son-of-millionaire-become-jain-monk-odia-zamana
Special Report

କୋଟିପତିଙ୍କ ପୁଅ ସଂସାରର ମୋହମାୟା ଛାଡ଼ି ହେଲେ ଜୈନ ଭିକ୍ଷୁକ

ବର୍ତ୍ତମାନ ଯୁଗରେ ପ୍ରାୟତଃ ସମସ୍ତ ବ୍ୟକ୍ତି ଟଙ୍କା ପଛରେ ଧାଉଁଛନ୍ତି । ଏପରି କି ଟଙ୍କା ପଛରେ ଦୌଡ଼ି ସେ ତାଙ୍କର ସୁଖ ଶାନ୍ତି ସବୁ ପଛରେ ପକାଇଦେଉଛନ୍ତି । ତେବେ ବର୍ତ୍ତମାନ ମୁମ୍ବାଇର କୋଟିପତି ବୈବସାୟିକଙ୍କ ପୁଅ ଚାଟାର୍ଡ଼ ଆକାଉଣ୍ଟ ମୋକ୍ଷେଷ ସେଟ ଜୀବନର ମୂଳ ମନ୍ତ୍ର ବୁଝିବା ପାଇଁ ଚେଷ୍ଠା କରିଛନ୍ତି । ସେ ବର୍ତ୍ତମାନ ସଂସାରର ସମସ୍ତ ମୋହମାୟାକୁ ତ୍ୟାଗ କରି ୨୪ ବର୍ଷ ବୟସରେ ଜୈନ ଭିକ୍ଷୁକ ହେବାର ନିଷ୍ପତି ନେଇଛନ୍ତି ।

ମୋକ୍ଷେଷଙ୍କ ପରିବାର ମୁମ୍ବାଇ ଜେକେ କର୍ପୋରେସନ୍‌ କମ୍ପାନୀର ମାଲିକ । ତାଙ୍କର ହୀରା , ମେଟାଲ ଏବଂ ସୁଗରର ବୈବସାୟ ରହିଛି। ବର୍ତ୍ତମାନ ଘରର ପୁଅ ଜୈନ ଭିକ୍ଷୁକ ହେବା ନିଷ୍ପତିକୁ ସମର୍ଥନ କରିଛନ୍ତି ତାଙ୍କ ସଂପୂର୍ଣ୍ଣ ପରିବାର। ମୋକ୍ଷେଷଙ୍କ ମନରେ ପ୍ରଥମ ଥର ପାଇଁ ୧୫ ବର୍ଷ ବୟସରେ ଜଣେ ଜୈନ ଭିକ୍ଷୁକ ହେବାର ଚିନ୍ତା ଆସିଥିଲା । କିନ୍ତୁ ମୋକ୍ଷେଷ ଚାଟାର୍ଡ଼ଆକାଉଣ୍ଟ ପାଠ ପଢ଼ିବା ସହ ଦୁଇ ବର୍ଷ ନିଜ ପରିବାର ବୈବସାୟ ସମ୍ଭାଳିବାର ନିଷ୍ପତି ନେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ମାନସିକ ଶାନ୍ତି ମିଳିନଥିଲା । ଏଣୁ ସେ ବର୍ତ୍ତମାନ ସଂସାରର ସମସ୍ତ ମୋହ ମାୟା ତ୍ୟାଗ କରି ଜୈନ ଭିକ୍ଷୁକ ଭାବେ ଜୀବନ ଅତିବାହିତ କରିବାର ନିଷ୍ପତି ନେଇଛନ୍ତି ।

ପଢନ୍ତୁ  ଯାଣନ୍ତୁ କୁଖ୍ୟାତ ଚନ୍ଦନ ତସ୍କର ବୀରାପ୍ପାନଙ୍କ ଲଭ୍‌ ଷ୍ଟୋରୀ

ଉତ୍ତର ଗୁଜୁରାଟର ଦିଶା ସହିତ ମୋକ୍ଷେଷଙ୍କ ପରିବାର ର  ସମ୍ବନ୍ଧ ରହିଛି। ତେବେ ବର୍ତ୍ତମାନ ୬୦ ବର୍ଷରୁ ଅଧିକ ହୋଇଗଲାଣି ତାଙ୍କ ପରିବାର ମୁମ୍ବାଇରେ ରହି ଆସୁଛନ୍ତି । ମୋକ୍ଷେଷଙ୍କ ପିତା ଗିରିଷ ସେଟ କହିଛନ୍ତି ତାଙ୍କ ପୁଅ ସବୁବେଳେ ଆଧ୍ୟତ୍ମିକ ଭାବନାରେ ଅନୁପ୍ରାଣିତ ରହିଥିଲେ । ୮ ବର୍ଷ ପୂର୍ବେ ମଧ୍ୟ ସେ ଭିକ୍ଷୁକ ହେବାର ଇଛା ପ୍ରକାଶ କରିଥିଲେ । ପରେ ପରିବାର ଲୋକ ଅନେକ ବୁଝାଇବାରୁ ସେ ତାଙ୍କର ଶିକ୍ଷା ପୂରା କରିବା ପାଇଁ ରାଜି ହୋଇଯାଇଥିଲେ । ତେବେ ତାଙ୍କ ପରିବାରର ୨୦୦ ବର୍ଷର ଇତିହାସରେ ମୋକ୍ଷେଷ ପ୍ରଥମ ପୁରୁଷ ଯିଏ ଜୈନ ଭିକ୍ଷୁକତା ଗ୍ରହଣ କରିଛନ୍ତି ।