papu pompom
Ollywood

ଫେରିଆସିଲେ Papu Pampom : ଧନ୍ୟବାଦ ଭିଡ଼ିଓ ହେଲା ସୋସିଆଲ ମିଡ଼ିଆରେ ଭାଇରାଲ

ବହୁ ଦିନର ଚିକିତ୍ସା ପରେ ଓଡ଼ିଶା ଫେରିଛନ୍ତି ପପୁ। ସେ ବିଗତ ଦୁଇ ଦିନ ହେବ ଦିଲ୍ଲୀ ଏମସରେ ପାନକ୍ରିୟାଜ (ଅଗ୍ନାଶୟ) ସଂକ୍ରମଣରେ ପୀଡ଼ିତ ଥିବାରୁ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୯ ସମୟରେ ସେ ଭୁବନେଶ୍ବରରେ ବିମାନ ଯୋଗେ ସୁସ୍ଥ ହୋଇ ଫେରିଛନ୍ତି। ଏଣୁ ରାଜ୍ଯବାସୀକୁ ଧନ୍ଯବାଦ ଜଣାଇ ଏକ ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ତାହାକୁ ସେୟାର କରିଛନ୍ତି ଓଲିଉଡ଼ ଅଭିନେତା ସାବ୍ଯସାଚ୍ଚୀ ମିଶ୍ର। ତେବେ ଇତି ମଧ୍ୟରେ ପପୁଙ୍କର ମାୟାରେ ବାୟା ଗୀତଟି ଦର୍ଶକଙ୍କ ମନରେ ବସା ବାନ୍ଧଛି। ଏଥିରେ ପପୁଙ୍କ ସହ ଓଲିଉଡ଼ କଳାକାର ସାବ୍ଯସାଚ୍ଚୀ ଏବଂ ଏଲିନା ନଜର ଆସୁଛନ୍ତି। ସୁସ୍ଥ ହୋଇ ଫେରିଥିବାର ଶ୍ରେୟ ପପୁ ଓଡ଼ିଶାବାସୀ ଭଲପାଇବା , ଭଗବାନଙ୍କ ନିକଟରେ ଯେଉଁ ପ୍ରାର୍ଥନା କହିଛନ୍ତି। ସେ କହିଛନ୍ତି , ଡ଼ାକ୍ତର କହୁଥିଲେ ଶରୀର ବହୁତ ଅସୁସ୍ଥ ଥିଲା ସୁସ୍ଥ ହେବା ସମ୍ଭବ ନୁହଁ। କେବଳ ଆପଣଙ୍କ ପ୍ରାର୍ଥନା ଏବଂ ଆର୍ଶୀବାଦ ପାଇଁ ମୁଁ ଆଜି ଫେରିଛି।