Ollywood

ଓଲିଉଡ଼ରେ ଚାଲିଛି ଧମାକେଦାର ଫିଲ୍କ ପ୍ରମୋସନ୍‌ : ‘ପ୍ରେମର ରଙ୍ଗୋଲି’ କରିଛି ଦର୍ଶକଙ୍କୁ ‘ମାୟାରେ ବାୟା’

ଦୁନିଆ ବଦଳିବା ସହ ବଦଳିଛି ଦର୍ଶକଙ୍କ ଚାହିଦା ଏବଂ ଏଥିସହ ଚଳଚ୍ଚିତ୍ରର କାହାଣୀ । ତେବେ ଖାଲି କାହାଣୀ ନୁହଁ ଚଳଚ୍ଚିତ୍ରଟିକୁ ମାର୍କେଟ ତଥା ଦର୍ଶକଙ୍କ ମଧ୍ୟରେ ପ୍ରମୋସନ କରିବାର ଢ଼ଙ୍ଗ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ନିକଟରେ ରିଲିଜ୍‌ ଅପେକ୍ଷାରେ ଥିବା ଓଲିଉଡ଼ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ଏବଂ ‘ବ୍ଲାକ୍‌ମେଲ’ ପାଇଁ ବହୁ ଜୋରଦାର ପ୍ରମୋସନ ଚାଲିଛି। ଦର୍ଶକଙ୍କ ମନରେ ଯେପରି ଦୁଇ ଚଳଚ୍ଚିତ୍ରର ଗୀତ ଘର କରିବାରେ ଲାଗିଛି।

ଅଭିନେତା ଅର୍ଦ୍ଧେନ୍ଦୁଙ୍କ ବ୍ଲାକମେଲ୍‌ର ‘ହାଏ ତୋ ପ୍ରେମର ରଙ୍ଗୋଲି’ ସହ ଅଭିନେତା ସାବ୍ୟସାଚୀଙ୍କ ଟୋକାଟା ଫସିଗଲାର ‘ମାୟାରେ ବାୟା’ ଗୀତ ଓଡ଼ିଶା ବଜାରକୁ ସରଗରମ କରୁଛି। ସୋସିଆଲ ମିଡ଼ିଆରେ ଉଭୟ କଳାକର ଏବଂ ଚଳଚ୍ଚିତ୍ର ନିର୍ମାତା ମାନେ ଏହାର ପ୍ରମୋସନରେ ଲାଗିପଡ଼ିଛନ୍ତି। ଦୁଇଟି ଚଳଚ୍ଚିତ୍ର ରିଲିଜ୍‌ ଡ଼େଟ୍‌ ମଧ୍ୟ ପାଖାପାଖି ବୋଲି ଜଣା ପଡ଼ିଛି । ତେବେ ବ୍ଲାକ୍‌ମେଲ୍‌ ଚଳଚ୍ଚିତ୍ରରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସହ ଅଭିନେତ୍ରୀ ତମନ୍ନା ଏବଂ ଆହାନାଙ୍କୁ ଦେଖିବାକୁ ମିଳିଥିବା ବେଳେ ଟୋକାଟା ଫସିଗଲା ଚଳଚ୍ଚିତ୍ରରେ ଅଭିନେତା ସାବ୍ୟସାଚୀଙ୍କ ସହ ସ୍କ୍ରିନ ଶେୟାର କରିବେ ଏଲିନା ।