success
Lifestyle

ଏହି ଲକ୍ଷଣ କହିବା ଆପଣ ସଫଳ କି ବିଫଳ

ସମସ୍ତେ ସଫଳତା ହେବା ପାଇଁ ଚେଷ୍ଠାରେ କରିଥାନ୍ତି। କିନ୍ତୁ ଆମେ ସାଧାରଣତଃ ସିଇଓ ଏବଂ କୋଟିପତିଙ୍କୁ ସଫଳତାର ର ପ୍ରତିରୁପ ଭାବେ ମାନିଥାଉ ,ଯେଉଁ ମାନଙ୍କର ବ୍ୟଙ୍କରେ ବହୁ ଟଙ୍କା ରହିଅଛି। କିନ୍ତୁ ସଫଳତା ମାନେ ଟଙ୍କା , କ୍ଷମାତା ଏବଂ ସୁଖ୍ୟାତ ଅର୍ଜନ କରିବା ନଥାଏ। ନିଯଶ୍ୱ ଖୁସି ଏବଂ ଅତ୍ମାର ଶାନ୍ତି ପାଇଁ ଯେଉଁ କାମ କାରଯାଇଥାଏ ତାହା ହିଁ ପ୍ରକୃତ ସଫଳତା।

ଅନ୍ୟର ସଫଳତାରେ ନିଜ ଖୁସି ଖୋଜିବା :

ବୈବସାୟିକ ଗୋଷ୍ଟି ର ସଫଳତାର କାରଣ ଗୋଷ୍ଟିରେ ଥିବା ଜଣେ ଲୋକଙ୍କର କଷ୍ଟ ଏବଂ ସର୍ମପଣରୁ ହୋଇଥାଏ। ସଫଳ ଗୋଷ୍ଟି ସେତେବେଳେ ହୋଇଥାଏ ଯେତେବେଳେ ଗୋଷ୍ଟିର ପ୍ରତ୍ୟେକ ବ୍ୟକ୍ତି ପରସ୍ପର ମଧ୍ୟରେ ଶାନ୍ତି ସହ ଜଡ଼ିତ ହୋଇ , ନିଜର ବ୍ୟକ୍ତିଗତ ଲକ୍ଷ ରଖି ଗୋଷ୍ଟିର ସଫଳତାରେ ସହାୟକ ହୋଇଥାଏ।

ସବୁବେଳେ ନୂତନ ଅଭିଜ୍ଞତାର ଖୋଜିବା :

“ନୁତନ ଜିନିଷ ଶିକ୍ଷାରେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ,ଜୀବନରେ ଅଧିକ ଖୁସି ଏବଂ ଶାନ୍ତିର ସହ ଜୀବନ ବିତେଇବା ସହ , ତାଙ୍କର ବ୍ୟକ୍ତିଗତ ବିକାଶ ମଧ୍ୟ ହୋଇଥାଏ। ଯଦି ଏଥିରେ ଜିଜ୍ଞାସା ଏବଂ ସାହାସକୁ ଯୋଡ଼ି ଦେଉଛନ୍ତି ତେବେ ଆପଣଙ୍କର ବିକାଶ ସହ ସମାଜର କଲ୍ୟାଣ ମଧ୍ୟ ହୋଇଥାଏ।” , କହିଛନ୍ତି ବିଶେଷଜ୍ଞ ଡ଼ା.ରୋବର୍ଟ କୋନଙ୍ଗିର।

ପଢନ୍ତୁ  ଭୁଲରେ ମଧ୍ୟ ମହିଳାଙ୍କୁ ପଚାରନ୍ତୁ ନାହିଁ ଏହି କଥା !!

ଜୀବନର ଗୁରୁତ୍ୱପୁର୍ଣ୍ଣ କଥା, ସବୁ ଜିନିଷକୁ ସମାନତାର ସହ ରଖିବା :

ଜୀବନର ସୀମା ରେଖାକୁ ସମ୍ଭାଳିବା ବହୁତ କଷ୍ଠକର କଥା। ସଫଳ ବ୍ୟକ୍ତି ମାନେ ସର୍ବଦା ନିଜ ବ୍ୟକ୍ତିଗତ ଜୀବନ ଏବଂ କାଯ୍ୟଳୟକୁ ଏକା ସମୟରେ ସମ୍ଭାଳିଥାନ୍ତି। ସେମାନେ ନିଜର ଦୈନନ୍ଦିନ ଜୀବନର ଅଭ୍ୟସ, ଇଛ୍ଛା ଏବଂ ବ୍ୟକ୍ତିଗତ ମୁଲ୍ୟକୁ ସଫଳତାର ସହ ସମାନ୍ତରାଳରେ ରଖିଥାନ୍ତି।

ସହାନୁଭୁତି :

