Bollywood

ଆସିଲା ରେସ୍‌-୩ର ଟ୍ରେଲର, ସଲମାନଙ୍କ Action Scenesକୁ ଦେଖି ଫିଦା ହେଲେ ଫ୍ୟାନ୍‌

ମୁମ୍ବାଇ : ବହୁଦିନର ଅପେକ୍ଷା ପରେ ଆଜି ରେସ୍‌-୩ର ଟ୍ରେଲର ରିଲିଜ କରାଯାଇଛି । ଫିଲ୍ମରେ ଥିବା ଆକ୍ସନ ସିକ୍ୟୁଏନ୍ସକୁ ନେଇ ଆଗରୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ସେହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ରେସ୍‌-୩ର ଟ୍ରେଲର । ଆଗରୁ ରେସ୍‌-୩ର ସୁଟିଂ ସେଟ୍‌ରୁ ସଲମାନଙ୍କର କିଛି ଆକ୍ସନ ସିକ୍ୟୁଏନ୍ସର ଭିଡ଼ିଓ ଭାଇରାଲ ହୋଇଥିଲା । ସେହି ଭିଡ଼ିଓ ଦେଖିବା ପରେ ସଲମାନଙ୍କ ଏହି ନୂଆ ଅନ୍ଦାଜକୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ଯାଇଥିଲା ।

ଟ୍ରେଲର ରିଲିଜ ପରେ ଇଦ୍‌ରେ ଏହି ଫିଲ୍ମଟି ଧମାଲ ମଚାଇବ ବୋଲି ଲୋକେ କହିବା ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ବ୍ୟତିତ ଅନିଲ କପୁର,ଡ଼େଜି ଶାହ,ବବି ଦେଓଲ, ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡ଼ିଜ୍‌ ଏବଂ ସକିବ୍‌ ସଲିମ୍‌ ପ୍ରମୁଖ ନଜର ଆସୁଛନ୍ତି । ସମସ୍ତଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଫିଲ୍ମ ଜୁନ୍‌ ୧୫,୨୦୧୮ରେ ରିଲିଜ ହେବ ବୋଲି ଜଣା ପଡ଼ିଛି ।