Ollywood

ରବିନା ଟଣ୍ଡନଙ୍କୁ ଭାଉଜ ଡାକିଲେ ବାବୁଶାନ, ଜାଣନ୍ତୁ କାହିଁକି

ଗତ ରବିବାର ଦିନ ରୁଚି ଓଡ଼ିଆ ଫିଲ୍ମଫେୟାର ଆଓ୍ଵାର୍ଡ଼ର ୮ମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବଲିଉଡ଼ କଳାକାର ରବିନା ଟଣ୍ଡନ ଏବଂ ମିସ ଏସିଆ ସ୍ପେସିଫିକ ଶ୍ରୀଷ୍ଠି ରାଣା ଦେଖାଯାଇଥିଲେ । କମେଡ଼ିଆନ ସୁନିଲ ପାଲ ମଧ୍ୟ ଏହି ଉତ୍ସବକୁ ଆସିବା ସହିତ ଦର୍ଶକମାନଙ୍କୁ ଭରପୁର ମାତ୍ରାରେ ହସାଇଥିଲେ ।

ଆଓ୍ଵାର୍ଡ଼ ସୋରେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ଅଭିନେତା ବିଜୟ ମହାନ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ଶ୍ରେଷ୍ଠ ଅଭିନେତାର ପୁରସ୍କାର ବାବୁସାନ ମହାନ୍ତି ହିରୋ ନଂ୧ ପାଇଁ ହାସଲ କରିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ହାସଲ କରିଛନ୍ତି ଅଭୟ ଚଳଚ୍ଚିତ୍ର ପାଇଁ ଏଲିନା ସାମନ୍ତରାଏ । ପ୍ରଥମ ଥର ପାଇଁ ଶ୍ରେଷ୍ଠ ଡ଼େବ୍ୟୁଟାଣ୍ଟ ପୁରସ୍କାର ଗ୍ରହଣ କରିଛନ୍ତି ସ୍ୱରାଜ ମିଶ୍ର ଏବଂ ସନମିରା । ତେବେ ଶ୍ରେଷ୍ଠ କ୍ରିଟିକର ପୁରସ୍କର ନିଜ ହାତକୁ ନେଇଛନ୍ତି ଭୂମିକା ଦାସ ।

ପଢନ୍ତୁ  ଏଲିନାଙ୍କ ବ୍ଲକ୍‌ବଷ୍ଟର୍‌ ସିନେମା !

ଏହି ରଙ୍ଗାରଙ୍ଗ ଉତ୍ସବ ରେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ନେବାପାଇଁ ଯେତେବେଳେ ମଂଚ ଉପରକୁ ବାବୁଶାନ ଆସିଲେ , ଅତିଥି ରବିନା ଟଣ୍ଡନଙ୍କୁ ଭାଉଜ ବୋଲି ସମ୍ବୋଧନ କଲେ ମଜାକ ଢଙ୍ଗରେ କହିଲେ ଭାଉଜଙ୍କୁ ସମ୍ମାନ ଦିଅ ଓଡ଼ିଶାର ମାନରଖ, ଏହି କଥା ଦର୍ଶକଙ୍କ ମନରେ ଖୁସି ଭରିଥିଲା, ରବିନାବି କହିଲେ ମୁଁ ଯଦି କେବେ ଓଡ଼ିଆ ଫିଲ୍ମ କରେ କେବଳ ବାବୁଶାନଙ୍କ ଭାଉଜ ରୋଲ ହିଁ କରିବି ।