Lifestyle

ବିବାହ ପରେ ପୁରୁଷମାନଙ୍କ ମଧ୍ୟରେ ଆପେ ଆପେ ଏହି ପରିବର୍ତ୍ତନ ଆସିଥାଏ

ବିବାହ ହେଉଛି ଜୀବନର ଏକ ଏମିତି ମୁହୁର୍ତ୍ତ ଯେଉଁଠି ଦୁଇଟି ଆତ୍ମା ଗୋଟେ ହୋଇଥାଏ । ଦୁଇ ଜଣ ଦୁଇ ଜଣଙ୍କର ପସନ୍ଦ ନା ପସନ୍ଦକୁ ଜାଣି ତାକୁ ଆପଣେଇ ଥାଆନ୍ତି । ଏହା ତ ଆପଣମାନେ ଜାଣିଥିବେ କି ବିବାହ ପରେ ପୁରୁଷ ହେଉକି ମହିଳା ସମସ୍ତଙ୍କର ଜୀବନ ବଞ୍ଚିବାର ଶୌଳୀରେ ପରିବର୍ତ୍ତନ ଆସିଥାଏ । ବିବାହ ପୂର୍ବରୁ ସେମାନେ ଯେମିତି ବଞ୍ଚି ଥାଆନ୍ତି ବିବାହ ପରେ ତାହା ସମ୍ପୁର୍ଣ୍ଣ ବଦଳି ଯାଇଥାଏ । ସାଧାରଣତଃ ଭାବେ ଦେଖିବାକୁ ଗଲେ ବିବାହ ପାରେ ପୁରୁଷମାନେ ଅଧିକ ଗମ୍ଭୀର ଏବଂ ଦାୟୀତ୍ୱବାନ ହୋଇ ଯାଇ ଥାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୁରୁଷମାନଙ୍କ ମଧ୍ୟରେ ବିବାହ ପରେ ଦେଖା ଯାଉଥିବା ପରିବର୍ତ୍ତନ ବିଷୟରେ

ପଢନ୍ତୁ  ଝିଅମାନେ କାହିଁକି ତାଙ୍କ ପ୍ରେମିକକୁ ସବୁ କଥା ଲୁଚେଇ ରଖନ୍ତି

୧.ବିବାହ ପରେ ସମ୍ପର୍କ ବଦଳିବା ସହ ପୁରୁଷମାନଙ୍କ ବଞ୍ଚିବାର ଶୌଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଯାଇଥାଏ । ପୂର୍ବ ଅପେକ୍ଷା ବିବାହ ପରେ ସେମାନେ ଅଧିକ କର୍ତ୍ତବ୍ୟ ପରାୟଣ ହୋଇ ଯାଇଥାଆନ୍ତି । ପରିବାରକୁ ଅଧିକ ସମୟ ଦେବା ସହ ସେମାନଙ୍କ ବିଷୟରେ ଭାବି ଥାଆନ୍ତି ।

୨. ବିବାହ ପରେ ପୁରୁଷମାନେ ନିଜ ସାଙ୍ଗମାନଙ୍କ ସହ କମ ନିଜ ସ୍ତ୍ରୀ ସହ ସମୟ କଟାଇଥାଆନ୍ତି । ସ୍ତ୍ରୀର ଆବଶ୍ୟକତା କ’ଶ ତାହା ଜାଣିବା ସହ ପୁରଣ କରିଥାଆନ୍ତି।

୩.ବିବାହ ପୂର୍ବରୁ ନିଜ ରୁମ୍‌ ବା କୌଣସି ଜିନିଷକୁ କାହା ସହ ସେୟାର କରୁ ନଥିବା ପୁରୁଷମାନେ ବିବାହ ପରେ ନିଜ ସ୍ତ୍ରୀ ସହ ସବୁ ଜିନିଷ ସେୟାର କରିଥାଆନ୍ତି ।

୪. ଏକା ସାଙ୍ଗରେ ଏତେ ଜଣଙ୍କର ଦାୟୀତ୍ୱ ମୁଣ୍ଡ ଉପରକୁ ଆସିବା ପରେ ପୁରୁଷମାନେ ମଜା ମସ୍ତି ଛାଡ଼ି ପରିବାର ଏବଂ କାମରେ ଧ୍ୟାନ ଦେଇଥଆନ୍ତି ।