Bollywood

ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କିଏ ବାଣ୍ଟିଲା ରାଖୀଙ୍କ ନମ୍ବର

ବଲିଉଡର ବିବାଦିୟ କୁଇନ ରାଖି ସାୱନ୍ତ କିଛି ନା କିଛି କାରଣ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସେ ଏବେ ପୁଣି ଥରେ ଚର୍ଚ୍ଚାରେ। ରାଖୀ ଏକ ଇଣ୍ଟର୍ଭ୍ୟୁରେ ବଲିଉଡ ଅଭିନେତ୍ରୀ ସନି ଲିଓନିଙ୍କ ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ରାଖୀ ଅଭିଯୋଗ କରିଛନ୍ତି ଯେ ସନି କୁଆଡ଼େ ତାଙ୍କ ନମ୍ବର ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ବାଣ୍ଟି ଦେଇଛନ୍ତି। ଯାହା ପରଠୁ ତାଙ୍କୁ ଏହି ଇଣ୍ଡଷ୍ଟ୍ରିରୁ ଅନେକ କଲ ଆସୁଛି।

ରାଖି କହିଛନ୍ତି, ‘ମୋତେ ଫୋନ କରୁଥିବା ଲୋକମାନେ ମୋତେ ଭଲ ଟଙ୍କା ଅଫର କରୁଛନ୍ତି ଓ ମୋତେ ମୋର ଭିଡିଓ ଓ ମେଡିକାଲ ସାର୍ଟିଫିକେଟ ମାଗୁଛନ୍ତି। ମୋର କିନ୍ତୁ ଏ କାମ କରିବାକୁ କୌଣସି ଇଚ୍ଛା ନାହିଁ। ଏଭଳି କାମ କରିବା ବଦଳରେ ମୁଁ ମରିଯିବା ପସନ୍ଦ କରିବି।

ପଢନ୍ତୁ  କେଉଁ ନାୟିକାଙ୍କ ସହ ସର୍ବାଧିକ ଫିଲ୍ମ କରିଛନ୍ତି ସୁପରଷ୍ଟାର ଅମିତାଭ୍ ?

ଏହା ପୂର୍ବରୁ ରାଖୀ ସୋସିଆଲ ମିଡିଆରେ ଶ୍ରୀଦେବୀଙ୍କ ନିଧନରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ କାନ୍ଦି କାନ୍ଦି ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେ କହିଥିଲେ ଯେ, ସେ ଶ୍ରୀଦେବୀଙ୍କ ମୃତ୍ୟୁରେ ଅନେକ ଦୁଃଖି ଅଛନ୍ତି ତେଣୁ ସେ ହୋଲି ସେଲିବ୍ରେଟ କରିବେ ନାହିଁ। କିନ୍ତୁ ହୋଲି ଦିନ ସେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କୁ ନାଚୁଥିବା ଦେଖିବାକୁ ମିଳିଥିଲା।