newborns-body-flushed-down-toilet-at-kerala-clinic-odia-zamana
Special Report

ରାକ୍ଷସୀ ମା : ଟଏଲେଟ୍ ଗାତରେ ପୁରାଇଲା ନିଜର କଅଁଳା ଶିଶୁକନ୍ୟାକୁ

କେରଳ : କୁହାଯାଏ ମା’ର ମମତା ପିଲା ପାଇଁ ସୁରକ୍ଷା ପାଲଟିଥାଏ । ହେଲେ ସେହି ମା ଯେବେ ରାକ୍ଷସୀ ପାଲଟି ଯାଏ ଏମିତି ଏକ ଘଟଣା ଘଟିଛି କେରଳରେ ।ନିଜର ଜନ୍ମ କଲା ଶିଶୁକନ୍ୟାକୁ ମାରି ପାଇଖାନାରେ ଫିଙ୍ଗିଦେଇଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କ୍ଲିନିକର ପାଇଖାନାଟି ଜାମ୍ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ ଡାକିଥିଲେ। ସେତିକି ବେଳେ ପ୍ରକୃତ କାରଣ ସାମନାକୁ ଆସିଥିଲା। ପ୍ଲମ୍ବର ଜଣକ ଯେତେବେଳେ ଶୌଚାଳୟର ପାଇଖାନାକୁ ସଫାକରୁଥିଲେ , ସେଥିରେ ଛୋଟ ଶିଶୁର ମୁଣ୍ଡକୁ ଦେଖିବାକୁ ପାଇଲେ।

ପୁଲିସ୍ ସୂଚନା ଅନୁସାରେ, ଯେତେବେଳେ ପ୍ଲମ୍ବର ଜଣକ ପାଇଖାନାର ବନ୍ଦ ନଳାକୁ ସଫା କରିବାକୁ ଚେଷ୍ଟା କରୁଥଲେ, ସେ ଦେଖିଲେ ଗୋଟେ ବଲ୍ ଭଳି ଜିନିଷଟେ ସେଥିରେ ଲାଗିଛି। ସେ ଟାଣିବାକୁ ଚେଷ୍ଟା କରିବାରୁ ତାହା ନରମ ଲାଗିଲା। ବାହାରକୁ ବାହାର କରି ଦେଖିଲେ ଯେ ଏହା ଏକ ଶିଶୁ କନ୍ୟା।
ଏ ଘଟଣା ପରେ ସଂପୃକ୍ତ କ୍ଲିନିକ ଚର୍ଚ୍ଚା ଆରମ୍ଭ ହୋଇଗଲା। ଡାକ୍ତର ତୁରନ୍ତ ପୁଲିସ୍କୁ ଡାକି ଘଟଣାର ଅବଗତ କରାଇଲେ। ପୁଲିସ୍ ଏହି ମାମଲାରେ ସବୁ ରୋଗୀଙ୍କର ରେକର୍ଡ ଯାଂଚ କରିଛନ୍ତି। ଶିଶୁଟିର ଏକ ଅପ୍ରାକୃତିକ ମୃତ୍ୟୁ ହୋଇଥିବାର ଏତଲା ଦାଏର କରାଯାଇଛି। ପୁଲିସ୍ ମାମଲାର ଯାଂଚ କାର୍ଯ୍ୟ ଚଳାଇଛି।
ପୋଲିସ୍ ସନ୍ଦେହ ଦୃଢ଼ ହୋଇଛି ଯେ ଡେଲିଭରି ପରେ କେହି ମା’ ତା ଶିଶୁ କନ୍ୟାକୁ ମାରି ପାଇଖାନାରେ ଫିଙ୍ଗି ଫେରାର ହୋଇଯାଇଛି।