News

ଜୁଲାଇରୁ ମିଳିବ ୧୩ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର

ସମସ୍ତ ରାଜ୍ୟକୁ କେନ୍ଦ୍ରିିୟ ସଂଚାର ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ଆଗାମୀ ଜୁଲାଇ ୨୦୧୮ ପରେ ୧୩ ଅଙ୍କ ବିଶିଷ୍ଟ ନୂଆ ମୋବାଇଲ ନମ୍ବର ମିଳିବ । ଏଥିପାଇଁ ବିଏସଏନଏଲ ପ୍ରସ୍ତୁତି ଆରମ୍ଭ କରିଛି ।

ସୂଚନା ଅନୁସାରେ ଏବେ ଯେଉଁ ମାନେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ସେମାନଙ୍କର ମଧ୍ୟ ଆଗାମୀ ଅକ୍ଟୋବରରୁ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଅପଡ଼େଟ୍ କରାଯିବ। ଏବେ ଯାଏ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ଏହା କିପରି ୧୦ ଅଙ୍କରୁ ୧୩ ଅଙ୍କକୁ ଅପଡ଼େଟ୍ କରାଯିବ।

କିନ୍ତୁ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ ପ୍ରସ୍ତୁତି ଆରମ୍ଭ କଲେଣି