Ollywood

HOLLYWOOD ଏବଂ BOLLYWOODରେ ଓଡ଼ିଆଙ୍କ ଜଲଓ୍ଵା

ଓଡ଼ିଶାରେ ଭରପୁର ମାତ୍ରାରେ କାଳା ଏବଂ ପ୍ରତିଭା ରହିଛି । ଏହାକୁ ମନୋରଞ୍ଜନ ଦୁନିଆରେ ବାରମ୍ବାର ସମସ୍ତ ସ୍ଥାନରେ ପ୍ରମାଣିତ କରିଛନ୍ତି ଆମ ଓଡ଼ିଶା ପୁଅ ଏବଂ ଝିଅ। ଆସନ୍ତୁ ଜାଣିବା ଓଡ଼ିଶାକୁ ମନୋରଞ୍ଜନ ଦୁନିଆରେ ରାଷ୍ଟ୍ର ତଥା ଅନ୍ତଃରାଷ୍ଟ୍ରିୟ ସ୍ତରରେ ସମ୍ମାନିତ କରିଥିବା କଳାକରଙ୍କ ବିଷୟରେ ।

ସାଧୁ ମେହେର ବଲିଉଡ଼ରେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ଜଣାଯାଇଥିବା ବେଳେ ରାଷ୍ଟିୟ ସ୍ତରରେ ମଧ୍ୟ ଶ୍ରେଷ୍ଠ କଳାକର ଭାବେ ପୁରସ୍କୃତ ହୋଇଛନ୍ତି ।ତାଙ୍କର ବଲିଉଡ଼ର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କରେ ଗଣାଯାଉଥିବା ସାବନା ଆଜମିଙ୍କ ସହିତ ଅଙ୍କୁର ନାମକ ଚଳଚ୍ଚିତ୍ର ବହୁତ ହିଟ ହୋଇଥିଲା । ସେ ଏକା ସମୟରେ ଜଣେ ଅଭିନେତ୍ରା , ନିର୍ଦ୍ଦେଶକ , ପ୍ରଯୋଜକ ।

ଓଡ଼ିଶାର ରାଉଲକେଲାରେ ଜନ୍ମ ମିରା ନାୟର ଜଣେ ଆନ୍ତଃଜାତୀକ ସ୍ତରର ଚଳଚ୍ଚିତ୍ର ର୍ନିମାତା । ସେ ହଲିଉଡ଼ର ତଥା ବଲିଉଡ଼ର ଅନେକ ହିଟ ଚଳଚ୍ଚିତ୍ର କାମସୂତ୍ର , ମନସୁନ weeding, ଦ ନମସ୍ତେ ଆଦିର ର୍ନିମାଣ କରିଛନ୍ତି ।

ପଢନ୍ତୁ  ଆଜ୍‌-କଲ୍‌ ତେରେ ମେରେ ପ୍ୟାର'ର ଚର୍ଚ୍ଚା ନେଇ ଆସିଲେ ଗାୟକ ଫେଜଲ୍‌ ଅହମ୍ମଦ୍‌

ଓଲିଉଡ଼ରେ ବିଶିଷ୍ଠ ସଂଙ୍ଗିତଜ୍ଞ ମନମଥ ମିଶ୍ର ଏବଂ କ୍ରିଷ୍ଣା ମିଶ୍ରଙ୍କ ଏକ ମାତ୍ର କନ୍ୟା ପ୍ରକୃତି ମିଶ୍ର । ଓଲିଉଡ଼ରେ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରକୃତି ବର୍ତ୍ତମାନ ବଲିଉଡ଼ ଏବଂ ହିନ୍ଦି ଧାରାବାହିକରେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ଅନେକ ଶ୍ରେଷ୍ଠ କଳାକର ମାନଙ୍କ ସହିତ ଅଭିନୟ କରିସାରିଥିବା ପ୍ରକୃତି ବର୍ତ୍ତମାନ ଉଭୟ ବଲିଉଡ଼ ଏବଂ ଓଲିଉଡ଼ରେ ରାଜ କରୁଛନ୍ତି ।

