odia-actress-riya-blink-eye-like-priya-prakash 1-odia-zamana
Ollywood

ଓଲିଉଡ଼ରେ ଛାଡ଼ିନି ପ୍ରିୟା ପ୍ରକାଶଙ୍କ ଜ୍ୱର, ଦେଖନ୍ତୁ ଭିଡିଓ

ଦେଶରେ internet sensation ଭାବେ ପରିଚିତ ମଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଦିନକୁ ଦିନ ଚର୍ଚ୍ଚା ବଢ଼ୁଛି କିନ୍ତୁ କମ ହେଉନାହିଁ । ବଲିଉଡ଼ ଠାରୁ ଆରମ୍ଭ କରି ଓଲିଉଡ଼ ପର୍ଯ୍ୟନ୍ତ ସମସ୍ତେ ପ୍ରିୟାଙ୍କ ଭଳି ଆଖି ମାରିବା ପାଇଁ ଚେଷ୍ଠା କରିଛନ୍ତି । ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ଝିଲିକ୍‌ ଏବଂ ସମ୍ବିତ୍‌ଙ୍କ ଆଖି ମାରିବା ଘାଇଲା କରିବା ଭିଡ଼ିଓ ପରେ ବର୍ତ୍ତମାନ ହଟ ଏବଂ ସିଜିଲିଂ ଅଭିନେତ୍ରୀ ରିଆ ସୋସିଆଲ ମିଡ଼ିଆରେ ଆଖିରେ ଗୁଳି ଚଲାଇ ପ୍ରଶଂସକଙ୍କୁ ଘାଇଲା କରିଛନ୍ତି ।

ଅଭିନେତ୍ରୀ ରିଆ ଦେଓ ଏହି ଭିଡ଼ିଓକୁ ତାଙ୍କର ସୋସିଆ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ଭିଡ଼ିଓରେ ରିଆ ମଲାୟଲମ ଚଳଚ୍ଚିତ୍ର ଓରୁ ଓଦାର ଲଭ୍‌ ଚଳଚ୍ଚିତ୍ର ଥିବା ପ୍ରିୟା ପ୍ରକାଶଙ୍କ ବନ୍ଧୁକ କରି ଆଖିରେ ଗୁଳି ମାରିବା ସିନ୍‌ଟିକୁ କରିଥିଲେ । ରିଆଙ୍କ ଏହି ଭିଡିଓକୁ ବର୍ତ୍ତମାନ ଅନେକ ପ୍ରଶଂସକ ଦେଖିଥିବା ବେଳେ Share ମଧ୍ୟ କରିଛନ୍ତି ।

ପଢନ୍ତୁ  ଏଲିନାଙ୍କ ବ୍ଲକ୍‌ବଷ୍ଟର୍‌ ସିନେମା !

ଗତ କାଲି ରିଆଙ୍କ ଅଭିନିତ ଦିଓ୍ଵାନା ହେଲି ତା ପାଇଁ ଚଳଚ୍ଚିତ୍ର ରିଲିଜ ହୋଇଛି। ବହୁୁ ଦିନରେ ବିରତି ପରେ ରିଆ ପୁଣି ଥରେ ବଡ଼ ପରାଦାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଫେରିଛନ୍ତି । ଚଳଚ୍ଚିତ୍ରରେ ରିଆଙ୍କ ସହିତ ଅଛନ୍ତି ସିଦ୍ଦାର୍ଥ ମହାପାତ୍ର , ଶ୍ରୀତମ ଦାସ , ନବାଗତ କଳାକାର ମୁନ୍ନା , ଉାଷଶ୍ରୀ ମିଶ୍ର ଏବଂ ପପୁଙ୍କୁ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟିର ନିର୍ଦେଶନା ଦାୟିତ୍ୱରେ ଶ୍ରୀତମ ଦାସ ରହିଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଅଶୋକ କୁମାର ଦାସ ।