Ollywood

ଅନୁଭବଙ୍କ ଫଟୋକୁ କଲେ ର୍ଦୁବ୍ୟବହାର : ଓଡ଼ିଆଙ୍କୁ ଓଡ଼ିଆ କଲେ ଲଜ୍ଜିତ

ମାର୍ଚ୍ଚ ୨୦ ତାରିଖରେ ସାରା ବିଶ୍ୱରେ ପଖାଳ ଦିବସ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଦେଶ ଏବଂ ବିଦେଶରେ ସମସ୍ତ ଓଡ଼ିଆ ପଖାଳ ଖାଇ ଏହି ଦିବସକୁ ପାଳନ କରିଥିଲେ । ନିଜକୁ ଓଡ଼ିଆ ବୋଲି ଗର୍ବ କରିବା ସହ ସାଧାରଣ ବ୍ୟକ୍ତି ଏବଂ କଳାକାର ସୋସିଆଲ ମିଡ଼ିଆରେ ପଖାଳ ଦିବସର ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଶୁଭେତ୍ସା ଜଣାଇଥିଲେ । ଏହି ସମୟରେ ଓଲିଉଡ଼ର ଆଗ ଧାଡ଼ିର କଳାକାର ତଥା ଜଣେ ରାଜନେତା ଭାବେ ପରିଚିତ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ରାଷ୍ଟ୍ରପତି ଭବନ ସାମ୍ନାରେ ହାତରେ ପୋଷ୍ଟର ଧରି ପଖାଳ ଦିବସର ଶୁଭେତ୍ସା ଜଣାଇଥିଲେ ।

ଏହି ପୋଷ୍ଟରରେ “I LOVE PAKHALA” ‘ପାଖଳ ଦିବସ’ ଆମ ପଖାଳ, ଆମ ପାଇଁ ଅମୃତ ଲେଖାହୋଇଥିଲା । କିନ୍ତୁ କିଛି ବ୍ୟକ୍ତି ନିଜକୁ ଓଡ଼ିଆ ବୋଲି କହିଥିବା ବେଳେ ପଖଳାର ଅବମାନନା କରିଛନ୍ତି । କାରଣ ଅନୁଭବଙ୍କ ହାତରେ ଲେଖା ଥିବା ପୋଷ୍ଟରଟିକୁ ବଦଳାଇ ସେଥିରେ “ମୁଁ ଗୋଟେ ବଡ଼ ଚିଟ୍‌ଫଣ୍ଡ ଚୋର” ବୋଲି ଲେଖିଥିଲେ । ବର୍ତ୍ତମାନ ଏହି ପୋଷ୍ଟରଟି ଧିରେଧିରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶର ଏକ ସମ୍ମାନୀୟ ସ୍ଥାନ ରାଷ୍ଟ୍ରପତି ଭବନ ଠାରେ ଠିଆ ହୋଇ ଓଡ଼ିଶାକୁ ଗର୍ବିତ କରୁଥିବା କଳାକରଙ୍କୁ ଏଭଳି ଅସମ୍ମାନ ଓଡ଼ିଆବାସୀଙ୍କୁ ବିଶ୍ୱଦରବାରରେ ଲଜ୍ଜିତ କରିଛି ।

ପଢନ୍ତୁ  ଓଲିଉଡ଼଼କୁ ଘାରିଛି musically, tiktok ଏବଂ viva videoର ନିଶା

ଦୟକାରି ସୋସିଆଲ ମିଡ଼ିଆରେ ଏଭଳି କିଛି ପୋଷ୍ଟ କରନ୍ତୁ ନାହିଁ । ଖାଲି ଜଣେ ବ୍ୟକ୍ତିକୁ ଆପଣ ବଦନାମ କରୁ ନାହାନ୍ତି ତାହା ସହ ଆମ ଓଡ଼ିଶାର ବି ବହୁତ ବଦନାମି ହେଉଛି।Odia Zamana Team ତରଫରୁ ଆପଣ ମାନଙ୍କୁ ଅନୁରୋଧ ।