର ଦରଦାମ କମ ହୋଇଥିବା ବେଳେ ଅନେକର ଦାମ ବୃଦ୍ଧି ମଧ୍ୟ ହୋଇଛି। ତେବେ ଆସନ୍ତୁ ଜାଣିବା ଦର ବୃଦ୍ଧି ହେଉଥିବା ଜିନିଷ ମଧ୍ୟରେ ଆପଣଙ୍କର ଆବଶ୍ୟକୀୟ ସାମଗ୍ରୀ ସାମିଲ ତ ହୋଇନି ।

ବଜେଟରେ custom duty ବଢ଼ିଯିବା କାରଣରୁ ବିଦେଶୀ ଉତ୍ପାଦିତ ଟିଭି , ସ୍ମାର୍ଟଫୋନ, ଦୁଇ ଏବଂ ଚାରି ଚକିଆ ଯାନବାହାନ ଆଦିର ଦର ବୃଦ୍ଧି ହେବାର ରହିଛି । ଏହା ସହ ଦୈନିକ ବ୍ୟବହୃତ ଜିନିଷ ଲୁଣ , ଦିଆସିଲି, ଏଲଇଡ଼ି, ବିଭିନ୍ନ ପ୍ରକାରର ଔଷଧ ଆଦିର ଦର ବୃଦ୍ଧି ହେବାର ସୂଚନା ମିଳିଛି । ବିଭିନ୍ନ ପ୍ରକାରର ତମ୍ବାଖୁ ଜାତୀୟ ଜିନିଷର ଅପ୍ରେଲ ୧ ତାରିଖରୁ ଦର ବୃଦ୍ଧି ହେବାକୁ ଅଛି ।

ପଢନ୍ତୁ  ପରୀକ୍ଷା ଖାତାରେ Love Letter ଲେଖିଲେ ପରୀକ୍ଷାର୍ଥୀ

ଏହା ସହ ଚମଡ଼ା ବସ୍ତୁ , ସ୍ମାର୍ଟଓ୍ଵାଚ, ଚଷମା , ଜୋତା ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇବା ପାଇଁ ଯାଉଛି । ବଜେଟରେ ସମସ୍ତ ଜିନିଷର ଦର ବୃଦ୍ଧି ହୋଇଛି ତାହା ନୁହଁ ବରଂ ଡ଼ିଜିଟାଲ ନେଣଦେଣକୁ ଗୁରୁତ୍ୱ ପ୍ରଦାନ କରାଯାଇ point of sell machine (pos) କୁ ଶସ୍ତା କରିଛି। ଏହା ସହ ଅନଲାଇନରେ ରେଳ ଟିକେଟ କରିବା ଦ୍ୱାରା ସର୍ଭିସ ଟ୍ୟାକ୍ସକୁ ମଧ୍ୟ ଛାଡ଼ କରାଯାଇଛି।