Bollywood

ଶକ୍ତି କହିଲେ ଖଳାନାୟକଙ୍କ ଦୁଃଖ , ସିନେମାରେ ରହିନାହିଁ ମହତ୍ତ୍ୱ

ବଲିଉଡ୍‌ ଚଳଚ୍ଚିତ୍ରରେ ଖଳନାୟକଙ୍କର ଏକ ଖାସ୍‌ ଭୂମିକା ରହିଥାଏ । ବଲିଉଡ୍‌ରେ ଖଳନାୟକ ଏବଂ କମେଡ଼ିଆନ୍‌ ଭାବେ ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଶକ୍ତି କପୁର ନିକଟରେ ଚଳଚ୍ଚିତ୍ରରୁ ଖଳନାୟକ ହଜିଯାଉଥିବା ମତ ଦେଇଛନ୍ତି । ନିକଟରେ ଆଣ୍ଡ ଟିଭିର ଡ଼୍ୟାନ୍ସ ରିଆଲିଟି ସୋ ‘ହାଇ ଫିବର ..ଡ଼୍ୟାନ୍ସ କା ନେୟା ତେବର’ ରେ ଶକ୍ତି କପୁର ଏବଂ ଗୁଲସନ୍‌ ଗ୍ରୋଭରଙ୍କୁ ଦେଖିବାକୁ ମିଳିଥିଲା । ସୋ’ରେ କଥାବାର୍ତ୍ତା ସମୟରେ ଶକ୍ତି କପୁର କହିଥିଲେ କି ଏବେ ଚଳଚ୍ଚିତ୍ରମାନଙ୍କରେ ଖଳନାୟକଙ୍କୁ ଦେଖିଲେ ଦୁଃଖ ଲାଗୁଛି । ଖଳନାୟକ ତାଙ୍କର ଅସ୍ତିତ୍ୱ ଧିରେ ଧିରେ ହରାଇବାରେ ଲାଗିଛନ୍ତି । ଏବେ ଅଭିନେତା ଏବଂ ଖଳନାୟକ ମଧ୍ୟରେ କୌଣସି ପ୍ରକାରର ଭିନ୍ନତା ରହିନାହିଁ ।

ଶକ୍ତି କପୁର ସୋ’ରେ ଆଲୋଚନା ସମୟରେ ନିଜର କଷ୍ଟ ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରିଥିଲେ । ତାଙ୍କ ପାଖରେ କୌଣସି ଚଳଚ୍ଚିତ୍ର ନ ଥିବା ବେଳେ ସେ ଏବେ ଚଳଚ୍ଚିତ୍ରର ଟ୍ରେଣ୍ଡ ବଦଳି ଗଲାଣି ବୋଲି କହିଥିଲେ । ନୂଆ ସମୟର ସିନେମାରେ ଧିରେ ଧିରେ ଖଳନାୟକ ହଜିବାରେ ଲାଗିଛନ୍ତି । ଯାହା ଠିକ୍‌ କଥା ନୁହଁ ଏବେ ହିରୋ ହିଁ ମୁଖ୍ୟ ଚରିତ୍ର ଭାବେ ନଜର ଅସୁଛନ୍ତି । ଚଳଚ୍ଚିତ୍ରରେ ଖଳନାୟକଙ୍କର ନିଜସ୍ୱ ଏକ ଭିନ୍ନ ଭୂମିକା ରହିବା ଦରକାର ।

ପଢନ୍ତୁ  ଏକାଠି ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କ ଅଭିନୟ !

ଶକ୍ତି କପୁର ବଲିଉଡ଼୍‍ ସହ ଓଲିଉଡ଼ର ମଧ୍ୟ ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛନ୍ତି । ସେ ତାଙ୍କ ଖଳନାୟକୀ ଏବଂ ହାସ୍ୟାଭିନୟ ପାଇଁ ଦର୍ଶକଙ୍କ ମନରେ ଘର କରି ସାରିଛନ୍ତି।