cloth
Special Report

ଘରେ ଘରେ କପଡ଼ା ବିକ୍ରି କରୁଥିଲେ ମା’,ପ୍ରେରଣା ନେଇ ଏୟାର ଇଣ୍ଡିଆର ଚାକିରି ଛାଡ଼ିବା ସହ ୩୦୦କୋଟିର ବ୍ୟବସାୟୀ ସାଜିଲେ ଶରଦ

୩୦୦କୋଟିର ମାଲିକ ସାଜିଥିବା ଶରଦ ସୁରୀଙ୍କ ଅତୀତ ଖୁବ୍‌ ପ୍ରେରଣା ଦାୟୀ ବୋଲି ଜଣା ପଡ଼ିଛି । ଶରଦଙ୍କ ମା’ ଘରେ ଘରେ ଯାଇ କପଡ଼ା ବିକ୍ରି କରୁଥିଲେ । ଯାହା ଦ୍ୱାରା ଶରଦଙ୍କ ପରିବାର ଚଳୁଥିଲା । ନିଜ ମା’ଙ୍କଠାରୁ ପ୍ରେରଣା ନେଇ ଏବଂ କିଛି କରି ଦେଖାଇବା ଇଚ୍ଛା ଆଜି ଶରଦଙ୍କୁ ୩୦୦କୋଟିର ମାଲିକ କରି ପାରିଛି । ଶରଦ ଏବେ ସିଏନ୍‌ଏମ୍‌ ଆପେରାଲ ଏବଂ ଫ୍ୟାଶନ ବ୍ରାଣ୍ଡ ମାଲିକ ଥିବା ଜଣା ପଡ଼ିଛି । ଯାହାର ମୂଲ୍ୟ ରହିଛି ୩୦୦କୋଟି । ଶରଦଙ୍କ କହିବା ଅନୁଯାୟୀ, ସିଏନ୍‌ଏମ୍‌ର ଆରମ୍ଭ ୮୦ଦଶକରେ ତାଙ୍କ ମା’ ସତୀଶ ସୁରୀ କରିଥିଲେ ।

୧୯୭୯ରେ ୩ଟି ପିଲାଙ୍କର ଖର୍ଚ୍ଚ ଉଠାଇବା ପାଇଁ ସତୀଶ ଘରେ ହିଁ କପଡ଼ା ବିକ୍ରି କରିବାର ବ୍ୟବସାୟ ଆରମ୍ଭ କରିଥିଲେ । ସତୀଶ ପ୍ରଥମେ ୫ହଜାର ଟଙ୍କା ନେଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଧିରେ ଧିରେ ଦିଲ୍ଲୀର ଲାଜ୍‌ପତନଗରରେ ସତୀଶ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଶରଦ ବଡ଼ ହେବା ପରେ ଏୟାର ଇଣ୍ଡିଆ ତରଫରୁ ମିଳିଥିବା ଚାକିରିକୁ ଛାଡ଼ି ସେ ମା’ଙ୍କୁ ବ୍ୟବସାୟରେ ସାହାଯ୍ୟ କରିବେ ବୋଲି ମନସ୍ଥ କରିଥିଲେ । ଯାହା ତାଙ୍କୁ ଆଜି ୩୦୦କୋଟିରେ ପହଞ୍ଚାଇ ପାରିଛି ।