Bollywood

IPL ଫାଇନାଲ୍‌ରେ ଦବଙ୍ଗ ଧମାକା : ସଲମାନଙ୍କ ହିରିୟେ ବନିବେ ଜାକ୍‌ଲିନ୍‌

ଭାରତରେ କ୍ରିକେଟର ଆଇପିଏଲ୍‌ ଋତୁ ଚାଲିଛି।  ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିବା ପାଇଁ ଅନେଇ ବସିଥାନ୍ତି । ସମସ୍ତେ ନିଜ ନିଜ ଆଇପିଏଲ ଟିମ୍‌ କୁ ସମର୍ଥନ କରିବା ସହ ସେ ବିଜେତା ହେଉ ବୋଲି ଚାହାନ୍ତି । ତେବେ ଚଳିତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନ ଉତ୍ସବଠାରୁ ଅଧିକ ରୋମାଞ୍ଚକର ହେବ ଏହାର ଫାଇନାଲ/ଉଜାପନ ଉତ୍ସବ । କାରଣ ବର୍ତ୍ତମାନ ଆଇପିଏଲ୍‌ର ଉଜାପନ ଉତ୍ସବ ପାଖକୁ ଆସୁଥିବା ବେଳେ ସୂଚନାଅନୁଯାୟୀ  ଏଥିରେ ଧୁମ ମଚାଇବାକୁ ଯାଉଛନ୍ତି ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ଏବଂ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡେଜ୍‌ ।

କ୍ରିକେଟ ପ୍ରେମୀ ଏବଂ ସଲ୍‌ମାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହି ଥର ଆଇପିଏଲ୍‌ର ଫାଇନାଲ୍‌ରେ ସଲମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ରେସ୍‌-୩ କୁ ପ୍ରମୋସନ୍‌ କରିବା ସହ ଜାକ୍‌ଲିନ୍‌ଙ୍କ ସହିତ ଏହି ଚଳଚ୍ଚିତ୍ରର ଗୀତ ହିରିୟେରେ ନୃତ୍ୟ ପରିବେଷଣ କରିବେ । ଏହି ଉଜାପନ ଉତ୍ସବଟି ମୁମ୍ବାଇର ଓ୍ଵାଙ୍କେଡେ ଷ୍ଟାଡିୟମ୍‌ରେ ଆୟୋଜିତ ହେବା ପାଇଁ ଯାଉଛି। ଫାଇନାଲ୍‌ ଦିନ ଦୁଇଟି ଉତ୍ସବ ହେବାକୁ ଯାଉଥିବା ବେଳେ ଏଥି ମଧ୍ୟରୁ ଗୋଟିଏକୁ ରଣବୀର କପୁର ଉପସ୍ଥାପନ କରିବାର ସୂଚନା ରହିଛି।

ପଢନ୍ତୁ  ଜାକି ସରାଫ କାହିଁକି ଅନିଲ କପୁରଙ୍କୁ ମାରିଥିଲେ ୧୭ଟି ଚାପୁଡ଼ା ?

ଉତ୍ସବରେ ବଲିଉଡ୍‌ କଳାକର ମାନଙ୍କ ମଧ୍ୟରେ କରିନା କପୁର ଏବଂ ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଏଥିରେ କୌଣସି ପ୍ରକାରର ସନ୍ଧେହ ରହିନାହିଁ କି ଆଇପିଏଲ୍‌ର ଏହି ଏଦ୍‌ଘାଟନ ଉତ୍ସବ ଠାରୁ ଉଜାପନ ସମାରୋହ ବହୁ ରୋମାଞ୍ଚକମୟ ରହିବ ।