News

ଏବେ ଏହି କ୍ୟାମେରା ଆପ୍‌ ମାଧ୍ୟମରେ କୌଣସି ବି ଲେଖାର ଫଟୋ ଉଠାଇ ଏଡ଼ିଟ୍‌ କରନ୍ତୁ

ଗୁଗଲ ପ୍ଲେ ଷ୍ଟୋରରେ କ୍ୟାମେରା ସହ ଜଡ଼ିତ ଏମିତି ଅନେକ ଆପ୍‌ ରହିଛି ଯାହା ସାହାଯ୍ୟରେ ଅନେକ କଠିନ କାମ ସହଜରେ କରାଯାଇ ପାରିବ । କିନ୍ତୁ ଏଭଳି ଦରକରି ଆପ୍‌ ବିଷୟରେ ଏ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାରକାରୀମାନେ ଜାଣି ପାରିନାହାନ୍ତି । ସାଧାରଣତଃ ଲୋକମାନେ ଗୁଗଲ୍‌ ପ୍ଲେ ଷ୍ଟୋରରୁ କେବଳ ବିଉଟି ଆପ୍‌ସ ହିଁ ଡ଼ାଉନ୍‌ଲୋଡ଼ କରିଥାନ୍ତି । କିନ୍ତୁ ପ୍ଲେ ଷ୍ଟୋରରେ ଏମିତି ବି କ୍ୟାମେରା ଆପ୍‌ ରହିଛି ଯାହା ସାହାଯ୍ୟରେ ଆପଣ କୌଣସି ବି ଲେଖାର ଫଟୋ ଉଠାଇ ତାକୁ ଏଡ଼ିଟ୍‌ କରିପାରିବେ । ଏହା ସହ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଟ୍ରାନ୍ସଲେଟ୍‌ ମଧ୍ୟ କରିପାରିବେ । ଏଠି ଯେଉଁ ସବୁ ଆଣ୍ଡ୍ରଏଡ଼୍‍ ଆପ୍‌ ବିଷୟରେ କୁହାଯାଉଛି ସେ ସବୁକୁ ପ୍ଲେ ଷ୍ଟୋରରୁ ଆପଣମାନେ ମାଗଣାରେ ଇନ୍‌ଷ୍ଟଲ କରିପାରିବେ । ଆସନ୍ତୁ ଜାଣିବା ସେ ସବୁ ଆପ୍‌ସ ବିଷୟରେ

ପଢନ୍ତୁ  ମୋବାଇଲ ଫୋନ ଚାର୍ଜ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

୧.ଫଟୋମ୍ୟାଥ୍‌ କ୍ୟାମେରା କାଲ୍‌କୁଲେଟର : ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆପ୍‌କୁ ପ୍ରାୟ ୫ କୋଟି ଲୋକ ନିଜ ଫୋନରେ ଇନ୍‌ଷ୍ଟଲ କରି ସାରିଛନ୍ତି । ଯଦି ଆପଣ ଗଣିତ ପଢ଼ୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ । ଏହା ମାଧ୍ୟମରେ କୌଣସି ଗଣିତ ପ୍ରଶ୍ନର ଫଟୋ ଉଠାଇ ଆପଣ ତାହାର ଉତ୍ତର ପାଇ ପାରିବେ । ଏଥିରେ ସ୍ମାର୍ଟ କାଲ୍‌କୁଲେଟର ମଧ୍ୟ ରହିଛି ଯାହା ଆପଣଙ୍କୁ ଗଣିତ ପ୍ରଶ୍ନର ସମାଧାନ କରିବା ପାଇଁ ସାହାଯ୍ୟ କରିଥାଏ ।

୨.ଗୁଗଲ ଟ୍ରାନ୍ସଲେଟ୍‌ : ଏହି ଆପ୍‌କୁ ପ୍ରାୟ ୫୦କୋଟି ଲୋକ ଡ଼ାଉନ୍‌ଲୋଡ଼ କରି ସାରିଛନ୍ତି । ଏହାକୁ ଲାଙ୍ଗୁଏଜ୍‌ କନଭର୍ଟ ଆପ୍‌ ବୋଲି ମଧ୍ୟ କୁହାଯାଏ । ଏହା ପୃଥିବୀର ୧୦୩ଟି ଭାଷାକୁ ସହଜରେ ଅନ୍ୟ ଭାଷାକୁ ବଦଳାଇବାରେ ସକ୍ଷମ । ପାଖାପାଖି ୫୨ଟି ଭାଷାକୁ ବିନା ଇଣ୍ଟରନେଟ୍‌ରେ ଏହା ବଦଳାଇପାରେ। ଏହି ଆପ୍‌ ମାଧ୍ୟମରେ ଆପଣମାନେ କୌଣସି ବି ଲେଖା ଫଟୋ ଉଠାଇ ତାକୁ ଅନ୍ୟ ଭାଷାକୁ ବଦଳାଇ ପାରିବେ । ଏହା ଦ୍ୱାରା ୩୭ଟି ଭାଷାର ଫଟୋ ଉଠାଇ ଆପଣ ଏଡ଼ିଟ୍‌ କରିପାରିବେ ।

ପଢନ୍ତୁ  ସିଗାରେଟ ଧୂଆଁ ଠାରୁ ଅଧିକ ବିପଦଜନକ ମହମବତୀ ଧୂଆଁ ଜାଣନ୍ତୁ କାହିଁକି

୩.କାର୍ଡ଼ବୋର୍ଡ଼ କ୍ୟାମେରା : ଏହି ଆପ୍‌ ସାହାଯ୍ୟରେ ବ୍ୟବହାରକାରୀମାନେ ୩୬୦ ଆଙ୍ଗେଲରେ ଫଟୋ ଉଠାଇ ପାରିବେ । ଏ ପର୍ଯ୍ୟନ୍ତ ଏହି ଆପ୍‌କୁ ୫୦ଲକ୍ଷ ଲୋକ ଇନ୍‌ଷ୍ଟଲ କରି ସାରିଥିବା ଜଣା ପଡ଼ିଛି । ଏହି ଆପ ମାଧ୍ୟମରେ ଆପଣ କୌଣସି ବି ଲେଖାର ଫଟୋ ଉଠାଇ ତାକୁ ଏଡ଼ିଟ୍‌ କରିପାରିବେ ।

୪.କ୍ୟୁଆର୍‌ ଆଣ୍ଡ୍‌ ବାର୍‌କୋଡ଼ ସ୍କାନର : ଏହି ଆପ୍‌ ମାଧ୍ୟମରେ କୌଣସି ବି ଜିନିଷର ବାର୍‌କୋଡ଼ ସ୍କାନ କରି ତା’ ବିଷୟରେ ସବୁ କିଛି ତଥ୍ୟ ପାଇ ପାରିବେ । ଆଜିକାଲି ବିଭିନ୍ନ ପ୍ରଡ଼କ୍ଟରେ ବାର୍‌କୋଡ଼ ରଖା ଯାଉଛି । ଯାହାକୁ ଆପଣ ଏହି ଆପ୍‌ ମାଧ୍ୟମରେ ସ୍କାନ କରି ତା’ ବିଷୟରେ ସବୁ କିଛି ତଥ୍ୟ ପାଇ ପାରିବେ । ଏହା ସହ ପ୍ରଡ଼କ୍ଟ ସହ ଜଡ଼ିତ ଡ଼ାଟା ମଧ୍ୟ ଆପଣ ସିଧା ସେୟାର କରି ପାରିବେ ।