Special Report

ପାଦରେ ରହିଛି କାନ୍ଦୁଥିବା ଶିଶୁକୁ ଚୁପ୍‌ କରିବା ରହସ୍ୟ

ମାତୃତ୍ୟ ସମସ୍ତ ମହିଳାଙ୍କ ଜୀବନ ଏକ ବିଶେଷ ମୂହୂର୍ତ୍ତ ରହିଥାଏ। ତେବେ ମାତୃତ୍ୟ ଠାରୁ ଅଧିକ କଷ୍ଠକର ହୋଇଥାଏ ଶିଶୁକୁ ସମ୍ବାଳିବା । କାରଣ ଶିଶୁ ନିଜର କଷ୍ଠ ଏବଂ ଯନ୍ତ୍ରଣା କହିପାରନ୍ତି ନାହିଁ ଯାହା ଫଳରେ ସେମାନେ କାନ୍ଦିଥାନ୍ତି । ଶରୀରରେ ଅସୁସ୍ଥତା ହେଉବା କିଛି ଅନ୍ୟ କାରଣ ତାହା ପାଇ ଁସେମାନେ କେବଳ କାନ୍ଦିଥାନ୍ତି । ବେଳେବେଳେ କିଛି କାନ୍ଦର କାରଣ ଜଣାପଡ଼ିଥିଲେ ମଧ୍ୟ କିଛିର କାରଣ ଜାଣିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କ ଶିଶୁ ମଧ୍ୟ କିଛି କାରଣ ବଶତଃ ଅହରହ କାନ୍ଦୁଛି ତେବେ ତାହାକୁ ତୁରନ୍ତ ଚୁପ୍‌ କରାଇବାର ଉପାୟ ରହିଛି ତାହାର ପାଦରେ । ଆସନ୍ତୁ ଜାଣିବା କିପରି ଚୁଟ୍‌କିରେ କାନ୍ଦୁଥିବା ଶିଶୁକୁ ଚୁପ୍‌ କରାଇବେ।

ପଢନ୍ତୁ  ଦେବୀ ସୀତାଙ୍କ ବିଷୟରେ କିଛି ଅଜଣା କଥା ! ଆପଣ ବି ଜାଣିନଥିବେ

ଶିଶୁଟିର ଦାନ୍ତ ଏବଂ ମୁଣ୍ଡରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତାହାର କାନ୍ଦ ବନ୍ଦ କରିବା ପାଦର ତଳି ଆଙ୍ଗୁଟି ଗୁଡ଼ିକୁ ଧିରେ ଧିରେ ଚିପନ୍ତୁ ଦେଖିବେ ଶିଶୁଟିକୁ ଆରାମ ଲାଗିବା ସହ ସେ କାନ୍ଦିବା ବନ୍ଦ କରିଦେବ । ଏଥିସହ ତଳିପାଦର ସେହି ଅଂଶକୁ ମାଲିସ କରିବା ଦ୍ୱାରା ଥଣ୍ଡା ଏବଂ ସାଇନସ୍‌ରୁ ମଧ୍ୟ ରକ୍ଷା ମିଳିଥାଏ।

ଫୁସ୍‌ଫୁସ୍‌ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ତଳିପାଦର ଉପରି ଅଂଶକୁ ମାଲିସ କରନ୍ତୁ । ଦେଖିବେ ଶିଶୁଟି ଚୁପ୍‌ ରହିବା ସହ ତାହାକୁ ଆରାମ ଲାଗିବ ।

ଶିଶୁଟିର ପେଟ ଖରାପ କିମ୍ବା କିଛି କାରଣ ବଶତଃ ଯନ୍ତ୍ରଣା ଅନୁଭୂତ ହେଉଥାଏ। ଏଥିପାଇଁ ଶିଶୁର ପାଦର ମଝି ଅଂଶକୁ ମାଲିସ କରନ୍ତୁ ଦେଖିବେ ତାହା ଦ୍ୱାରା ଯନ୍ତ୍ରଣା କିଛି ମାତ୍ରାରେ କମ ହେବ । ଏହା ଦ୍ୱାରା ଶିଶୁଟିର ପାଚନ କ୍ରିୟା ମଧ୍ୟ ସଠିକ୍‌ ଭାବେ ହୋଇଥାଏ।

ପଢନ୍ତୁ  କେବେ ଆପଣ ଭାବିଛନ୍ତି କି ଗର୍ଭପାତ ପରେ ଆପଣଙ୍କ ଛୁଆର କଣ ହୁଏ ?

ଶିଶୁଟିକୁ ଶୁଆଇବା ସମୟରେ ତଳି ପାଦର ଗୋଇଠି ଅଂଶକୁ ମାଲିସ କରନ୍ତୁ । ଏହା ଦ୍ୱାରା ଶିଶୁଟିକୁ ଆରାମ ଲାଗିବା ସହ ନିଶ୍ଚିନ୍ତାରେ ଶୋଇଥାଏ।