Fat-Thin-Women
Lifestyle

ଅଧିକ ଖାଇବା ଦ୍ୱାରା ନୂହେଁ ବରଂ ଏହି ଭିଟାମିନ କମ ହେଲେ ବଢ଼ିଥାଏ ଓଜନ

ଓଜନ ବଢ଼ିବା ସମସ୍ୟା ଆସିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବରେ ଠିକ୍‌ ଠିକଣା ରହୁନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି ସମସ୍ୟାର ସମାଧାନ ହୋଇ ନଥାଏ । ଏଭଳି ଓଜନ ବଢ଼ିବା ବା ଏତେ ଚେଷ୍ଟା କରିବା ପରେ ଓଜନ ନ କମିବାର କାରଣ ଆପଣଙ୍କ ଖାଦ୍ୟ ନୂହେଁ ବରଂ ଭିଟାମିନର ଅଭାବ ହେଉଛି ଏହାର ପ୍ରକୃତ କାରଣ ।

କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ,ଭାରତୀୟ ମହିଳାଙ୍କ ଓଜନ ବଢ଼ିବା ଏବଂ ମଧୁମେହ ବଢ଼ିବାର ମୁଖ୍ୟ କାରଣ ହେଉଛି ଭିଟାମିନ୍‌ Dର ଅଭାବ । ଏହି ଗବେଷଣାରୁ ପ୍ରାୟ ୬୮.୬ପ୍ରତିଶତ ଭାରତୀୟ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ଅଭାବ ରହିଥିବା ବେଳେ ୨୬ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଅଧିକ ଦେଖା ଯାଇଥିଲା । କେବଳ ୫.୫ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଠିକ୍‌ ଥିବାର ଗବେଷଣାରୁ ଜଣା ପଡ଼ିଥିଲା ।

ପଢନ୍ତୁ  ଆପଣଙ୍କ ପରିବାରରେ କେହି ଧୂମପାନ କରୁଛନ୍ତି କି? ଏହି ଘରୋଇ ଉପାୟ ଆପଣାଇ ଛଡ଼ାନ୍ତୁ ଅଭ୍ୟାସ

ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ପରିମାଣ କମ ଥିବାରୁ ସେମାନଙ୍କ ଓଜନ ବଢ଼ୁଥିବାର ଦେଖିବାକୁ ମିଳିଛି । ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ସେମାନଙ୍କ ଦେହରେ ଭଲ ଭାବରେ ସୂର୍ଯ୍ୟ କିରଣ ପଡ଼ି ପାରି ନଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍‌ Dର ଅଭାବ ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଭିଟାମିନ୍‌ D ଅଭାବକୁ ପୂରଣ କରିବା ପାଇଁ ଭିଟାମିନ୍‌ D ସପ୍ଲିମେଣ୍ଟସ୍‌ ଖାଇବା ସହ ୨ଘଣ୍ଟା ସୂର୍ଯ୍ୟକିରଣ ନେବା ବୁଲିବା ନିହାତି ଆବଶ୍ୟକ । ଅନ୍ୟ ପକ୍ଷରେ ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ଆପଣମାନେ ଏହି ସବୁ ଖାଦ୍ୟ ମଧ୍ୟ ଖାଇ ପାରିବେ ।

୧. ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର,ଲହୁଣୀ,ମାଛ,ଛତୁ,କମଳା,ଅଣ୍ଡା ଏବଂ ଗାଜର ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ।

ପଢନ୍ତୁ  କାହିଁକି ପ୍ରେମିକଙ୍କୁ ଅଧାରାସ୍ତାରେ ଛାଡ଼ି ପଳାନ୍ତି ପ୍ରେମିକା

୨.ସକାଳ ଖାଇବାରେ ଗହମ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର । ଏପରି କଲେ ଭିଟାମିନ୍‌ Dର ଅଭାବ ହୋଇ ନଥାଏ ।