Bollywood

ମା’ଙ୍କ ସହ ଝଗଡ଼ା କରି ବଲିଉଡ଼କୁ ଆସିଥିବା ଏହି ଅଭିନେତ୍ରୀମାନେ ପାଲଟି ଯାଇଥିଲେ ଦେହଜୀବୀ

ରଙ୍ଗିନ ଦୂନିଆରେ ନିଜକୁ ସାମିଲ କରିବା ପାଇଁ ସବୁ ଯୁବପିଢ଼ିଙ୍କ ମଧ୍ୟ କ୍ରେଜ୍‌ ରହିଥାଏ । ଖାସ୍‌ କରି ବଲିଉଡ଼କୁ ଆସିବା ପାଇଁ ଯୁବପିଢ଼ିମାନେ କିଛି କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି । ଯେଉଁମାନଙ୍କର ବଲିଉଡ଼ାରେ ଗଡ଼ଫାଦର ଅଛନ୍ତି, ସେମାନଙ୍କୁ ଏହି ଲାଇନ୍‌ରେ ତିଷ୍ଠିବା ପାଇଁ କୌଣସି କଷ୍ଟ କରିବାକୁ ପଡ଼ି ନଥାଏ । ପ୍ରକୃତ କଷ୍ଟ ତ ସାଧାରଣ ଯୁବକ-ଯୁବତୀମାନଙ୍କୁ କରିବାକୁ ପଡ଼ିଥାଏ । ଯେଉଁମାନଙ୍କର ବଲିଉଡ଼ ଇଣ୍ଡଷ୍ଟ୍ରୀରେ କେହି ବି ଗଡ଼୍‍ଫାଦର ନଥାନ୍ତି । ଅନେକ କଷ୍ଟ ପରେ ବଲିଉଡ଼ରେ ପାଦ ଦେବା ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଇଥାଏ ତ କିଛି ଲୋକ ମାଟିରେ ମିଶି ଯାଆନ୍ତି । ଏମିତି ବି ଅନେକ ଥର ହୋଇଛି କି କିଛି କଳାକାର ସଫଳତା ନ ପାଇ ପାରି ଆତ୍ମହତ୍ୟାର ବାଟକୁ ଆପଣେଇ ନେଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି କଳାକାରମାନଙ୍କ ବିଷୟରେ ଜଣାଇବୁ ଯେଉଁମାନେ କଳାକାର ହେବାକୁ ଆସି ବନି ଯାଇଥିଲେ ଦେହଜୀବୀ ।

ପଢନ୍ତୁ  ସଲ୍‌ମାନ୍‌ଙ୍କ ଚଳଚ୍ଚିତ୍ର ଯାହା ବକ୍ସଅଫିସରେ ହୋଇପାରିନାହିଁ ରିଲିଜ

୧.ଅମିଶା ପଟେଲ : ବ୍ଲକ୍‌ବଷ୍ଟର ଫିଲ୍ମ କହୋ ନା ପ୍ୟାର୍‌ ହେରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ଅମିଶା ପଟେଲ । ଏହି ଫିଲ୍ମ ପରେ ସେମାନେ ରାତା ରାତି ଷ୍ଟାର ବନି ଯାଇଥିଲେ । ଏହା ପରେ ପରେ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମରେ କାମ କରିବା ସୁଯୋଗ ମିଳିଥିଲା । କିନ୍ତୁ ଅମିଶାଙ୍କ ପରିବାର ଲୋକେ କେବେ ଚାହୁଁ ନଥିଲେ କି ଅମିଶା ଜଣେ ଅଭିନେତ୍ରୀ ହୁଅନ୍ତୁ । ବଲିଉଡ଼କୁ ଆସିବାର କିଛି ଦିନ ପରେ ତାଙ୍କ ଚମକ କମି ଯାଇଥିଲା । ଫିଲ୍ମ ନ ମିଳିବାରୁ ଅମିଶା ଦେହ ବ୍ୟପାରରେ ସାମିଲ ହୋଇଥିଲେ ବୋଲି ଅନେକ ଥର ଖବର ଆସିଛି ।

୨.କଙ୍ଗନା ରାନାଓ୍ଵତ୍‌ : ୧୮ବର୍ଷ ବୟସରେ ବଲିଉଡ଼ ଫିଲ୍ମ ଗ୍ୟାଙ୍ଗଷ୍ଟର ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ କଙ୍ଗନା । ବଲିଉଡ଼ରେ କେହି ଗଡ଼୍‍ଫାଦର ନଥିବା ବେଳେ ସେ ନିଜର ପରିଚୟ ନିଜେ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଜି ତାଙ୍କୁ ବଲିଉଡ଼ର କୁଇନ୍‌ ବୋଲି କୁହାଯାଉଛି । ତେବେ ଗୋଟେ ସମୟରେ ତାଙ୍କୁ ଟଙ୍କା ପାଇଁ ଦେହ ବ୍ୟପାର କରିବାକୁ ପଡ଼ିଥିଲା ବୋଲି ଚର୍ଚ୍ଚା ହୋଇ ସାରିଛି ।

୩.ଶ୍ୱେତା ପ୍ରସାଦ ବସୁ : ଶ୍ୱେତା ହେଉଛନ୍ତି ଜଣେ ଜଣା ଶୁଣା ସାଉଥ୍‌ ଫିଲ୍ମ ଷ୍ଟାର । ୨୦୦୨ରେ ଫିଲ୍ମ ମକ୍‌ଡ଼ୀ ଏବଂ ଇକ୍‌ବାଲରେ ଶିଶୁ କଳାକାର ଚରିତ୍ରରେ ଆସି ସେ ସମସ୍ତଙ୍କ ମନ ଜିଣିଥିଲେ । ବଡ଼ ହେବା ପରେ ତାଙ୍କୁ ଷ୍ଟାରପ୍ଲସ୍‌ର ଧାରାବାହିକ ଚନ୍ଦ୍ର ନନ୍ଦିନୀରେ ଦେଖିବାକୁ ମିଳିଥିଲା । କିନ୍ତୁ ୨୦୧୪ରେ ଏକ ହୋଟେଲରୁ ଦେହବ୍ୟପାରୀଙ୍କ ସହ ଶ୍ୱେତାଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା ବୋଲି ଜଣା ପଡ଼ିଛି ।