Bollywood

ଟ୍ରକ୍‌ରେ ନିଅନ୍ତୁ ସିନେମା ଦେଖିବାର ମଜା , ଆରମ୍ଭ ହେଲା Mobile Digital Movie Theater ଯୋଜନା

ଭାରତୀୟ ମାନଙ୍କର ସିନେମା ଏବଂ କଳାକାରଙ୍କ ପ୍ରତି ଏକ ଭିନ୍ନ ଦୁର୍ବଳତା ରହିଛି। ଏଣୁ ବିଶ୍ୱ ଦରବାରରେ ସବୁବେଳେ ଭାରତୀୟ ସିନେମାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ସିନେମା ଦେଖିବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି multiplexs ଏବଂ theatres କୁ ଯିବାକୁ ମଧ୍ୟ ଲୋକ ପଛଘୁଞ୍ଚା ଦେଇନଥାନ୍ତି । ଅପରପକ୍ଷରେ ଏବେ ମଧ୍ୟ ଦେଶରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠାରେ ସିନେମା ହଲ୍‌ ରହିନାହିଁ ଯାହା ଫଳରେ ଲୋକଙ୍କୁ ସିନେମା ଦେଖିବା ପାଇଁ ହଇରାଣ ହେବା ପାଇଁ ପଡ଼ୁଛି। ସେଠାରେ ସିନେମା ହଲ୍‌ର ସୁବିଧା ନଥିବା ବେଳେ ଇଣ୍ଟରନେଟର ମଧ୍ୟ ସୁବିଧା ରହିନାହିଁ । ଏହି ବର୍ଗର ଗ୍ରାମଞ୍ଚଳ ପାଇଁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଅଭିନତା ଶତୀଶ କୌସିକ୍‌ mobile digital movie theatre(MDMT) ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଗ୍ରାମଞ୍ଚଳ ମାନଙ୍କରେ ଲୋକ କେବଳ ୩୫ ରୁ ୭୫ ଟଙ୍କା ଖର୍ଚ୍ଚରେ ସିନେମା ଦେଖିବାର ମଜା ଉଠାଇ ପାରିବେ ।

ପଢନ୍ତୁ  ‘ନାଗିନ୍‌-୩’: ରହସ୍ୟ ଯେତିକି, ରୋମାନ୍ସ ସେତିକି !

ଏହି mobile digital movie theater (MDMT)ରେ ଟ୍ରକ୍‌ ଗୁଡ଼ିକୁ ସିନେମା ହଲ୍‌ରେ ପରିଣତ କରାଯାଇଛି। ଏହି ଟ୍ରକ୍‌ରେ ଏସି ବ୍ୟବସ୍ଥା କରାଯିବା ସହ ଅଗ୍ନି ରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।ଏଥି ସହ ବର୍ଷା, ଖରାରୁ ହଲ୍‌ଟିକୁ ରକ୍ଷା କରିବା ପାଇଁ ସମସ୍ତ ସୁବିଧା କରାଯାଇଛି। ଗାଡ଼ି ମଧ୍ୟରେ ୧୫୦ ଜଣ ବସି ଆରାମରେ ସିନେମା ଦେଖବାର ସମସ୍ତ ବ୍ୟବସ୍ଥା ରହିଛି।

ସୂଚନା ମୁତାବକ , ବର୍ତ୍ତମାନ ପର୍ଯ୍ୟନ୍ତ ୩୫ଟି mobile digital movie theater (MDMT)କୁ ଲଞ୍ଚ କରାଯାଇଥିବା ବେଳେ ଆଗକୁ ୧୫୦ ଟି ଟ୍ରକ୍‌ ପ୍ରସ୍ତୁତିର ବ୍ୟବସ୍ଥା କରାଯାଇଛି। ସବୁଠାରୁ ମଜାଳିଆ କଥା ହେଉଛି ଏହି ଗାଡ଼ି ଗୁଡ଼ିକର ନାମ ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ହିସାବରେ ଯେପରିକି ମିଷ୍ଟର ଇଣ୍ଡିଆ , ବାହୁବଲି , ସେହେନ୍ସା ଏବଂ ଡ଼ନ୍‌ ଆଦି ରଖାଯାଇଛି ।

ପଢନ୍ତୁ  ଅଭିନେତ୍ରୀଙ୍କ ମାନଙ୍କ ମଧ୍ୟରେ ଶୀତଳଯୁଦ୍ଧ ! କ୍ୟାଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବାକୁ ମନାକଲେ ଦୀପିକା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱିକୃତୀ ପ୍ରଦାନ କରିଛନ୍ତି । ଶତୀଶଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି ବୈବସାୟିକ ସୁଶୀଲ୍‌ ଚୌଧୁରୀ ।

mobile digital movie theater (MDMT) ବିଷୟରେ ଶତୀଶ କହିଛନ୍ତି , ଖାଲି ଚଳଚ୍ଚିତ୍ର ନୁହଁ ଏହି ସିନେମା ହଲ୍‌ ଶିକ୍ଷା ଏବଂ ସରକାରୀ ବର୍ତ୍ତା ଦେବାରେ ମଧ୍ୟ ସହାୟକ ହେବ । ନେତା ଏବଂ ରାଜନେତା ଏହା ଦ୍ୱାରା ନିଜର ବାର୍ତ୍ତା ଗ୍ରାମାଞ୍ଚଳରେ ସହଜରେ ପହଞ୍ଚାଇପାରିବେ । ଦିଲ୍ଲୀ , ମୁମ୍ବାଇରେ ଥିବା ବ୍ୟକ୍ତିଙ୍କୁ ଏହା ଦ୍ୱାରା ଦୂରଦୂରନ୍ତର ଗ୍ରାମବାସୀ ଦେଖିବା ସହ ତାଙ୍କ ସହିତ ସଂପର୍କ କରିପାରିବେ । ତେବେ ଦେଖିଯାଉ ନିର୍ଦ୍ଦେଶକ ଶତୀଶଙ୍କ ଏହି ଚିନ୍ତାଧାରା କେତେ ଦୂର ସକ୍ଷମ ଏବଂ ସଫଳ ହେଉଛି।