ଓଡ଼ିଶାର କଳାକାର ଖାଲିଯେ ବଲିଉଡ଼ରେ ବ୍ୟାପିଛନ୍ତି ତାହା ନୁହଁ ବରଂ ତେଲୁକୁ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଅଭିନୟର ପ୍ରତିଭାରେ ସମସ୍ତଙ୍କୁ ଆର୍କଷିତ କରିଛନ୍ତି । ସେ ହେଉଛନ୍ତି ରାୟଗଡ଼ାର ବରୁଣ ସନଦେଶ । ସେ ଟଲିଉଡ଼ର ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି ।
କ୍ରିଷ୍ଣା ବେଉରା ନିଜର ମନମୁଦ୍ଧକର ସଂଙ୍ଗୀତରେ ବଲିଉଡ଼ ତଥା ଓଲିଉଡ଼ରେ ସମସ୍ତଙ୍କୁ ପାଗଳ କରିଛନ୍ତି । ହିନ୍ଦି ଏବଂ ଓଡ଼ିଆର ଅନେକ ପ୍ରସିଦ୍ଧ ସଂଙ୍ଗୀତରେ କଣ୍ଠ କରିଛନ୍ତି ଓଡ଼ିଶା ଜନ୍ମ କ୍ରିଷ୍ଣା ବେଉରା ।

ପଢନ୍ତୁ  ପ୍ରିୟାଙ୍କ ପରେ ଓଲିଉଡ ହଟ୍ ନାୟିକା ଝିଲିକଙ୍କ ଭିଡିଓ ହେଲା ଭାଇରାଲ !

ଇମ୍ରାହାସମିଙ୍କ ଅଭିନିତ ମଡ଼ର୨ ରେ ନଜର ଆସିଥିବା ସେ ଅଭିନେତ୍ରୀଙ୍କ କଥା ମନ ଅଛି । ହଁ ଆଜ୍ଞା ସୁଲଗ୍ନା ପାଣିଗ୍ରାହୀ ବହ୍ମପୁର ଓଡ଼ିଶାର । ନିଜର ବାସ୍ତବିକ ଅଭିନୟ ପାଇଁ ଓଲିଉଡ଼ରେ ଏକ ଭିନ୍ନ ପରିଚୟ ସୃଷ୍ଠି କରିଛନ୍ତି ସୁଲଗ୍ନା ।

ବଳିଉଡ଼କୁ ଆଇ ଆମ କଲମ୍‌ , କଡ଼ଓ୍ଵି ହଓ୍ଵା , କୋନ କିତନେ ପାନି ମୈ ଆଦି ସମାଜର ବାସ୍ତବିକତା ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ନିଳ ମାଧମ ପଣ୍ଡା ସୋନପୁର ଓଡ଼ିଶାର । ନିଜର ଚଳଚ୍ଚିତ୍ର ପାଇଁ ରାଷ୍ଟ୍ର ଏବଂ ଅନ୍ତଃରାଷ୍ଟ୍ରିୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ଶ୍ରୀଯୁକ୍ତ ପଣ୍ଡା । ଏହା ସହ ଓଡ଼ିଶାର ପରମ୍ପରା ଏବଂ କଳାକୃତିକୁ ସେ ନିଜର ସମସ୍ତ ଚଳଚ୍ଚିତ୍ରରେ ଦର୍ଶାଇବା ପାଇଁ ଚେଷ୍ଠା କରିଥାନ୍ତି ।

ଏପରି ଆହୁରି ଅନେକ କଳାକାର ରହିଛନ୍ତି ଯେପରିକି ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ସୋନା ମହାପାତ୍ର , ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତା ପିତବାସ ତ୍ରିପାଠୀ , ଅଭିନେତ୍ରୀ ତଥା ଲେଖିକା , ସମାଜସେବୀକା ନନ୍ଦିତା ଦାସ , ନିର୍ଦ୍ଦେଶକ ମନମୋହନ ମହାପାତ୍ର , ନିର୍ଦ୍ଦେଶକ ତଥା ଅଭିନେତ୍ରୀ ବିଜୟା ଜେନା ,ଅନେକ େଓ୍ଵବସିରିଜ ଏବଂ ଧାରାବାହିକ ଅଭିନେତା ମନରାଜ ସିଂ , ମଡ଼େଲ ସୁଶ୍ରୀ ଶିୟା ମିଶ୍ର , ଚଳଚ୍ଚିତ୍ର ନିର୍ମାତା ଉଦୟ ଶଙ୍କର ପାଣି ଏବଂ ତାଙ୍କର ଝିଅ ଅଭିନେତ୍ରୀ ଭାବନା ପାଣି , ନିରିଜା ଭଳି ଚଳଚ୍ଚିତ୍ରରେ ସାଉଣ୍ଡ ଡ଼ିଜାଇନର ଭାବେ କାର୍ଯ୍ୟକରିଥିବା ସୁବାଶ ସାହୁ ଅଦି କଳାକର ନିଜର ନିଖୁନ ପ୍ରତିଭା ପାଇଁ ଓଡ଼ିଶାକୁ ରାଷ୍ଟ୍ର ଏବଂ ଅନ୍ତଃରାଷ୍ଟ୍ରିୟ ସ୍ତରରେ ପ୍ରଦର୍ଶନ କରୁଛନ୍ତି ।