short-women-and-tall-men
Lifestyle

ଏଥିପାଇଁ ମହିଳାଙ୍କୁ ପସନ୍ଦ ଡ଼େଙ୍ଗା ପୁରୁଷ !

ସାଧାରଣତଃ ଦେଖାଯାଇଛି ମହିଳା ତାଙ୍କଠାରୁ ଉଚ୍ଚତାରେ ଲମ୍ବା ପୁରୁଷଙ୍କୁ ଅଧିକ ମାତ୍ରାରେ ପସନ୍ଦ କରିଥାନ୍ତି । ଏହାର କାରଣ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ରିସର୍ଚ୍ଚ ଅନୁଯାୟୀ ଦମ୍ପତିଙ୍କ ମଧ୍ୟରେ ରହିଥିବା ଉଚ୍ଚତା ପାର୍ଥକ୍ୟରୁ ହିଁ ତାଙ୍କ ମଧ୍ୟରେ ରହିଥିବା ପ୍ରେମର ଜଣାପଡ଼ିଥାଏ । ତେବେ ଅସନ୍ତୁ ଜାଣିବା ପ୍ରକୃତରେ କଣ ରହିଛି ମହିଳାଙ୍କ ଡ଼େଙ୍ଗା ସାଥି ପସନ୍ଦ କରିବା ପଛର କାରଣ ?

ମହିଳାଙ୍କ କହିବା ଅନୁଯାୟୀ , ଡ଼େଙ୍ଗା ପୁରୁଷ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଆତ୍ମନିର୍ଭରଶୀଳ ହାଇଥାନ୍ତି । ସେମାନେ ନିଜ ସାଥିଙ୍କୁ ଅଧିକ ମାତ୍ରାରେ ସୁରକ୍ଷା ପ୍ରଦାନ କରିଥାନ୍ତି ।

ଉଚ୍ଚତା ଥିବା ପୁରୁଷ ଅନ୍ୟଙ୍କ ସାମ୍ନାରେ ନିଜର ଏକ ଭିନ୍ନ ଚରିତ୍ର ଗଠନ କରିଥାନ୍ତି । ଯାହା ଫଳରେ ମହିଳାଙ୍କ ଅଧିକ ଦୃଷ୍ଟି ଆର୍କଷଣ ହୋଇଥାଏ ଏବଂ ସେମାନେ ଅଧିକ ଡ଼େଙ୍ଗା ପୁରୁଷଙ୍କୁ ପସନ୍ଦ କରିଥାନ୍ତି ।

ପଢନ୍ତୁ  ଧୋକାବାଜ ହୋଇଥାନ୍ତି ଏହି ରାଶିର ପ୍ରେମିକା

ରିସର୍ଚ୍ଚରୁ ଜଣାପଡ଼ିଛି ଲମ୍ବା ପୁରୁଷଙ୍କର ଶରିରୀକ ସୁସ୍ଥତା ଦେଖାଯାଇଥାଏ । ତେବେ ଦମ୍ପତିଙ୍କ ମଧ୍ୟରେ ମହିଳାଙ୍କ ଉଚ୍ଚତା ଠାରୁ ତାଙ୍କ ସାଥି ପୁରୁଷଙ୍କ ଉଚ୍ଚତା ୧.୦୯ଗୁଣ ଅଧିକ ରହିବା ଉଚିତ୍ । ସୂଚନା ଅନୁଯାୟୀ, ଯଦି ମହିଳାଙ୍କ ଉଚ୍ଚତା ୫ ଫୁଟ ୮ଇଞ୍ଚ ରହିଛି ତେବେ ତାଙ୍କ ସାଥିଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ ରହିବା ଉଚିତ୍ ।