ଅନ୍ୟର ସ୍ଥାନରେ ନରହି ତାହାର ଭାବନା ଓ ସମସ୍ୟାକୁ ବୁଝିବା ଅସମ୍ଭବପର କଥା ଅଟେ। କିନ୍ତୁ ଅସାଧାରଣ ସଫଳ ବ୍ୟକ୍ତି ନିଜ କାଯ୍ୟକର୍ତ୍ତା ମାନଙ୍କର ଦୁଃଖ ଏବଂ କଷ୍ଟକୁ ତାଙ୍କ ସ୍ଥାନରେ ରହି ଏହାର ସମାଧାନ ବାହାର କରିବାକୁ ଚେଷ୍ଟା କରିଥାନ୍ତି।

ନିଜକୁ ପ୍ରମାଣ କରିବାକୁ ଚେଷ୍ଟା :

ସଫଳତା ବ୍ୟକ୍ତି ଙ୍କ ପାଖରେ ସମର୍ପଣ ଏବଂ ପ୍ରତିବର୍ଦ୍ଧିତା ରହିଥାଏ , ଯାହା ବ୍ୟକ୍ତିଙ୍କୁ ପ୍ରମାଣ କରିବା ପାଇଁ ମହତ୍ତ୍ୱ ପ୍ରଦାନ କରିଯାଇଥାଏ। ସମୟ ପ୍ରତିଦ୍ୱନ୍ଦୀ ନହେବା : ଆପଣ ସେ ବ୍ୟକ୍ତି ନୁହଁନ୍ତି ଯିଏ ଘଣ୍ଟା ହିସାବରେ କାମ କରନ୍ତି। କିନ୍ତୁ ପ୍ରକୃତ ସଫଳ ବ୍ୟକ୍ତି ନିଜର ଚାଲାକି ଏବଂ ପ୍ରତିଭା ଦ୍ୱାରା ସମୟର କୌଣସି ପ୍ରତିବନ୍ଧ ନଥାଏ। ସେମାନେ ତାଙ୍କର ପ୍ରତିଦ୍ୱନ୍ଦୀଙ୍କ କାଯ୍ୟର୍ ହିସାବରେ କାଯ୍ୟର୍ କରିଥାନ୍ତି।

ପଢନ୍ତୁ  ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଟି ଜନିଷ ! କର୍କଟ ରୋଗରୁ ମିଳିବ ମୁକ୍ତି

ପାଇସାକୁ ଉପହାର ନୁହଁ ବରଂ ଦାୟିତ୍ୱ ଭାବେ ଦେଖିବା :

ସଫଳ ବ୍ୟକ୍ତି ପଇସାକୁ ନିଜର ଉପହାର ନଭାବି ଏହାକୁ ବ୍ୟବସାୟର ଅଗ୍ରଗତି ଭାବେ ଦେଖାନ୍ତି । ସେ ପାଇସାକୁ ନିଜ ଗର୍ବର କାରଣ ନକରି , ସେ ତାକୁ କାର୍ଯକାରୀ ବ୍ୟକ୍ତିଙ୍କୁ ସାହାଯ୍ୟ, ସମୁଦାୟର ବ୍ୟକ୍ତିଗତ ବିକାଶରେ ସାହାୟକ ହୋଇଥାଏ। ନିଜକୁ ଜରୁରୀମନେ ନକରିବା : ଲୋଭ ସମସ୍ତଙ୍କଠାରେ ଦେଖା ଦେଇଥାଏ , କିନ୍ତୁ ସଫଳ ବ୍ୟକ୍ତି ନିଜ ଆଦର୍ଶ , କାଯ୍ୟର୍କୁ ଅଧିକ ମହତ୍ତ୍ୱ ଦେବା ପସନ୍ଦ କରିଥାନ୍ତି। ସେମାନେ ସମସ୍ତ କାଯ୍ୟରେ ଏକୁଟିଆ ସମସ୍ତ ବାହାଦୁରି ମାରନ୍ତି ନାହିଁ। ସଫଳ ବ୍ୟକ୍ତି ଜାଣିଥାନ୍ତି କି ସଫଳତା କେବଳ କ୍ଷଣିକ ପାଇଁ ରହିଥାଏ। ତିନ୍ତୁ ସଫଳତାରୁ ମିଳିଥିବା ସମ୍ମାନ ଏବଂ ଅଭିଜ୍ଞତା ବହୁ ଜରୁରି ଅଟେ । ସଫଳତାର ଶ୍ରେୟ ଏକୁଡିଆ ନନେଇ ସମସ୍ତଙ୍କ ସହ ବାଣ୍ଟିବା ପ୍ରକୃତ ସଫଳ ବ୍ୟକ୍ତିର ପରିଚୟ ।