sunmeera
Ollywood

ଶୁଟିଂରେ ବ୍ୟସ୍ତ ଓଲିଉଡ଼ ନାୟିକା ସନମିରା

ଶିଶୁ କଳାକାର ଭାବେ ଓଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିବା ସନମିରା ନାଗେସ ଏବେ ଯୁବପିଢ଼ିର ମନରେ ରାଜ କରୁଛନ୍ତି । ମୁଖ୍ୟ ନାୟିକା ଭାବେ ସେ ୨୦୧୭ ମସିହାରେ ‘ସପନର ପଥେପଥେ‘ ଫିଲ୍କରୁ ଓଲିଉଡ଼ରେ ଡ଼େବ୍ୟୁ କରିଥିଲେ । କିଛି ଦିନ ପୂର୍ବେ ଅଭିନେତା ସ୍ୱରାଜଙ୍କ ସହ ଆସିଥିବା ‘ଲୈଲା ଓ ଲୈଲା’ ଫିଲ୍ମରେ ମଧ୍ୟ ସନମିରାଙ୍କ ଧମାକେଦାର ଅଭିନୟ ଦେଖିବାକୁ ମିଳିଥିଲା । ଏବେ ଏହି ନବାଗତା ଅଭିନେତ୍ରୀ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ଶୁଟିଂରେ ବହୁତ ବ୍ୟସ୍ତ ରହିଛନ୍ତି । ତାଙ୍କ ହାତରେ ରହିଛି ଦୁଇଟି ହାଇ ବଜେଟ ଫିଲ୍ମ ।

“ଲୋକାଲ ଟୋକା ଲଭ୍ ଚୋଖା” ଫଲ୍ମରେ ତାଙ୍କୁ ପ୍ରଥମଥର ପାଇଁ ସୁପରଷ୍ଟାର ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିବା ବେଳେ “ଲଭ ଏକ୍ସପ୍ରେସ” ଫିଲ୍କରେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତା ସ୍ୱରାଜ୍ । ଲୋକାଲ ଟୋକା ଳଭ ଚୋଖାର ଶୁଟିଂ ପ୍ରାୟତଃ ଶେଷ ହେବାକୁ ଆସୁଥିବା ବେଳେ ଏବେଏବେ ଆରମ୍ଭ ହୋଇଛି ଲଭ ଏକ୍ସପ୍ରେସର ଶୁଟିଂ । ତେବେ ଦେଖିବା ବାକି ରହିଲା ସନମିରାଙ୍କ ଜାଦୁ ଦର୍ଶକଙ୍କ ମନରେ କିପରି ଚାଲୁଛି । ସବୁଠାରୁ ଖାସ କଥା ହେଉଛି ଦୁଇଟି ଫିଲ୍ମ ସାର୍ଥକ ବ୍ୟାନରରେ ନିିର୍ମିତ ହେବା ପାଇଁ ଯାଉଛି ।