Lifestyle

ସକାଳୁ ଉଠି ଭୁଲରେ ଦେଖନ୍ତୁ ନାହିଁ ଏହି ସବୁ ଜିନିଷ

ଶାସ୍ତ୍ରରେ ଲେଖା ହେବା ସହ ଆମର ଗୁରୁଜନମାନେ ମଧ୍ୟ ସର୍ବଦା ସକାଳୁ ଉଠି କଣ କରିବା ଉଚିତ ଆଉ କଣ ଅନୁଚିତ କହିଥାନ୍ତି । ତେବେ ସାଧାରଣତଃ ଏହା ଉପରେ କେହି ଧ୍ୟାନ ଦେଇନଥାନ୍ତି ଆଉ ପଛରେ ପଶ୍ଚ୍ୟତାପ କରିଥାନ୍ତି । ଆଜି ଆମେ ଆପଣଙ୍କୁ କଣ କରିବା ଅଶୁଭ ଏବଂ ଶୁଭ କହିବା ପାଇଁ ଯାଉଛୁ ।

ସକାଳୁ ଉଠି ବିଛଣାରେ ଥିବା ସମୟରେ ଆଇନା ଦେଖିବା ଅଶୁଭ ହୋଇଥାଏ । ଏଣୁ କେବେ ମଧ୍ୟ ଏପରି ସ୍ଥାନରେ ଆଇନା ଲଗାନ୍ତୁ ନାହିଁ ଯେଉଁଠାରୁ ଆପଣଙ୍କ ଶୋଇବା ବିଛଣା ଦେଖାଯାଉଥିବ । ସକାଳୁ ଉଠିବା ସମୟରେ ଭୁଲରେେ ମଧ୍ୟ ନିଜ ଛାଇ ଦେଖନ୍ତୁ ନାହିଁ ।

ଶୋଇବା ଘରେ କେବେ ମଧ୍ୟ ହିଂସ୍ର ଜନ୍ତୁଙ୍କର ଫଟୋ ଲଗାନ୍ତୁ ନାହିଁ । ଏହାକୁ ସକାଳୁ ସକାଳୁ ଦେଖିବା ଦ୍ୱାରା ଦିନଟି ଅଶୁଭ ଯାଇଥାଏ ।

ପଢନ୍ତୁ  କେଶ ରଙ୍ଗ କରିବା ଦ୍ୱାରା ଶରୀର ଉପରେ ଏହି ସବୁ ଖରାପ ପ୍ରଭାବ ପଡ଼ିଥାଏ

ତେବେ ସର୍ବଦା ଚେଷ୍ଠା କରନ୍ତୁ କି ସକାଳୁ ବିଛଣାରୁ ଉଠି ପ୍ରଥମେ ନିଜ ହାତ ପାପୁଲିକୁ ଦେଖିବେ ।ଏହା ଦ୍ୱାରା ଦିନଟି ଭଲରେ ବିତିଥାଏ । କାରଣ ମନୁଷ୍ୟଙ୍କ ହାତ ପାପୁଲିରେ ତିନୋଟି ଦେବାତାଙ୍କର ବାସ ହୋଇଥାଏ ।