Ollywood

ଅନୁଭବ A Lover Boy

ଆଙ୍କର ଭାବେ ସେ ଓଡ଼ିଶାରେ ଲୋକପ୍ରିୟ । ବଡ଼ ପରଦାରେ ଏବଂ ଛୋଟ ପରଦା ରେ ବି କାମ କରିଛନ୍ତି ସେ। ଏଠାରେ ଯେଉଁ ଯୁବତୀଙ୍କ କଥା କୁହାଯାଉଛି ସେ ହେଲେ ପୁପୁଲ ଭୂୟାଁ । ଏବେ ସେ (Zee Sarthak) ରେ ପ୍ରସାରିତ ହେଉଥିବା ଲିଟିଲ ଚାଂପସରେ ଆଙ୍କର ଭାବେ ନଜର ଆସୁଛନ୍ତି।

ଅନୁଭବ-ଏ ଲଭରବୟ ଟାଇଟଲରେ ଏକ ସିନେମା ତିଆରି ହେଉଛି। ଏହି ସିନେମାର ନାୟକଙ୍କ ନାମ ରହିଛି ଅନୁଭବ ଏବଂ ନାୟିକାଙ୍କ ନାଆଁ ରହିଛି ବର୍ଷା। ଏଥିରେ ନାୟକ ଭୂମିକାରେ ଅଛନ୍ତି କ୍ରୀଷ୍ଣା-ଗୋବିନ୍ଦା ହିରାହେଇଥିବା ସୂରଜ କୁମାର । ଆଉ ନାୟିକା ଭୂମିକାରେ ପୁପୁଲ ଅଭିନୟ କରିଛନ୍ତି ଯିଏ କି ପୂର୍ବରୁ ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ବଡ଼ ପରଦାରେ ନଜର ଆସିଥିଲେ  ।

ପଢନ୍ତୁ  ନାରୀ ସୁରକ୍ଷା ପାଇଁ ପାଦ ବଢ଼େଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଏହି ସିନେମାରେ ପୁପୁଲଙ୍କୁ ଜଣେ କଲେଜ୍‌ ପଢୁଆ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଏବଂ ତାଙ୍କ ପ୍ରେମିକ ଭୂମିକାରେ ଅଛନ୍ତି ସୂରଜ। ରଂଜନ-ଶଶୀ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ । ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ଜେନା,କାଳୀଚରଣ,ଦେବୀ ବାରିକ ପ୍ରମୁଖ ଅଭିନୟ କରିଛନ୍ତି ।