Ollywood

ବିଗିଡ଼ିଲା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା , ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ପଠାଯିବାନେଇ ସୂଚନା

ଓଲିଉଡ୍‌ର ହାସ୍ୟଅଭିନେତା ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ଏପରିକି ତାଙ୍କୁ ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଯୋଗ୍ୟ ପପୁଙ୍କଠାରେ ପାନକ୍ରିୟାସ (ଅଗ୍ନ୍ୟାଶୟ) ଜନିତ ସମସ୍ୟା ଦେଖାଯାଇଛି। ଆସନ୍ତା ମଙ୍ଗଳବାର ଦିନ ପପୁଙ୍କୁ ଏୟାର ଆମ୍ବୁଲାନ୍‌ସ ଯୋଗେ ନୂଆଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରିବା ପାଇଁ ଯୋାଜନା ଚାଲିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ପପୁ ଅସୁସ୍ଥ ହେବା ଖବର ପାଇବା ମାତ୍ରେ ତାଙ୍କ ଅଜସ୍ର ପ୍ରଶଂସକ ଓ ବନ୍ଧୁ ପପୁଙ୍କୁ ଭେଟିବା ପାଇଁ ହସ୍‌ପିଟାଲ ଆଗରେ ଭିଡ ଜମାଇଛନ୍ତି। ଆମେ ଭଗବାନଠାରେ ପ୍ରାର୍ଥନା କରୁଛି କି ଖୁବ ଶୀଘ୍ର ପପୁ ଠିକ ହୁଅନ୍ତୁ । ଏହା ସହ ତାଙ୍କର କୌତୁହ କଥା ବାର୍ତ୍ତାରେ ପୁଣିଥରେ ସମସ୍ତଙ୍କ ମଧ୍ୟରେ ହସର ଲହରୀ ଖେଳାନ୍ତୁ ।