News

ବେଶ୍ୟାବୃତ୍ତି ଛାଡି ମହିଳା ହେଲେ ସଚେତନ !

ଛତିଶଗଡର ମୁଙ୍ଗେଳି ଜିଲ୍ଲା। ଯେଉଁଠି ରାତି ପାହିଲେ ହୁଏ ଦେହ ସଉଦା । ମହିଳାଙ୍କର ଦିନ ବିତେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ। ପ୍ରତି ପରିବାରରେ ଚାଲେ ଏହି ବେପାର । ଅନିଚ୍ଛା ସତ୍ତ୍ୱେ ବି ଏଠାର ମହିଳା ମାନେ ବାଧ୍ୟ ହୁଅନ୍ତି ବେଶ୍ୟାବୃତ୍ତି କରିବାକୁ। ଉଲ୍ଲେଖନୀୟ ଯେ, ମୁଙ୍ଗେଳି ଜିଲ୍ଲାରେ ବହୁମାତ୍ରାରେ ହୁଏ ଦେହ ବ୍ୟବସାୟ । ଅନେକ ଦିନରୁ ମହିଳାମାନଙ୍କୁ ଏଥିରେ ଲିପ୍ତ କରାଯାଇଛି ।

ସେଠାର ପୋଲିସ୍‌ ପୂର୍ବରୁ ଅନେକ ଚେଷ୍ଟା କରିବି କିଛି କରିପାରିଲି। ହେଲେ ଏବେ ସେହି ମହିଳାଙ୍କ ମନରେ ନୂଆ ସୂର୍ଯ୍ୟୋଦୟ ହୋଇଛି । ପୋଲିସ୍ ପ୍ରୟାସ ବି ସଫଳ ହୋଇଛି । କିଛି ମହିଳାଙ୍କୁ ଏକତ୍ର କରି ଏକ ସଂଗଠନ ତିଆରି କରାଯାଇଥିଲା। ସେମାନଙ୍କୁ ସଚେତନ କରାଯାଇ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବେ ଏବଂ ଏକ ଉନ୍ନତ ଜୀବନ ଜିଇଁବେ ତା ବିଷୟରେ ବୁଝାଯାଇଥିଲା। ଦେହରେ ଲାଲ୍ ରଙ୍ଗର ଶାଢି ଓ ମୁଣ୍ଡରେ ଧଳା ରଙ୍ଗର ଟୋପି ସାଙ୍ଗକୁ ହାତରେ ଲାଠି ଧରି ମହିଳାମାନେ ସହରର ଗଳିକନ୍ଦିରେ ଘୁରି ବୁଲିଥିଲେ ।

ପଢନ୍ତୁ  ଭିଡିଓ ରେ ଦେଖିବାକୁ ମିଳିଛି ସାତ ଜଣ ଯୁବକ ଜଣେ ଯୁବତୀ ଙ୍କ ସହିତ ଯାହା କଲେ । Jehanabad ର ଯୁବତୀ ଜଣକ କାନ୍ଦ କେବେ ବି ଭୁଲି ପାରିବେନି

ସମସ୍ତ ମହିଳାଙ୍କୁ ଏକାଠି କରି ଏପରି କାମ ଆଉ ନକରିବାକୁ ବୁଝାଇଥିଲେ ଏବଂ ଯେଉଁ ଲୋକ ସେ ଅଞ୍ଚଳକୁ ଆସୁଥିଲେ, ସେମାନେ ଆଉ ଏପରି କାମ ଆଶା ନେଇ ନଆସିବାକୁ କହିଥିଲେ। ଯଦି ଏପରି କାମ କରିବାକୁ ବାଧ୍ୟ କରନ୍ତି ତ ପୋଲିସ୍‌କୁ ଜଣାଇଦେବାର ଭୟ ଦେଖାଇଥିଲେ। ନିଜକୁ ଏବେ ସ୍ୱୟଂ ସଂପୂର୍ଣ୍ଣ ମନେକରୁଛନ୍ତି ବୋଲି କହିଛନ୍ତି ଏହି ମୁଙ୍ଗେଳି ଜିଲ୍ଲାର ମହିଳାମାନେ। ମୁହଁରେ ଏବେ ତାଙ୍କର ମନ ଖୋଲା ହସ।