Bollywood

ଫିଲ୍ମ ପାଇଁ ଫୋନ୍‌ସେକ୍ସ କରିଥିଲେ ଏହି Bollywood ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେଙ୍କୁ ଏକ ସିନେମାରେ କାମ କରିବା ପାଇଁ ଫୋନ୍‌ସେକ୍ସ କରିବାକୁ ପଡ଼ିଥିଲା। ଏକ ଶୋ’ରେ ରାଧିକା ଏହା ସ୍ବୀକାର କରିଛନ୍ତି।
କିଛି ଦିନ ତଳେ ରାଧିକା ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନେହା ଧୁପିଆଙ୍କ ଟକ୍‌ ଶୋ’ ବିଏଫ୍‌ଏଫ୍‌ ଉଇଥ୍‌ ଭୋଗ୍‌ରେ ଯୋଗ ଦେଇଥିଲେ। ଏହି ଶୋ’ରେ ରାଧିକା ନିଜ କ୍ୟାରିଅର ସମ୍ପର୍କରେ ଅନେକ ଚକିତ କରିଦେବା

ଭଳି ଘଟଣାର ପର୍ଦାଫାସ କରିଥିଲେ। ତାଙ୍କ ଫିଲ୍ମ କ୍ୟାରିଅରର ସବୁଠାରୁ ଅପ୍ରୀତିକର ଅଡିଶନ୍‌ କେଉଁଟି ଥିଲା ପ୍ରଶ୍ନର ଉତ୍ତରରେ ରାଧିକା କହିଥିଲେ ଦେବ-ଡି ସିନେମା। କାରଣ ଏହି ସିନେମାର ଅଡିସନ୍‌ ପାଇଁ ତାଙ୍କୁ ଫୋନ୍‌ସେକ୍ସ କରିବାକୁ ପଡ଼ିଥିଲା। ଏହାପରେ ସେ କେବେ ବି ଫୋନ୍‌ସେକ୍ସ କରିନାହାନ୍ତି। ସେତେବେଳେ ସେ ପୁନେରେ ରହୁଥିଲେ ବୋଲି ରାଧିକା କହିଛନ୍ତି। ତୁଷାରଙ୍କ ସହିତ ଡେଟ୍‌ କରିବା ସମ୍ପର୍କରେ କହିଛନ୍ତି ଯେ ତୁଷାରଙ୍କ ନମ୍ବର ମଧ୍ୟ ତାଙ୍କ ପାଖରେ ନାହିଁ।