Ollywood

କଣ କଲା ସେ ! “ମାୟାରେ ବାୟା” କରି ସଫଳତା ସାଉଁଟି ନେଲା “ଟୋକାଟା ଫସିଗଲା”

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଗତକାଲି ରିଲିଜ୍‌ ହୋଇଛି ବହୁ ଦିନରୁ ଚର୍ଚ୍ଚାର ବିଷୟ ପାଲଟିଥିବା ଚଳଚ୍ଚିତ୍ର “ଟୋକାଟା ଫସିଗଲା”। ତେବେ ଏହି ଚଳଚ୍ଚିତ୍ରଟି କେବଳ ଓଲିଉଡ଼ରେ ନୁହଁ ବରଂ ବଲିଉଡ଼ରେ ମଧ୍ୟ ଚହଳ ସୃଷ୍ଟି କରିଛି। ଚଳଚ୍ଚିତ୍ରରେ ପପୁଙ୍କ କଣ୍ଠରେ ନିର୍ମିତ ମାୟାରେ ବାୟା ଗୀତ ପ୍ରକୃତରେ ସମସ୍ତଙ୍କ ବାୟା କରିଛି। ଏଣିକି ବଲିଉଡ଼ ଅଭିନେତା ଟାଇଗର ସର୍ଫଙ୍କୁ ମଧ୍ୟ ଏହି ଗୀତରେ ଧମାକାଦାର ଡ଼୍ୟାନ୍ସ କରୁଥିବାର ଦେଖାଯାଇଥିଲା।

ତେବେ ଗତକାଲି ଚଳଚ୍ଚିତ୍ରଟି ରିଲିଜ୍‌ ହୋଇଥିବା ବେଳେ ଏହାର କାହାଣୀ ଦର୍ଶକଙ୍କ ମନକୁ ମଧ୍ୟ ବେଶ୍‌ ଛୁଇଁଛି। ଏହି ଚଳଚ୍ଚିତ୍ରଟିରେ ମୁଖ୍ୟ କଳାକାର ଭାବେ ଅଭିନେତା ସାବ୍ୟସାଚ୍ଚୀ , ପପୁ ଏବଂ ଏଲିନାଙ୍କୁ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ରିଲିଜ୍‌ ପୂର୍ବରୁ ହିଁ ମ୍ୟୁଜିକାଲି ହିଟ୍‌ ରହିଥିବା ବେଳେ କାହାଣୀ ମଧ୍ୟ ମନୋହରା ରହିଛି। ସାବ୍ୟସାଚ୍ଚୀ ଏବଂ ଏଲିନାଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ବଡ଼ ପରଦାରେ ଦେଖିବାକୁ ମିଳିଥିବା ବେଳେ ଯୋଡ଼ିଟି ଦର୍ଶକଙ୍କୁ ପସନ୍ଦ ମଧ୍ୟ ଆସିଛି। ନିକଟରେ ଦୀର୍ଘ ୨ ମାସର ଚିକିତ୍ସା ପରେ ଓଡ଼ିଶାକୁ ଫେରି ହାସ୍ୟକଳାକାର ପପୁଙ୍କୁ ନିଜ ପାଖରେ ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ରେମେଶ ରାଉତ୍‌ ରହିଥିବା ବେଳେ ଏହାର ସଂଙ୍ଗୀତ ସଯୋଜନା କରିଛନ୍ତି ବୈଦନାଥ ଦାସ।