village-odia-zamana
News

ଅଜବ ଗାଁ : ଏଠାକୁ ଆସୁଥିବା ଲୋକର ଅଭାବ ହୋଇଯାଏ ଦୂର

ଆପଣ ଜାଣନ୍ତି ଏମିତି ଏକ ଗାଁ ଅଛି । ଯେଉଁ ଗାଁରେ ପାଦ ଦେଉ ଦେଉ ଆପଣଙ୍କର ଦାରିଦ୍ରତା ଦୂର ହୋଇଯିବ । ତା ହେଉଛି ଉତ୍ତରାଖଣ୍ଡରେ ଥିବା ଗାଁ । ଆପଣ ପୁରା ଶାନ୍ତି ଅନୁଭବ କରିବେ ଏଠାରେ । ଭଗବାନ ଶିବଙ୍କର ଏମିତି ମହିମା ,ଏଠାକୁ ଯିଏ ବି ଆସେ ତାର ଅଭାବ ଦୂର ହୋଇଯାଏ । ଆଉ ମଧ୍ୟ ଏହି ଗାଁ ଟି ଏକ ଶୁଭ ଓ ପାପମୁକ୍ତ ସ୍ଥଳୀର ମାନ୍ୟତା ପାଇଛି । ଏଠାକୁ ଆସୁଥିବା ଲୋକ ପାପରୁ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ଅଛି ।

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାାଏହି ଜିଲ୍ଲାରେ ଅବସ୍ଥିତ ଦେଶର ସବୁଠୁ ଅନ୍ତିମ ଗାଁ , ମାଣା । ଏହା ମଧ୍ୟଦେଇ ବର୍ଷ ତମାମ ଭାରତ ଓ ତିବ୍ବତ ମଧ୍ୟରେ ବ୍ୟବସାୟ ଚାଲୁଥିଲା । ପବିତ୍ର ବଦ୍ରିନାଥ ଧାମରରୁ ୩କି.ମି ଆଗରେ ଭାରତ ଓ ତିବ୍ବତର ସୀମାରେ ଥିବା ଏହି ଗାଁର ନାମ ଭଗବାନ ଶିବଙ୍କ ଭକ୍ତ ମଣିଭଦ୍ର ଦେବଙ୍କ ନାଁରେ ଥିଲା । ଉତ୍ତରାଖଣ୍ଡ ସଂସ୍କୃତ ଅକାଦମୀ ,ହରିଦ୍ୱାରର ଉପାଧ୍ୟାୟ ପଣ୍ଡିତ ନନ୍ଦ କିଶୋର ପୁରୋହିତଙ୍କ ମତ ଅନୁସାରେ ଏହି ଗାଁକୁ ଆସୁଥିବା ବ୍ୟକ୍ତି ସ୍ୱପ୍ନଦ୍ରଷ୍ଟା ପାଲଟିଯାଏ । ଏହାପରେ ସେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିପାରେ ।

ପଢନ୍ତୁ  ଜାଣନ୍ତୁ, କାଠୁଆ ୮ ବର୍ଷର ନାବାଳିକା ଆସିଫାଙ୍କର ଅକୁହା କାହାଣୀ

ମାଣିକ ଶାହ ନାମକ ଜଣେ ବ୍ୟବସାୟୀ ଶିବଙ୍କର ବଡ ଭକ୍ତ ଥିଲା । ଥରେ ବ୍ୟାପାରରେ ଯାଉଥିବା ବେଳେ ଲୁଟେରାମାନେ ତାଙ୍କର ମୁଣ୍ଡକାଟି ହତ୍ୟା କରିଦେଲେ । କିନ୍ତୁ ମୁଣ୍ଡ ଶରୀରୁ ଅଲଗା ହୋଇଥିଲେ ବି ଶିବଙ୍କର ନାମ ଜପ କରୁଥିଲା । ଏହି ଭକ୍ତ ମାଣିକର ଶ୍ରଦ୍ଧାରେ ପ୍ରସନ୍ନ ହୋଇ ଶିବ ତାଙ୍କ ଶରୀରରେ ବାରହାର ଶିର ଲଗେଇଦେଲେ । ଏହାପରେ ଲୋକେ ତାଙ୍କୁ ମଣିଭଦ୍ର ନାଁରେ ପୂଜା କରିବା ଆରମ୍ଭ କଲେ । ଶିବ ମାଣିକଶାହକୁ ବରଦାନ ଦେଇ କହିଥିଲେ ଏହି ସ୍ଥାନକୁ ଯିଏ ଆସିବ ତା’ର ସବୁ ଦାରିଦ୍ରତା ଦୂର ହୋଇଯିବ । ସେହି ଦିନଠୁ ଏହି ଗାଁର ମହିମା ବଢିଯାଇଛି ।