News

Patanjali ଲଞ୍ଚକଲା Sim Card : ମିଳିବ ମାଗଣା କଲିଂ ସହ ୨ଜିବି ଡ଼ାଟା

ଭାରତୀୟ ବଜାରରେ ସାମଗ୍ରୀ ବିକ୍ରିରେ ସଫଳତା ହାସଲ କରିବା ପରେ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଟେଲିକମ୍‌ ସେକ୍ଟରରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତିି ନେଇଛନ୍ତି । ରବିବାର ଲଞ୍ଚ କରିଛି ପତଞ୍ଜଳି ସ୍ୱଦେଶୀ ସିମ୍‌ କାର୍ଡ । ଏହାକୁ ବିଏସ୍‌ଏନ୍‌ଏଲ୍‌ ସହ ମିଶି ଆରମ୍ଭ କରାଯାଇଛି। ଆସନ୍ତୁ ଜାଣିବା କ’ଣ ରହିଛି ଏହି ସିମ୍‌ର ସୁବିଧା । ଏହି ସିମ୍‌ଟି ବର୍ତ୍ତମାନ କେବଳ ପତଞ୍ଜଳି ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଛି। ଏହି ସିମ୍‌ରେ ୧୪୪ ଟଙ୍କାର ରିଚାର୍ଜ କରିବା ଦ୍ୱାରା ୨ଜିବି ଦୈନିକ ଡ଼ାଟା ସହ ମାଗଣା କଲିଂ ଏବଂ ୧୦୦ଟି ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ ।

ସିମ୍‌ ଦ୍ୱାରା ପତଞ୍ଜଳି ସାମଗ୍ରୀ କ୍ରୟ କରୁଥିବା ସମୟରେ ଗ୍ରାହକଙ୍କୁ ୧୦ ପ୍ରତିଶତର ରିହାତି ମିଳିବ । ତେବେ ଏହି ସିମ୍‌ ଦ୍ୱାରା ଗ୍ରାହକ ୨.୫ଲକ୍ଷର ମେଡ଼ିକାଲ୍‌ ଓ ୫ଲକ୍ଷ ପର୍ଯ୍ୟନ୍ତ ବୀମାର ସୁବିଧା ମଧ୍ୟ ପାଇପାରିବେ । ବିଏସଏନଏଲର ଅଧିକାରୀ ସୁନୀଲ ଗର୍ଗଙ୍କ କହିବା ଅନୁଯାୟୀ, ପତଞ୍ଜଳିର ଏହି ପ୍ଲାନ ବିଏସଏନଏଲର ସବୁଠୁ ବେଷ୍ଟ ପ୍ଲାନ । ତେବେ ଏହି ସିମ କାର୍ଡ଼ କେବଳ ପତଞ୍ଜଳି କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିବ । ପତଞ୍ଜଳି କର୍ମଚାରୀ କେବଳ ନିଜର ଆଇଡ଼ି କାର୍ଡ଼ ଦେଖାଇ ଏହି ସିମ କାର୍ଡ଼ ପାଇପାରିବେ ।