odia-film-on-patanagarh-pacel-bomb-matter-odia-zamana
Ollywood

ବୁଲେଟ ରାଜା ଚଳଚ୍ଚିତ୍ରରେ ଚିତ୍ରଣ ହେବ ପାର୍ସଲ ବୋମା ଘଟଣା

ବିଗତ ତିନି ମାସ ମଧ୍ୟରେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଓଡ଼ିଶାର ପାଟଣାଗଡ଼ର ପାର୍ସଲ ବୋମା ଘଟଣା। ବର୍ତ୍ତମାନ ଘଟଣାଟିର ମୂଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ସମସ୍ତ ଘଟଣା ସର୍ବସମ୍ମୁଖକୁ ଆସିଛି। ବାସ୍ତିବିକ ଘଟଣାଟି ଶୁଣିବାକୁ ଅବିକଳ ଏକ ଚଳଚ୍ଚିତ୍ରର କାହାଣୀ ସଦୃଶ। ଏଣୁ ଏହି ବାସ୍ତବିକ କାହାଣୀକୁ ବଡ଼ ପରାଦକୁ ଆଣିବାକୁ ଯାଉଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା । ଏଥିପାଇଁ କଳାକର ଚୟନ ମଧ୍ୟ ଶେଷ ହୋଇଯାଇଛି , ମାଷ୍ଟରମାଇଣ୍ଡ  ପୁଞ୍ଜିଲାଲ ମେହେର ଚରିତ୍ରରେ ହର ରଥ ଦେଖାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଭୂମିକାରେ ଦେଖାଦେବେ ମନୋଜ ମିଶ୍ର ।

ଚଳଚ୍ଚିତ୍ରର କାହାଣୀକୁ ବାସ୍ତବିକ କରିବା ପାଇଁ ପ୍ରଯୋଜକ ମୁଖ୍ୟ ପୀଡ଼ିତା ରୀମାଙ୍କ ସହ ତଥା ମୃତକ ସୌମରଞ୍ଜନଙ୍କ ପିତାମାତାଙ୍କୁ ସାକ୍ଷାତ କରିବାର ଖବର ରହିଛି। ଆବଶ୍ୟକ ପଡ଼ିଲେ ସେ ପୋଲିସ୍‌ଠାରୁ ଅନୁମତି ନେଇ ପୁଞ୍ଜିଲାଲଙ୍କୁ ବି ଭେଟିବେ । ଫିଲ୍ମଟିର ନାଁ ‘ବୁଲେଟ୍ ରାଜା’ ରଖାଯିବାର କାରଣ ? ଆପଣମାନେ ଟିଭି ଓ ଖବରକାଗଜରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଏକ ବୁଲେଟ୍‌ ଚଲାଉଥିବା ଫଟୋ ନିଶ୍ଚିତ ଦେଖିଥିବେ। ସେଇ ଫଟୋଟି ଅନୁସାରେ ଫିଲ୍ମଟିର ନାଁ ‘ବୁଲେଟ୍ ରାଜା’ ରଖାଯାଇଛି। ଫିଲ୍ମଟିରେ ଲଭ୍ ଓ ସସ୍‌ପେନ୍ସ ରହିବ। ଏହି ଘଟଣା ଘଟିବାର ଦୁଇ ମାସ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଞ୍ଜିଲାଲ ପୋଲିସ୍ ହାତରେ ଧରାପଡ଼ି ନଥିଲେ। ପୋଲିସ୍ କହିଛି ପୁଞ୍ଜିଲାଲ ଏକା ଏକା ହିଁ ଏହି ଘଟଣା ଘଟାଇଛନ୍ତି। ସେ ତାଙ୍କ ଷଡ଼ଯନ୍ତ୍ରରେ କାହାକୁ ସାମିଲ କରି ନଥିଲେ। ତେଣୁ ଏହାକୁ ଫିଲ୍ମରେ ଦର୍ଶକ ଦେଖିବା ପାଇଁ ପସନ୍ଦ କରିବେ ବୋଲି ପ୍ରଯୋଜକ ଆଶା ବାନ୍ଧିଛନ୍ତି ।