disability-collage
Special Report

ଦୁର୍ବଳତାକୁ ସାମର୍ଥ୍ୟ ପ୍ରମାଣିତ କରିଛନ୍ତି ଏହି ବ୍ୟକ୍ତି

ଦୁନିଆରେ ଏପରି ବହୁତ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର କଠିନ ପରିଶ୍ରମ ଦ୍ୱାରା ହାସିଲ କରିଛନ୍ତି ସଫଳତା । କିନ୍ତୁ ଆପଣ ଏମିତି ବହୁତ କମ ଲୋକଙ୍କୁ ଜାଣିଥିବେ ଯିଏ ନିଜର ଦୁର୍ବଳତାକୁ ସାମର୍ଥ୍ୟରେ ପରିବର୍ତ୍ତନ କରିଛନ୍ତି । ଦିବ୍ୟଙ୍ଗ ହେଲେ ମଧ୍ୟ ସଫଳତା ହାସିଲ କରିବା ସହ ନିଜ ସ୍ୱପ୍ନକୁ ସତ କରଛନ୍ତି ଏହି ବ୍ୟକ୍ତିମାନେ । ତେବେ ଆସନ୍ତୁ ଜାଣିବା ଏପରି କିଛି ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ବିଷୟରେ…..

ସୁଧା ଚନ୍ଦନ : ହିନ୍ଦୀ ସିନେମା ତଥା ଧାରାବାହିକରେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକୃଷ୍ଠ କରିଥିବା ସୁଧା ଚନ୍ଦନ ଜଣେ ଦିବ୍ୟଙ୍ଗ । ୧୭ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ବାମ ଗୋଡ଼ କଟି ଯାଇଥିଲା ।ଏହାପରେ ମଧ୍ୟ ଜୀବନରେ ହାର ନମାନି ସୁଧା ଅଭିନୟ ଜଗତରେ ସଫଳତା ହାସିଲ କରିବା ସହ ‘ନାଚ ମୟୁରୀ’ ସଂଗୀତରେ ନୃତ୍ୟ କରି ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ପ୍ରାପ୍ତ କରିଛନ୍ତି।

ପଢନ୍ତୁ  ପୁଅ ଝିଅ ପରସ୍ପର ପ୍ରତି ଆକର୍ଷିତ ହେବାର ରହସ୍ୟ

ଭାରତ କୁମାର : ଭାରତକୁ ପେରା ସ୍ୱିମର ରେ ୫୦ଟି ମେଡ଼ାଲ ଜିତାଇଥିବା ଭାରତ କୁମାର ଜଣେ ଦିବ୍ୟାଙ୍ଗ । ଜନ୍ମରୁ ହିଁ ତାଙ୍କର ବାମ ହାତ ନଥିଲା । ଏହାପରେ ମଧ୍ୟ ତାଙ୍କର ସନ୍ତରଣ କରିବାର ସ୍ୱପ୍ନ ତାଙ୍କୁ ନେଇ ପହଞ୍ଚାଇଥିଲା ଏକ ବିଦେଶୀ ପ୍ରତିଯୋଗୀତାରେ ଯେଉଁଠାରେ ସେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ବିଜୟୀ ହୋଇଥିଲେ।

ଅରୁଣିମା ସିହ୍ନା :  ବିଶ୍ୱର ପ୍ରଥମ ମହିଳା ପର୍ବତ ଆରୋହଣକାରୀ ଭାବେ ପ୍ରସିଦ୍ଧ ଅରୁଣିମା ସିହ୍ନା । ତାଙ୍କର ଗୋଟେ ଗୋଡ଼ ନକଲି , କିନ୍ତୁ ଏହାପରେ ମଧ୍ୟ ସେ ସାହାସ ହାରି ନଥିଲେ । ସେ ଦୂନିଆର ସବୁଠାରୁ ଉଚ୍ଚତମ ପର୍ବତ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କର ପ୍ରଦାନ କରାଯାଇଛି।

ପଢନ୍ତୁ  ଅଢେଇ ଲକ୍ଷ ଟଙ୍କାରେ ମିଳିବ ଘର

ରବିନ୍ଦ୍ର ଜେନ: ନିଜ ସଂଙ୍ଗୀତ ଦ୍ୱାରା ଦର୍ଶକଙ୍କର ମନ ଜିଣି ପାରିଥିବା ରବିନ୍ଦ୍ର ଜେନ ଜଣେ ଅନ୍ଧ । ଜନ୍ମରୁ ନେତ୍ରହୀନ ରବିନ୍ଦ୍ର ଜଣେ ସଫଳ ସଙ୍ଗୀତକାର ଭାବେ ନିଜର କ୍ୟାରିୟର ପ୍ରସ୍ତୁତ କରିପାରିଛନ୍ତି।

ଦୀପା ମଲ୍ଳିକ : ପେରାଲମ୍ପକ୍‌ରେ ଭାରତ ତରଫରୁ ଜିତିଥିବା ପ୍ରଥମ ମହିଳା ଏଥିଲେଟିକ ହେଉଛନ୍ତି ଦିପା ମଲ୍ଲିକ ।ପେରା ରେ ଫେସିବଲ ହେବା ପରେ ମଧ୍ୟ ଦିପା ସଟପୁଟରେ ଷଷ୍ଠତମ ପ୍ରୟାସରେ ୪.୬୧ ର ସ୍କୋର ପ୍ରସ୍ତୁତ କରି ଭାରତ ପାଇଁ ରୋପ୍ୟ ମେଡ଼ାଲ ଜିତି ପାରିଥିଲେ । ଏହାପରେ ଦିପାକୁ ବହୁ ବର୍ଗରୁ ପ୍ରଶଂସା ଏବଂ ଅଭିନନ୍ଦନ ମିଳିଥିଲା ।