indian-copule-mirriage-problem
Special Report

ସପ୍ଟଓୟାର ଇଞ୍ଜିନିୟରଙ୍କ ମାକେର୍ଟ ଡ଼ାଉନ : ବିବାହ ପାଇଁ ଅଭାବ ଝିଅ

ପୂର୍ବ ଅପେକ୍ଷା ବର୍ତ୍ତମାନ ସମାଜରେ ବିବାହ ପ୍ରସ୍ତାବର ପ୍ରଣାଳୀରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି। କିଛି ବର୍ଷ ପୂର୍ବେ ପ୍ରାୟ ସମସ୍ତ ମାତାପିତା ତାଙ୍କ ଝିଅ ପାଇଁ ସପ୍ଟଓୟାର ଇଞ୍ଜିନିୟର ବରଟିଏ ଖୋଜୁଥିଲେ । ଏପରି ମଧ୍ୟ ସମୟ ଥିଲା କି ସପ୍ଟଓୟାର ଇଞ୍ଜିନିୟରଙ୍କ ପାଖରେ ପ୍ରସ୍ତାବର ଲମ୍ବା ଲାଇନ ରହୁଥିଲା । କିନ୍ତୁ ବର୍ତ୍ତମାନ ବିବାହ ବଜାରରେ ଫିକା ପଡ଼ିଛନ୍ତି ସପ୍ଟଓୟାର ଇଞ୍ଜିନିୟର । ଆଇଟି କମ୍ପାନୀ ଗୁଡ଼ିକ ଦ୍ୱାରା ଲାଗୁହେଉଥିବା ନିୟମ , ବେତନ ହ୍ରାସ ଏବଂ ଆମେରିକା ସରକାରଙ୍କ ଦ୍ୱାରା ଭିସା ଉପରେ ଲାଗୁ ହୋଇଥିବା ବିଭିନ୍ନ ପ୍ରକାରର କଟକଣା ବର୍ତ୍ତମାନ ସପ୍ଟଓୟାର ଇଞ୍ଜିନିୟର ମାନଙ୍କ ପାଇଁ ସୃଷ୍ଟି କରିଛି ଅସୁବିଧା । ତେବେ ଏହାର ପ୍ରଭାବ ତାଙ୍କର କ୍ୟାରିୟର ନୁହଁ ବରଂ ବାସ୍ତବିକ ଜୀବନରେ ଅଧିକ ମାତ୍ରାରେ ପଡ଼ିଛି ।

ପଢନ୍ତୁ  ସେନାରେ ମଦ୍ୟପାନ ଛାଡ଼ କାହିଁକି ଆସନ୍ତୁ ଜାଣିବା

ନିକଟରେ ଏକ MATRIMONIAL WEBSITE ର ଏକ ରିପୋର୍ଟର ଜଣାପଡ଼ିଛି ୨୦୧୭ ଆରମ୍ଭରୁ ହିଁ ସପ୍ଟଓୟାର ଇଞ୍ଜିନିୟରଙ୍କ ଚାହିଦା କମ ହୋଇଛି। ଆମେରିକାରେ ଚାକିରି କରୁଥିବା ଯୁବକ/ଯୁବତୀଙ୍କୁ ମିଳୁଥିବା ବିବାହ ପ୍ରସ୍ତାବ ସଂଖ୍ୟା କମିବାରେ ଲାଗିଛି ବୋଲି ସେ କହିଛନ୍ତି।ଏବେ ଆମେରିକାର ଡୋନାଲ୍‌ଡ ଟ୍ରମ୍ପ୍‌ ସରକାର ଏଚ୍‌୧-ବି ଭିସାଧାରୀଙ୍କ ପତି/ପତ୍ନୀଙ୍କୁ ଚାକିରି ଭିସା ପ୍ରତ୍ୟାହାର କରିବା ଉପରେ ବିଚାର କରୁଛି। ସେମାନଙ୍କୁ ଏଚ୍‌-୪ ନାମରେ ଏକ ଭିସା ଜାରି କରାଯାଇଥାଏ। ସେହି ଭିସା ବଳରେ ଏଚ୍‌୧-ବି ଭିସାଧାରୀଙ୍କ ପତି/ପତ୍ନୀ ଆଇନଗତ ଭାବେ ଆମେରିକାରେ ଚାକିରି କରିପାରୁଛନ୍ତି।

୨୦୧୫ରେ ବାରାକ୍‌ ଓବାମା ରାଷ୍ଟ୍ରପତି ଥିବା ବେଳେ ଏଭଳି ଭିସା ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟ୍ରମ୍ପ୍‌ ପ୍ରଶାସନ ତାହାକୁ ବନ୍ଦ କରିବା ଉପରେ ବିଚାର କରୁଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ ତେବେ ୭୦ ହଜାରରୁ ଅଧିକ ଭାରତୀୟଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ। ଏଚ୍‌୧-ବି ଭିସା ଥିବା ବ୍ୟକ୍ତି ଆମେରିକାର ସ୍ଥାୟୀ ବାସିନ୍ଦା ହେବା ପରେ ହିଁ ତାଙ୍କ ପତ୍ନୀଙ୍କୁ ଆଇନଗତ ଭାବେ ଚାକିରି କରିବାର ସୁଯୋଗ ମିଳିବ। ଏହି ଏହି ମାନ୍ୟତା ହାସଲ କରିବା ପାଇଁ ଦଶନ୍ଧୀରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୌଣସି ଛୋଟମୋଟର କାରବାର କରିବା କିମ୍ବା ଷ୍ଟାର୍ଟ ଅପ୍‌ ମଧ୍ୟ ସେମାନେ ସ୍ଥାପନ କରିପାରିବେ ନାହିଁ। ଏହି ନିୟମ ପରେ ବିବାହ ବଜାରରେ ସଫ୍‌ଟଓୟାର ଇଞ୍ଜିନିୟରମାନଙ୍କ ଚମକକୁ ଆହୁରି ଫିକା କରିଦେବ ବୋଲି କୁହାଯାଉଛି।

ପଢନ୍ତୁ  ପୁଅ ଝିଅ ପରସ୍ପର ପ୍ରତି ଆକର୍ଷିତ ହେବାର ରହସ୍ୟ

ତେବେ ଯୁବତୀ ମାନେ ମଧ୍ୟ ବର୍ତ୍ତମାନ MATRIMONIAL SITEରେ ବିବାହ ପ୍ରସ୍ତାବ ଦେଉଥିବା ସମୟରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରୁଛନ୍ତି କି ତାଙ୍କୁ ଜୀବନସାଥି ଭାବେ ସପ୍ଟଓୟାର ଇଞ୍ଜିନିୟର ଆବଶ୍ୟକ ନାହାନ୍ତି । ନିକଟରେ ତାମିଲନାଡ଼ୁର ଜଣେ ଯୁବତୀ ନିଜର ପସନ୍ଦ ବିଷୟରେ ଲେଖିବାକୁ ଯାଇ ସେଥିରେ ଆଇଏଏସ୍‌, ଆଇପିଏସ୍‌, ଡାକ୍ତର, ବ୍ୟବସାୟୀଙ୍କୁ ଆବେଦନ କରିବାକୁ ଆହ୍ଵାନ ଦେଇଥିଲେ। ସେହି ବିଜ୍ଞାପନରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିଥିଲେ ଯେ ସଫ୍ଟଓୟାର ଇଞ୍ଜିନିୟରମାନେ କଲ୍‌ କରନ୍ତୁ ନାହିଁ।