News

ଐତିହାସିକ ନିଷ୍ପତି ନେଲା ରେଳ ମନ୍ତ୍ରାଳୟ : ଏଣିକି ଟ୍ରେନରେ ବିନା ଟିକେଟରେ ଯାତ୍ରା କରିବେ ମହିଳା

ଟ୍ରେନରେ ଥିବା ସୁବିଧାକୁ ନେଇ ସବୁବେଳେ ଯାତ୍ରୀମାନେ ଅଭିଯୋଗ କରି ଆସୁଥିବା ବେଳେ ଏବେ ରେଳ ମନ୍ତ୍ରାଳୟ ଏକ ଏତିହାସିକ ନିଷ୍ପତି ନେଇଥିବା ଜଣା ପଡ଼ିଛି । ଟ୍ରେନ ମଧ୍ୟରେ ମହିଳାମାନେ ବିଭିନ୍ନ ଅତ୍ୟାଚାର ଏବଂ ଅସଦାଚରଣର ଶିକାର ହେଉଥିବାରୁ ରେଳ ମନ୍ତ୍ରାଳୟ ଏହି ନିଷ୍ପତି ନେଇଥିବା ସୂଚନା ମିଳିଛି । ଏହି ନିୟମ ଅନୁସାରେ ବିନା ଟିକେଟରେ ମହିଳାମାନେ ଟ୍ରେନରେ ଯାତ୍ରା କରିପାରିବେ । ଅର୍ଥାତ ଯଦି କୌଣସି ମହିଳାଙ୍କ ପାଖରେ ଟ୍ରେନ ଟିକେଟ ନାହିଁ,ଟିଟିଇ ତାଙ୍କୁ ଟ୍ରେନରୁ ଓହ୍ଲାଇ ପାରିବେ ନାହିଁ । ରେଳ ମନ୍ତ୍ରାଳୟ ତରଫରୁ ଏହି ନିଷ୍ପତି ପୂର୍ବରୁ ନିଆଯାଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର ଏହା ସବୁ ରେଳ ଷ୍ଟେସନରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଜଣା ପଡ଼ିଛି ।

ପଢନ୍ତୁ  କାହିଁକି April Fool day ରେ କରାଯାଏ Pranks !!

ସୂଚନା ମୁତାବକ,୧୮୯୮ ମହିଳାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରେଳ ମନ୍ତ୍ରାଳୟ ଏହି ନିଷ୍ପତି ଗ୍ରହଣ କରିଥିଲା । ଟିକେଟ ନଥିବାରୁ ମହିଳାମାନଙ୍କୁ ଅଜଣା ସ୍ଥାନରେ ଟ୍ରେନରୁ ଓହ୍ଲାଇ ଦେବା ହେତୁ ସେମାନେ ବିପଦର ସମ୍ମୁଖୀନ ହୋଇଥାନ୍ତି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ରେଳ ମନ୍ତ୍ରାଳୟ ୧୯୮୯ରେ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ନିୟମକୁ କାର୍ଯ୍ୟକାରୀ କରାଯାଇ ପାରି ନଥିଲା । ରେଲେଓ୍ଵ ନିୟମ ଅନୁସାରେ, ରିଜର୍ଭ କୋଚରେ ୱେଟିଂ ତାଲିକାରେ ନା ଥିଲେ ବି ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆ ଯାଇପାରିବ ନାହିଁ ।

ଯଦି କେଉଁ ମହିଳା ସ୍ଲିପର ଟିକେଟ ନେଇ ଏସି-୩ରେ ଯାତ୍ରା କରୁଛନ୍ତି ତେବେ ଟିଟିଇ ତାଙ୍କୁ ସ୍ଲିପରରେ ଯିବା ପାଇଁ ଅନୁରୋଧ କରିପାରିବେ । ତାଙ୍କୁ କେବଳ ଜିଲ୍ଲା ମୁଖ୍ୟାଳୟ ଷ୍ଟେସନରେ ଓହ୍ଲାଇ ଦିଆ ଯାଇପାରିବ । କିନ୍ତୁ ତା’ପୂର୍ବରୁ କଣ୍ଟ୍ରୋଲ ରୁମ୍‌କୁ ଏ ନେଇ ସୂଚନା ଦେବାକୁ ପଡ଼ିବ । ଏହା ପରେ ଟ୍ରେନରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇ ଟିକେଟ ସହିତ ଜିଆରପିର ମହିଳା କନେଷ୍ଟବଳଙ୍କୁ ଦାୟିତ୍ୱ ରହିବ କି ସେ ତାଙ୍କୁ ଏକ ସୁରକ୍ଷିତ ସିଟ୍‌ରେ ବସାଇବେ ।