shilpa-bikini
Bollywood

ଶିଳ୍ପାଙ୍କୁ କୋଳରେ ନେଇ ବିପାଶା ପୁଲରେ କଲେ ଯୋଗ : ଭିଡ଼ିଓ ହେଲା ଭାଇରାଲ

ବଲିଉଡ଼ ଡ଼ିଭା ଶିଳ୍ପା ସେଟ୍ଟୀ ସବୁବେଳେ ପ୍ରାୟ ତାଙ୍କର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ଏନେଇ ଅନେକ ସମୟରେ TROLL ମଧ୍ୟ ହୋଇଛନ୍ତି ସେ । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି କିନ୍ତୁ ଶିଲ୍ପା ନୁହଁ ବରଂ ଭିଡ଼ିଓର ମୁଖ୍ୟ ନାୟିକା ସାଜିଛନ୍ତି ବ୍ଲାକବିଉଟି ବିପାଶା ବାସୁ । ଦୁଇ ନାୟିକା ଗୋଆ ଟୁରରେ ଯାଇଥିବା ବେଳେ ସୁଇମିଂ ପୁଲରେ ଗାଧାଉଥିବାର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

ଏହି ଭିଡ଼ିଓରେ ପୁଲ ମଧ୍ୟରେ ଦୁହେଁ ଯୋଗା କରିବା ସହ ଅଭିନେତ୍ରୀ ବିପାଶା କୋଳରେ ଶିଲ୍ପାଙ୍କୁ ଉଠାଇଥିବା ନଜର ଆସିଛି । ଏହି ଭିଡ଼ିଓର କ୍ୟାପସନରେ ଶିଲ୍ପା ଲେଖିଛନ୍ତି, ଆମେ ବହୁତ କଷ୍ଠରେ ୱାଟରଯୋଗା କରିବାକୁ ଚେଷ୍ଠା କରୁଥିଲୁ, କିନ୍ତୁ ମୋର ଟାଇଟ କପଡ଼ା ପାଇଁ… ଯାହା ହେଉ ବିକିନି ହଟ୍(ବିପାଶା) ମତେ ଅଟକାଇଦେଲେ । ଦୁଇ ଅଭିନେତ୍ରୀ ଗୋଅ ତାଙ୍କର ଜଣେ ସାଙ୍ଗର ବାର୍ଥଡ଼େ ପାର୍ଟି ପାଇଁ ଯାଇଛନ୍ତି ।